ବ୍ରହ୍ମପୁର-ଟାଟାନଗର ମଧ୍ୟରେ ଚଳାଚଳ ହେବାକୁଥିବା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସନ୍ତାକାଲି ବ୍ରହ୍ମପୁର ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଆଜି ଓ ଆସନ୍ତାକାଲି ବିଇଏମସି କର୍ମଚାରୀଙ୍କ ଛୁଟି ବାତିଲ କରାଯିବା ସହ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି ।ସୂଚନା ଯୋଗ୍ୟ ଯେ, ଆସନ୍ତା କାଲି ୧୫ ତାରିଖରେ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦେଶରେ ୧୦ଟି ନୂତନ ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ ହେଉଛି। ତନ୍ମଧ୍ୟରୁ ଓଡିଶା ମଧ୍ୟରେ ୩ଟି ଟ୍ରେନ ଚଳାଚଳ କରିବ । ଏହି ଟ୍ରେନ ଗୁଡିକ ହେଲା ଟାଟା-ବ୍ରହ୍ମପୁର ବନ୍ଦେ ଭାରତ,ରାଉରକେଲା-ହାୱଡା ବନ୍ଦେ ଭାରତ ଏବଂ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ।


