ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ ଆଉ ୪ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଓ ଚମ୍ପୁଆ, ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ରାୟଗଡ଼ା ଜିଲ୍ଲାର ଗୁଣୁପୁରଠାରେ ଏହି ସ୍କୁଲ ପ୍ରତିଷ୍ଠା ହେବ। ଏହାଦ୍ୱାରା ରାଜ୍ୟରେ ଉତ୍ତମ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ ସମ୍ଭବପର ହୋଇପାରିବ। ସୂଚନାଯୋଗ୍ୟ, ଭଦ୍ରକ ଓ ପଶ୍ଚିମବଙ୍ଗର ନାରାୟଣଗଡ଼ ମଧ୍ୟରେ ନୂଆ ରେଳଲାଇନ(ତୃତୀୟ ଲେନ୍) ସ୍ଥାପନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଧ୍ୟ ଆଜି ମଞ୍ଜୁରୀ ଦେଇଛନ୍ତି।


