Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଓଡ଼ିଶା ପାଇଁ ୩ ସମ୍ପାଦକଙ୍କୁ ନିଯୁକ୍ତି ଦେଲା ଏଆଇସିସି

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନବକଳେବର ଖୁବଶୀଘ୍ର ହେବ ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ବୟାନ ଦେବାର ୨୪ଘଣ୍ଟା ନପୁରୁଣୁ ଓଡ଼ିଶାର ସାଂଗଠନିକ ଦାୟିତ୍ୱ ତୁଲାଇବା ପାଇଁ ୩ଜଣ ସମ୍ପାଦକ ଓ ଜଣେ ଯୁଗ୍ମ ସମ୍ପାଦକଙ୍କୁ କଂଗ୍ରେସ ହାଇକମାଣ୍ଡ ନିଯୁକ୍ତି ଦେଇଛନ୍ତି ।
ଏଆଇସିସି ପକ୍ଷରୁ ଜାରି ଏକ ପ୍ରେସ୍ ରିଲିଜ୍ ଅନୁସାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ରୁଦ୍ର ରାଜୁ, ଦିଲ୍ଲୀର ଅନୀଲ କୁମାର ଚୌଧୁରୀ ଓ ପୂର୍ବତନ ବିଧାୟକ ଶେଖ୍ ମସ୍ତାନ ଭାଲିଙ୍କୁ ନୂତନ ଭାବେ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ଏହା ସହିତ ସେମାନଙ୍କୁ ଓଡ଼ିଶାରେ କଂଗ୍ରେସର ସାଂଗଠନିକ ଦାୟିତ୍ୱ ତକ୍ରାଳ ପ୍ରଭାବରୁ ନ୍ୟସ୍ତ କରାଯାଇଛି । ଏହି ୩ ନୂଆ ନେତାଙ୍କ ବ୍ୟତୀତ ଆଦିତ୍ୟ ଶର୍ମାଙ୍କୁ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇ ଓଡ଼ିଶା ସଂଗଠନ ବୁଝିବା ଦାୟିତ୍ୱ ଦିଆଯାଇଛି । ଏଆଇସିସି ସମ୍ପାଦକ ଶୁଭଙ୍କର ସରକାରଙ୍କୁ ଓଡ଼ିଶା ଦାୟିତ୍ୱରୁ ହଟାଇ ଦିଆଯାଇଛି । ପୂର୍ବରୁ ମାର୍ଚ୍ଚ ୩୧ତାରିଖରେ ଓଡ଼ିଶା ପ୍ରଭାରୀ ଥିବା ବି.କେ.ହରିପ୍ରସାଦଙ୍କୁ ହଟାଇ ତାଙ୍କ ସ୍ଥାନରେ ଜିତେନ୍ଦ୍ର କୁମାରଙ୍କୁ ନିଯୁକ୍ତି ଦିଆଯାଇଥିଲା । ଦଳର ବରିଷ୍ଠ ନେତା ଶରତ ରାଉତ କହିଚନ୍ତି ଯେ, କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଫୋକସ୍ରେ ଓଡ଼ିଶା ସ୍ୱତନ୍ତ୍ର ଭାବେ ରହିଥିବା ଆଜିର ନିଯୁକ୍ତିର ସ୍ପଷ୍ଟ ହୋଇଛି । ଦଳ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତି ନିଶ୍ଚିତ ଭାବେ କର୍ମୀ ଓ ନେତାଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି କରିବ । ଓଡ଼ିଶା ଦାୟିତ୍ୱରେ ଏଆଇସିସି ପକ୍ଷରୁ ନୂଆ ଟିମ୍ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ପିସିସି ସଭାପତି ପଦରୁ ପ୍ରସାଦ ହଟିବେ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି । ଦଳର ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀ ପ୍ରସାଦ ହଟାଅ ଅଭିଯାନକୁ ଜୋରଦାର କରୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top