Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

କେନ୍ଦ୍ର ଅବହେଳାକୁ ଆଉ ବରଦାସ୍ତ କରାଯିବ ନାହିଁ: ନବୀନ

ଭୁବନେଶ୍ୱର(ଓଡ଼ିଶା ୱେୟାର):କେନ୍ଦ୍ର ଅବହେଳାକୁ ଆଉ ବରଦାସ୍ତ କରାଯାଇପାରିବ ନାହିଁ ବୋଲି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଝାରସୁଗୁଡ଼ା ବିଧାୟକ ନବ ଦାସ କଂଗ୍ରେସ ଛାଡ଼ି ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେବା ନେଇ ଆୟୋଜିତ ମିଶ୍ରଣ ପର୍ବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କିଛି ସମୟ ଆଗରୁ ଆପଣମାନେ ଗୋଟିଏ ଭିଡିଓ ଦେଖୁଥିଲେ। ସେଥିରେ ଓଡ଼ିଶାକୁ କେନ୍ଦ୍ରର ଅବହେଳା ବିଷୟରେ ମୁଁ ୯ଟି ପଏଣ୍ଟ ଉଠାଇଥିଲି।ଆପଣ କୁହନ୍ତୁ, ମୁଁ କିଛି ଭୁଲ କହିଛି? ଏ ଅବହେଳାକୁ ଆଉ ବରଦାସ୍ତ କରାଯାଇପାରିବ ନାହିଁ।
ଆଜି ମୁଁ ଆପଣମାନଙ୍କୁ ୩ଟି ବିଷୟରେ କହିବି। ଗତ ୧୮ବର୍ଷ ଭିତରେ ଝାରସୁଗୁଡ଼ା ବହୁତ ବଦଳିଛି । ମୁଁ ଠିକ୍‍ କହୁଛି ନା ନାହିଁ? ଆଗକୁ ଝାରସୁଗୁଡ଼ାର ଆହୁରି ଉନ୍ନତି ହେବ। ଆପଣମାନଙ୍କୁ ସାଥୀରେ ନେଇ ମୁଁ ଝାରସୁଗୁଡ଼ାର ଉନ୍ନତିକୁ ଆଗେଇ ନେବି।
ଜାତୀୟ ରାଜପଥଗୁଡିକର ଅବସ୍ଥା ଆପଣମାନେ ଜାଣନ୍ତି। ବିଜୁ ଏକ୍ସପ୍ରେସ୍‍ ୱେ ଝାରସୁଗୁଡ଼ା ଦେଇ ଯାଇଛି । ଜାତୀୟ ରାଜପଥ-୨୦୦ ମଧ୍ୟ ଝାରସୁଗୁଡ଼ା ଦେଇ ଯାଇଛି। ଆପଣ କୁହନ୍ତୁ, ଆପଣ କେଉଁ ରାସ୍ତାକୁ ପସନ୍ଦ କରିବେ?
ଝାରସୁଗୁଡ଼ାରେ କିଛିଦିନ ତଳେ ନୂଆ ବିମାନ ବନ୍ଦର ଉଦ୍‍ଘାଟିତ ହେଲା। ବହୁତ ପ୍ରଚାର ହେଲା। କିନ୍ତୁ ବିମାନ ବନ୍ଦର ଖାଲି। ବିମାନ ଉଡ଼ିଲା ନାହିଁ। ମୁଁ କହିଥିଲି ଓଡ଼ିଶା ସରକାର ପାଣ୍ଠି ଦେବେ, ଆପଣ ବିମାନ ଚଳାନ୍ତୁ। କିନ୍ତୁ କିଛି ହେଲା ନାହିଁ। ବିମାନ କଥା ନହେଲେ ନାହିଁ, ଝାରସୁଗୁଡ଼ା ପାଇଁ ଗୋଟିଏ ଶତାବ୍ଦୀ ଏକ୍ସପ୍ରେସ୍‍ ହେଲେ ଦିଅନ୍ତୁ। ଝାରସୁଗୁଡ଼ା-ଭୁବନେଶ୍ୱର ମଧ୍ୟରେ ଶତାବ୍ଦୀ ଏକ୍ସପ୍ରେସ୍‍ ଚଳାଇବା ପାଇଁ ମୁଁ କେନ୍ଦ୍ର ନିକଟରେ ଦାବି କରିଛି, ଦେଖିବା କ’ଣ ହେଉଛି। ଆମର ଏ ଅଞ୍ଚଳରେ ବହୁତ କୋଇଲା ଖଣି ଅଛି। କୋଇଲା ରୟାଲିଟି ରିଭିଜନ୍‍ ପାଇଁ ମୁଁ ବହୁବାର ଦାବି କରିଆସିଛି। ୫ ମିନିଟ୍‍ରେ ନିଷ୍ପତ୍ତି ହେବ। କିନ୍ତୁ ୨୦୧୫ରୁ ଏ ପର୍ଯ୍ୟନ୍ତ କିଛି ହେଉନାହିଁ। ଓଡ଼ିଶା ହଜାର ହଜାର କୋଟି ଟଙ୍କା ହରାଉଛି । ଏ କ୍ଷତିଭରଣା କରିବ କିଏ? ଆମ ପାଇଁ କ’ଣ କେବଳ ପ୍ରଦୂଷଣ? ଆପଣମାନେ ବିଚାର କରନ୍ତୁ।
ଖୁସିର କଥା, ଆଜି ଆପଣମାନଙ୍କ ପ୍ରିୟ ନେତା ନବ ଦାସ ବିଜୁ ଜନତା ଦଳରେ ଯୋଗ ଦେଲେ। ମୁଁ ନବବାବୁ ଓ ତାଙ୍କର ସହଯୋଗୀ ବନ୍ଧୁମାନଙ୍କୁ ବିଜୁ ଜନତା ଦଳକୁ ସ୍ୱାଗତ କରୁଛି। ନବବାବୁ ଜଣେ ଭଲ ସଂଗଠକ। ଝାରସୁଗୁଡ଼ାରେ ବିଜୁ ଜନତା ଦଳ ଆହୁରି ମଜଭୁତ ହେବ। ସମସ୍ତଙ୍କ ସହଯୋଗରେ ଝାରସୁଗୁଡ଼ା ଆଗକୁ ଆହୁରି ଉନ୍ନତି କରିବ, ଏ ବିଶ୍ୱାସ ମୋର ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ଏହି ଯୋଗଦାନ ସମାରୋହରେ ପୂର୍ବତନ ବିଧାୟକ ତଥା ଝାରସୁଗୁଡ଼ା ଜିଲ୍ଲା ସଭାପତି କିଶୋର ମହାନ୍ତି, ପୂର୍ବତନ ବିଧାୟକ ଅନୁପ ସାଏ, ଜିଲ୍ଲା ପର୍ଯ୍ୟବେକ୍ଷକ ରବି ପାଣି, ବିଧାୟକ ମଙ୍ଗଳା କିଷାନ, ପ୍ରଣବ ପ୍ରକାଶ ଦାସ, ସଂଜୟ କୁମାର ଦାସବର୍ମା, ଦେବାଶିଷ ସାମନ୍ତରାୟ, ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ସାଂସଦ ପ୍ରଭାସ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top