Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

କୋଇଲା ରୟାଲିଟି ସଂଶୋଧନ ପ୍ରସଙ୍ଗ : ଓଡ଼ିଶାର ଦାବିକୁ ଶକ୍ତ ଧକ୍କା

ଭୁବନେଶ୍ୱର : କୋଇଲା ରୟାଲିଟି ସଂଶୋଧନ ପାଇଁ ଗତ ୫ବର୍ଷ ଧରି ଦାବି କରୁଥିବା ଓଡ଼ିଶା ସରକାରଙ୍କୁ ଆଜି ଶକ୍ତ ଧକ୍କା ଲାଗିଛି । କୋଇଲା ରୟାଲିଟିରେ ସଂଶୋଧନ କରିବାକୁ ସରକାର ବାଧ୍ୟ ନୁହଁନ୍ତି କିମ୍ବା ପ୍ରତି ୩ବର୍ଷରେ ଥରେ ରୟାଲିଟି ସଂଶୋଧନ ହେବା ପାଇଁ ଆଇନରେ କୌଣସି ପ୍ରାବଧାନ ନାହିଁ ବୋଲି କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୁଷ ଗୋଏଲ ସ୍ପଷ୍ଟ କରିଛନ୍ତି । ଏବେ ଜିଏସ୍ଟି ଲାଗୁ ହୋଇଥିବାରୁ ରୟାଲିଟି ନିର୍ଦ୍ଧାରଣର ଅଧିକ ତଜର୍ମା କରାଯାଉଛି ବୋଲି ସେ କହିଛନ୍ତି ।
ଆଜି ଲୋକସଭାରେ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ଏକ ପ୍ରଶ୍ନର ଲିଖିତ ଉତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ଯେ ଏମ୍ଏମ୍ଡିଆର ଆକ୍ଟ-୧୯୫୭ର ଧାରା-(୩)ରେ ଖଣିଜ ସାମଗ୍ରୀର ରୟାଲିଟି ଦର ବୃଦ୍ଧି ଅବା ହ୍ରାସ ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିବାର ପ୍ରାବଧାନ ରହିଛି । ଅତିକମ୍ରେ ୩ବର୍ଷରୁ କମ୍ ସମୟ ମଧ୍ୟରେ ଖଣିଜ ସାମଗ୍ରୀର କୌଣସି ପ୍ରକାରର ସଂଶୋଧନ କେନ୍ଦ୍ର ସରକାର କରିପାରିବେ ନାହିଁ । ଏହା ସହିତ ଆଇନରେ ମଧ୍ୟ ଖଣିଜ ସାମଗ୍ରୀର ରୟାଲିଟି ପ୍ରତି ୩ବର୍ଷରେ ବୃଦ୍ଧି କରିବାର ସେଭଳି କୌଣସି ବାଧ୍ୟତାମୂଳକ ପ୍ରାବଧାନ ନାହିଁ । କୋଇଲା ରୟାଲିଟିର ସଂଶୋଧନ ଶେଷଥର ପାଇଁ ଗତ ୨୦୧୨ ମସିହା ମେ’ ୧୦ତାରିଖରେ ହୋଇଥିଲା । କୋଇଲା ରୟାଲିଟିରେ ସଂଶୋଧନର ତଜର୍ମା ନିମନ୍ତେ ୨୦୧୪ ଜୁଲାଇ ୨୧ତାରିଖରେ କେନ୍ଦ୍ର ସରକାର ଏକ ଷ୍ଟଡି ଗ୍ରୁପ୍ ଗଠନ କରିଥିଲେ । ଉକ୍ତ ଷ୍ଟଡି ଗ୍ରୁପ୍ ୨୦୧୬ ଏପ୍ରିଲ ୨୭ତାରିଖରେ ତା’ର ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେଇଥିଲା । କିନ୍ତୁ ଜିଏସ୍ଟି ଲାଗୁ ହେବା ଓ ଅନ୍ୟାନ୍ୟ କାରଣ ଯୋଗୁ ଦେଇଥିବା ରିପୋର୍ଟକୁ ପୁଣିଥରେ ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଅନୁଧ୍ୟାନ କରିବା ପାଇଁ କୁହାଯାଇଛି । ଷ୍ଟଡି ଗ୍ରୁପ୍ର ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଶ୍ରୀ ଗୋଏଲ କହିଛନ୍ତି ।
ସୂଚନାଯୋଗ୍ୟ ୨୦୧୮-୧୯ କେନ୍ଦ୍ର ବଜେଟ୍ରେ କୋଇଲା ରୟାଲିଟି ସଂଶୋଧନ ନିମନ୍ତେ ଓଡ଼ିଶା ପକ୍ଷରୁ ଦାବି କରାଯାଇଥିଲା । ଏପରିକି ଗତ ୫ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ବିଭିନ୍ନ ଫୋରମ୍ରେ କେନ୍ଦ୍ର ସରକାରଙ୍କ ନିକଟରେ କୋଇଲା ରୟାଲିଟି ସଂଶୋଧନ ଦାବି କରି ଆସୁଛନ୍ତି । କୋଇଲା ରୟାଲଟିରେ ଓଡ଼ିଶା ବର୍ଷକୁ ପ୍ରାୟ ୧୧୦୦ରୁ ୧୪୦୦କୋଟି ଟଙ୍କା ପାଉଛି । କିନ୍ତୁ ରୟାଲିଟି ହାରରେ ସଂଶୋଧନ ହେଲେ ଓଡ଼ିଶା ପ୍ରାୟ ଦ୍ୱିଗୁଣ ଅର୍ଥାତ ୨୨୦୦କୋଟି ଟଙ୍କା ପାଇବ ବୋଲି ଆକଳନ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି କୋଇଲା ରୟାଲିଟିରେ ସଂଶୋଧନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା ଦାବି ଜଣାଇବା ସହ ୩ଥର ଚିଠି ଲେଖି ଅନୁରୋଧ ମଧ୍ୟ କରିଛନ୍ତି । ଓଡ଼ିଶା ଦେଶର ପ୍ରମୁଖ କୋଇଲା ଉତ୍ପାଦନକାରୀ ରାଜ୍ୟ । ଦେଶର ମୋଟ୍ କୋଇଲା ଉତ୍ପାଦନର ପ୍ରାୟ ୧୩.୪ ପ୍ରତିଶତ ଓଡ଼ିଶାରେ ଉତ୍ପାଦନ ହୁଏ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top