Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ଦେଶ- ବିଦେଶ

ଜଗା-ବଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର, ଚେତା ଫେରିନି

ଭୁବନେଶ୍ୱର : ଦିଲ୍ଲୀସ୍ଥିତ ଏମସରେ ଚିକିତ୍ସାଧୀନ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାସ୍ଥା ସ୍ଥିର ରହିଛି ଓ ସେମାନଙ୍କ ପାଇଁ ଆସନ୍ତା ୨ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ କହିଛି । ଅନ୍ୟପକ୍ଷରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଜଗା-ବଳିଆ ଏବେ ସୁସ୍ଥ ଅଛନ୍ତି । ମାସେ ପର୍ଯ୍ୟନ୍ତ ସେମାନେ ଚିକିତ୍ସାରେ ରହିବେ । ଉଭୟ ଶିଶୁଙ୍କ ଚିକିତ୍ସା ପାଇଁ ଯାହା ଆବଶ୍ୟକ ତାହା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ।
ମୁଣ୍ଡ ଯୋଡ଼ି ହୋଇ ରହିଥିବା ଯାଆଁଳା ଭାଇ ଜଗା ଓ ବଳିଆଙ୍କୁ ଅଲଗା କରିବା ପାଇଁ ବୁଧବାର ସକାଳ ୬ଟାରୁ ଗୁରୁବାର ଭୋର୍ ୩ଟା ପର୍ଯ୍ୟନ୍ତ ଏମସରେ ଅସ୍ତ୍ରୋପଚାର ହୋଇଥିଲା । ପ୍ରାୟ ୨୧ ଘଂଟା ଧରି ଚାଲିଥିବା ଅପରେସନରେ ୨୦ଜଣିଆ ଡାକ୍ତରୀ ଟିମ୍ ଓ ୨୫ଜଣ ନର୍ସ ସାମିଲ ହୋଇଥିଲେ । ବୁଧବାର ଦିନ ଦୁଇଶିଶୁଙ୍କର ପ୍ରଥମେ ଦୁଇ ମୁଣ୍ଡକୁ ଅଲଗା କରାଯିବା ପରେ ପ୍ଲାଷ୍ଟିକ୍ ସର୍ଜରୀ ମାଧ୍ୟମରେ କୃତ୍ରିମ ଖପୁରୀ ତିଆରି ରି ଦୁଇ ଶିଶୁଙ୍କଠାରେ ରୋପଣ କରାଯାଇଛି । ଏବେ ସେମାନଙ୍କୁ ଭେଂଟିଲେଟରରେ ରଖାଯାଇଛି । ଆସନ୍ତା ଦୁଇଦିନ ଏହି ଦୁଇ ଶିଶୁଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ସମୟ ଭିତରେ ସେମାନଙ୍କର ଚେତା ଫେରିବ ବୋଲି ଡାକ୍ତରୀ ଟିମ୍ କହିଛି । ଦିଲ୍ଲୀ ନ୍ୟୁରୋ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ୪୫ଜଣିଆ ସ୍ୱତନ୍ତ୍ର ଟିମ୍ ବୁଧବାର ୨୧ଘଂଟା ଧରି ମାରାଥନ୍ ଅପରେସନ ପରେ ଜଗା-ବଳିଆଙ୍କୁ ପୃଥକ କରିଥିଲେ । ଜଗା-ବଳିଆଙ୍କ ଆଶୁ ଆରୋଗ୍ୟ କାମନା କରି ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଡାକ୍ତରୀ ଟିମକୁ କୃତଜ୍ଞତା ଜଣାଇଛନ୍ତି । ଉଭୟ ଶିଶୁଙ୍କ ଆରୋଗ୍ୟ କାମନା କରି ଶ୍ରୀଜଗନ୍ନାଥଙ୍କ ପାଖରେ ମୁଖ୍ୟମନ୍ତ୍ରୀ ପୂଜାର୍ଚ୍ଚନା କରିଛନ୍ତି । ରାଜ୍ୟ ସରକାର ଉଭୟ ଶିଶୁଙ୍କ ଅପରେସନ୍ ପାଇଁ ୧ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରଦାନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top