Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ସମ୍ମିଳନୀ

ଲୋକସେବା ଭବନରେ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଛି। ଆଜି ଜିଲ୍ଲାପାଳ ସମ୍ମିଳନୀର ଦ୍ବିତୀୟ ଦିନ । ଆଜି ସମ୍ମିଳନୀରେ ଲୋକସେବା ଭବନରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ବୈଠକ ଆରମ୍ଭ। ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ୫ ଜିଲ୍ଲାର ଏସ୍‌ପି ସମ୍ମିଳନୀରେ ଉପସ୍ଥିତ ନଥିବା ଜଣାଯାଇଛି । ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ରାଉରକେଲା, ସମ୍ବଲପୁର ଏସ୍‌ପି ଉପସ୍ଥିତ ନାହାନ୍ତି। କାଲି ଜିଲ୍ଲାପାଳକୁ ନେଇ ସମ୍ମିଳନୀ ହୋଇଥିଲା ବେଳେ ଆଜି ଏସ୍‌ପି ସାମିଲ ହୋଇଛନ୍ତି ।ଆଜି ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ବୈଠକ ଆରମ୍ଭରୁ ଓଡ଼ିଶା ପୋଲିସକୁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶା ପୋଲିସ ଶୃଙ୍ଖଳିତ, ଲୋକାଭିମୁଖୀ ଓ ଦକ୍ଷ ବଳ ।

ପୋଲିସର ନେତୃତ୍ବରେ ରଥଯାତ୍ରା ସୁରୁଖୁରୁରେ ସରିଛି । ଦିନ ଥିଲା ଓଡ଼ିଶା ମାଓ ହିଂସାର ଶିକାର ହୋଇ ଆସୁଥିଲା କିନ୍ତୁ ଏଥର ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ ସହାୟତାରେ ସ୍ଥିତି ସୁଧୁରିଛି । ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଖୁବ୍‌ଶୀଘ୍ର ୨୨୯୮ ହୋମଗାର୍ଡ ପୁନଃନିଯୁକ୍ତି ହେବ । ଫିଲ୍ଡ ଡ୍ୟୁଟି ପାଇଁ ଗୋଟିଏ ମଟର ସାଇକେଲ ଅଛି । ଖୁବଶୀଘ୍ର ଥାନାରେ ଦୁଇ ଓ ଚାରି ଚକିଆ ଗାଡ଼ି ବଢ଼ାଯିବ । ପୋଲିସର ମନବଳ ବଢ଼ାଇବାକୁ ପ୍ରତି ଥାନାରେ SI, ASI ଓ IICଙ୍କ ନାଁରେ ବାଇକ ଦିଆଯିବ ।ଅନ୍ୟପଟେ ଉପସ୍ଥିତ ଆରକ୍ଷୀ ଅଧୀକ୍ଷକଙ୍କୁ ସମ୍ବୋଧନ ଜରିଆରେ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଅପରାଧୀ ଯେଊଁ ପଦ ମର୍ଯ୍ୟାଦାରେ ଥିଲେ ବି କାର୍ଯ୍ୟାନୁଷ୍ଠାନ ହେବ। ବିଗତ ୨୨ ବର୍ଷ ଓଡ଼ିଶା ପାଇଁ ବିରାଟ କାଳଖଣ୍ଡ ଥିଲା । ୨୦୨୨ ପର୍ଯ୍ୟନ୍ତ ମହିଳା ବିରୋଧୀ ହିଂସା ଦଣ୍ଡହାର ମାତ୍ର ୯.୭୩ ପ୍ରତିଶତ ହୋଇଛି । ଯାହା ଅତ୍ୟନ୍ତ ନୈରାଶ୍ୟଜନକ, ଆମ ସରକାର ଏହାକୁ ବରଦାସ୍ତ କରିବନି ।

ସପ୍ତାହେ ଭିତରେ ଏସ୍‌ପିମାନେ ଏସର୍ମ୍ପିକତ ପେଣ୍ଡିଂ ମାମଲା ଜଣାନ୍ତୁ । ଥାନାକୁ ଆସୁଥିବା ଲୋକଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣନ୍ତୁ । ଯେତେବେଳେ ଆସିବେ ଲୋକଙ୍କ ଅଭିଯୋଗ ଶୁଣନ୍ତୁ ଏମିତିକି ରାତି ୨ ଟା କିମ୍ବା ତା ପରେ ବି ଆସିଲେ ଅଭିଯୋଗ ଶୁଣିବେ । ପୋଲିସ ଲୋକଙ୍କ ବନ୍ଧୁ ବୋଲି ଜନସଚେତନତା ଜରିଆରେ ଜଣାନ୍ତୁ । ଥାନାରେ ଥିବା ମହିଳା ଓ ଶିଶୁ ଡେସ୍କକୁ ଅଧିକ କାର୍ଯ୍ୟଶୀଳ କରାନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ସେହିପରି ସମ୍ମିଳନୀରେ ମାଓବାଦୀଙ୍କୁ ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଦିନ ଥିଲା ସନ୍ଧ୍ୟା ହେଲେ ମାଓବାଦୀଙ୍କ ପାଇଁ କବାଟ ବନ୍ଦ ହେଉଥିଲା । ଆଜି ସେ ସ୍ଥିତି ନାହିଁ ଏଥିପାଇଁ ପୋଲିସଙ୍କ ବଳିଦାନ ପ୍ରଶଂସନୀୟ । ଆଜି ଏହି ଲଢ଼େଇ ଶେଷ ପର୍ଯ୍ୟାୟରେ, କିଛି ସ୍ଥାନରେ ଆହ୍ବାନ ରହିଛି ।

ସ୍ବରାଷ୍ଟ୍ର ମନ୍ତ୍ରୀ ଶାହ ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓ ଲଢ଼େଇ ଶେଷ କହିଛନ୍ତି । ତେଣୁ ମୋର ମାଓବାଦୀଙ୍କୁ ପରାମର୍ଶ ମୁଖ୍ୟସ୍ରୋତକୁ ଫେରି ଆସନ୍ତୁ ।ଗତକାଲି ଜିଲ୍ଲାପାଳ ସମ୍ମିଳନୀର ପ୍ରଥମ ଦିନରେ ବିଭିନ୍ନ ସରକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଉପରେ ଆଲୋଚନା କରାଯାଇଥିଲା । ସରକାରୀ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରିତା ଜିଲ୍ଲାପାଳଙ୍କ ହାତରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top