ମୟୁରଭଞ୍ଜ ଜିଲ୍ଲା ୧୮ ନମ୍ବର ଜାତୀୟ ରାଜପଥ ବୁଢ଼ିଖମାର ଛକ ନିକଟରେ ଆଜି ଭୋରରୁ ଯାତ୍ରୀବାହି ବସ୍ ଓ ଟ୍ରକ୍ ମଧ୍ୟରେ ଦୁର୍ଘଟଣା ଘଟିଛି । ବସଟି ହାଇଦ୍ରାବାଦରୁ କାଶୀ ବିଶ୍ୱନାଥ ଅଭିମୁଖେ ଯାଉଥିବା ବେଳେ ଟ୍ରକକୁ ପଛରୁ ଧକ୍କା ଦେଇଛି । ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତକମାନଙ୍କ ମଧ୍ୟରେ ୨ ଜଣ ପୁରୁଷଥିବା ବେଳେ ଜଣେ ମହିଳା ଥିବା ଜଣାଯାଇଛି। ଆହତମାନଙ୍କ ମଧ୍ୟରେ ପୁରୁଷ,ମହିଳା ଓ ଛୋଟପିଲା ଥିବା ଜଣାଯାଇଛି। ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ବସ୍ରେ ୨୩ ଜଣ ତୀର୍ଥଯାତ୍ରୀ ଥିବା ଜଣାଯାଇଛି। ପୁଲିସ ବସ୍କୁ ଜବତ କରି ଘଟଣାର ତଦନ୍ତ କରୁଛି। ବସ୍ ଡ୍ରାଇଭରର ଆଖି ଲାଗିଯିବା ଯୋଗୁ ଏହି ଦୁର୍ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି।


