ଭୁବନେଶ୍ୱର : ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱମୁକ୍ତ ହୋଇଥିବା ଡଃ ଏସ୍.ସି.ଜମିରଙ୍କୁ ଆଜି ରାଜଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି । ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ୨୫ମିନିଟ୍ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜଭବନକୁ ଯାଇ ଡଃ ଜମିରଙ୍କୁ ଭେଟିଥିଲେ । ଡଃ ଜମିରଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାବେଳେ ସେ ଆଜି ସପରିବାର ନିଜ ଗୃହ ରାଜ୍ୟ ନାଗାଲ୍ୟାଣ୍ଡ ଅଭିମୁଖେ ଗସ୍ତ କରିଛନ୍ତି । ତେବେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ । ସୂଚନାଯୋଗ୍ୟ ୨୦୧୩ ମାର୍ଚ୍ଚ ୨୧ତାରିଖରେ ଡଃ ଜମିର ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରି ଚଳିତବର୍ଷ ମାର୍ଚ୍ଚ ୨୦ତାରିଖରେ ଦାୟିତ୍ୱମୁକ୍ତ ହୋଇଛନ୍ତି ।


