Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଦିଲ୍ଲୀର ସିଆରପିଏଫ ସ୍କୁଲ୍‌ କ୍ୟାମ୍ପସ୍‌ ବାହାରେ ବିସ୍ଫୋରଣ

ଦିଲ୍ଲୀର ରୋହିଣୀର ପ୍ରଶାନ୍ତ ବିହାର ଅଞ୍ଚଳରେ ଥିବା ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ସ୍କୁଲ୍‌ କ୍ୟାମ୍ପସ୍‌ ବାହାରେ ହେଲେ ବିସ୍ଫୋରଣ । ବୋମା ବିସ୍ଫୋରଣ ପରେ ଘଟଣାସ୍ଥଳରେ ଦିଲ୍ଲୀ ପୁଲିସ ସ୍ବତନ୍ତ୍ର ଟିମ୍ ଓ ଅଗ୍ନିଶମ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ବିସ୍ଫୋରଣ ଯୋଗୁଁ ନିକଟରେ ଛିଡ଼ା ହୋଇଥିବା ଗାଡ଼ି ଓ ଘରର କାଚ ମଧ୍ୟ ଭାଙ୍ଗି ଯାଇଛି । ସେହିପରି କିଛି ଲୋକଙ୍କ ଘର ଝରକା କାଚ ମଧ୍ୟ ଭାଙ୍ଗିଯାଇଛି । ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।ଅନ୍ୟପଟେ ବିସ୍ପୋରଣ ପରେ ରୋହିଣୀ ଡିସିପି ଅମିତ୍ ଗୋଏଲଙ୍କ ସୂଚନା ଅନୁଯାୟୀ ଦେଇ କହିଛନ୍ତି ବିସ୍ଫୋରଣର କାରଣ ଜାଣିବାକୁ ବୋମା ଏକ୍ସପର୍ଟଙ୍କୁ ଡକାଯାଇଛି ।

ବିସ୍ଫୋରଣ କାରଣ ବର୍ତ୍ତମାନ ସମୟରେ ଅସ୍ପଷ୍ଟ ରହିଛି । ଧମାକାର କେନ୍ଦ୍ରବିନ୍ଦୁ ଜାଣିବା ପାଇଁ ଦିଲ୍ଲୀ ପୋଲିସ ଯାଞ୍ଚ କରୁଛି । ବିଶେଷଜ୍ଞ ଟିମଙ୍କ ତଦନ୍ତ ପରେ ଏହାର କାରଣ ଜଣାପଡ଼ିବ ବୋଲି ଡିସିପି କହିଛନ୍ତି । ଦିଲ୍ଲୀ ପୋଲିସ ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇଛି । ଫରେନ୍ସିକ୍ ସାଇନ୍ସ ଲବରେଟୋରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏଫଏସଏଲ ଟିମ୍ ଏହା କେଉଁ ପ୍ରକାରର ବିସ୍ଫୋରଣର ବୋଲି ଜାଣିବାକୁ ଚେଷ୍ଟ କରୁଛି । ତେବେ ଏହା କେଉଁ ପ୍ରକାରର ବିସ୍ଫୋରଣ ଓ ଏହାର ଉତ୍ସ କ’ଣ ତାହା ସ୍ପଷ୍ଟ ହୋଇନାହିଁ। ଖୁବଶୀଘ୍ର ବିସ୍ଫୋରଣକୁ ନେଇ ସ୍ଥିତି ସ୍ପଷ୍ଟ ହୋଇଯିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top