Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଦିଲ୍ଲୀ ହରାଇଲା ଚେନ୍ନାଇକୁ

ଚେନ୍ନାଇ: କ୍ୟାରିୟର ଆରମ୍ଭ କରିଛନ୍ତି ଋଷଭ ପନ୍ତ। ଚଳିତ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ମଙ୍ଗ ସମ୍ଭାଳିଥିବା ପନ୍ତ ପ୍ରଥମ ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍‌କୁ ଚିତ କରିଛନ୍ତି। ଦିଲ୍ଲୀ ବିଜୟର ହିରୋ ସାଜିଛନ୍ତି ଦୁଇ ଓପନର ଶିଖର ଧୱନ ଓ ପୃଥ୍ୱୀ ଶ’।
ଉଭୟ ଇନିଂସ୍ ଆରମ୍ଭରୁ ହିଁ ଦମଦାର ବ୍ୟାଟିଂ କରି ଚେନ୍ନାଇ ହାତରୁ ମ୍ୟାଚ୍ ଛାଡ଼ାଇ ଆଣିଛନ୍ତି। ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୮୮ ରନ୍ କରିଥିଲା। ଏହାର ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୩ ୱିକେଟ ହରାଇ ଧାର‌୍ୟ୍ୟ ଟାର୍ଗେଟକୁ ହାସଲ କରି ନେଇଛି। ଦିଲ୍ଲୀ ପକ୍ଷରୁ ଧୱନ ସର୍ବାଧିକ ୮୫ ଓ ପୃଥ୍ୱୀ ଶ’ ୭୨ ରନ୍‌ର ଇନିଂସ୍ ଖେଳିଛନ୍ତି।
୨୦୧୬ ପରେ ପ୍ରଥମଥର ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ତା’ର ପ୍ରଥମ ୱିକେଟ୍‌ରେ ୧୦୦ରୁ ଅଧିକ ରନ୍ କରିବାକୁ ସକ୍ଷମ ହୋଇଛି। ଶ’ ଓ ଧୱନ ପ୍ରଥମ ୱିକେଟ୍ ପାଇଁ ୧୩.୩ ଓଭର୍‌ରେ ୧୩୮ ରନ୍ ଯୋଡ଼ି ଏହି ରେକର୍ଡ ସୃଷ୍ଟି କରିଛନ୍ତି।

ଚେନ୍ନାଇ ଦେଇଥିବା ୧୮୯ ରନ୍‌ର ଟାର୍ଗେଟ ପିଛା କରୁଥିବା ଦିଲ୍ଲୀ ଆରମ୍ଭରୁ ବିସ୍ଫୋରକ ଆରମ୍ଭ କରିଥିଲା। ଉଭୟ ପୃଥ୍ୱୀ ଓ ଧୱନ ବଡ଼ବଡ଼ ଶଟ୍ ଖେଳି ଚେନ୍ନାଇ ବୋଲରଙ୍କୁ ଘାଇଲା କରିଥିଲା। ଓଭର ପିଛା ୧୦ରୁ ଅଧିକ ରନ୍ ସଂଗ୍ରହ କରି ଚେନ୍ନାଇ ଦେଇଥିବା ବିଶାଳ ଟାର୍ଗେଟକୁ ଅତି ସହଜ କରି ଦେଇଥିଲେ।

୨୭ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିବା ପରେ ପୃଥ୍ୱୀ ଶ’ ଆହୁରି ବିସ୍ଫୋରକ ରୂପ ଧାରଣ କରିଥିଲେ। ତାଙ୍କୁ ଭରୂପର ସହଯୋଗ କରି ଧୱନ ମଧ୍ୟ ୩୫ ବଲ୍‌ରେ ନିଜ ଆଇପିଏଲ କ୍ୟାରିୟରର ୪୪ତମ ଅର୍ଦ୍ଧଶତକ ହାସଲ କରିଥିଲେ। ଉଭୟ ଦମଦାର ବ୍ୟାଟିଂ କରୁଥିବାରୁ ଲାଗୁଥିଲା ୧୮ ଓଭର୍ ପୂର୍ବରୁ ଦିଲ୍ଲୀ ମ୍ୟାଚ୍ ଜିତି ନେବ।

ହେଲେ ୧୪ତମ ଓଭର୍ ବୋଲିଂ କରୁଥିବା ଅଭିଜ୍ଞ ଡ୍ୱେନ ବ୍ରାଭୋ ୩୮ ବଲ୍‌ରେ ୭୨ ରନ୍ କରିଥିବା ପୃଥ୍ୱୀ ଶ’ଙ୍କୁ ଆଉଟ କରି ଚେନ୍ନାଇକୁ ପ୍ରଥମ ସଫଳତା ଦେଇଥିଲେ। ପୃଥ୍ୱୀ ଏହି ବିସ୍ଫୋରକ ଇନିଂସ୍‌ରେ ୩ଟି ବିଶାଳ ଛକା ଓ ୯ଟି ଚୌକା ମାରିଛନ୍ତି।

ସେ ପ୍ୟାଭିଲିୟନ ଫେରିବା ପରେ ନିଜେ ଅଧିନାୟକ ପନ୍ତ କ୍ରିଜ୍‌କୁ ଆସିଥିଲେ। ସେ ପ୍ରଥମ ଦୁଇଟି ବଲ୍ ବେଶ ସତର୍କତାର ସହ ଖେଳିଥିଲେ। କିନ୍ତୁ ଅନ୍ୟପଟେ ଅର୍ଦ୍ଧଶତକ ହାସଲ କରି ସାରିଥିବା ଧୱନ୍ ବଡ଼ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ୧୫ତମ ଓଭର୍ ବୋଲିଂ କରୁଥିବା ଦୀପକ ଚହରଙ୍କ ପ୍ରଥମ ବଲ୍‌ରେ ସେ ଚୌକା ମାରି ନିଜର ଆକ୍ରମଣାତ୍ମକ ରୂପ ଦେଖାଇଥିଲେ।

ପନ୍ତ ମଧ୍ୟ ଏହି ଓଭର୍‌ରେ ଚହରଙ୍କୁ ଚୌକା ମାରିଥିଲେ। ଏହି ଓଭର୍‌ରେ ଦିଲ୍ଲୀ ୧୨ ରନ୍ ଆଦାୟ କରିଥିଲା। ଏହାର ପରବର୍ତ୍ତୀ ଓଭର୍‌ରେ ବ୍ରଭୋ ୭ ରନ୍ ବ୍ୟୟ କରିବାରୁ ଦିଲ୍ଲୀକୁ ଶେଷ ୨୪ ବଲ୍‌ରେ ୩୧ ରନ୍‌ର ଆବଶ୍ୟକ ରହିଥିଲା। ୧୭ତମ ଓଭର୍ ବୋଲିଂ କରିବାକୁ ଆସିଥିବା ଶାର୍ଦ୍ଦୁଲ ଠାକୁରଙ୍କୁ ପ୍ରଥମ ଦୁଇ ବଲ୍‌ରେ ୨ ଚୌକା ମାରି ଧୱନ ଦିଲ୍ଲୀକୁ ବିଜୟର ଆହୁରି ନିକଟତର କରିଥିଲେ।

ଏଥିସହ ଆଇପିଏଲ୍‌ରେ ଆଉ ଏକ ଶତକ ହାସଲ କରିବା ଦିଗରେ ଆଗକୁ ବଢ଼ିଥିଲେ। ହେଲେ ୩ୟ ବଲ୍‌ରେ ସେ ଏଲବିଡବ୍ଲ୍ୟୁ ହୋଇଯିବାକରୁ ମ୍ୟାଚ୍‌ରେ ବଡ଼ ଟ୍ୱିଷ୍ଟ ଆସିଥିଲା। ପ୍ୟାଭିଲିୟନ ଫେରିବା ପୂର୍ବରୁ ସେ ୫୪ ବଲ୍‌ରେ ୮୫ ରନ୍‌ର ଇନିଂସ୍ ଖେଳିଥିଲେ। ଏହି ଇନିଂସ୍‌ରେ ସେ ୨ଟି ଛକା ଓ ୧୦ଟି ଚୌକା ମାରିଛନ୍ତି। ଧୱନ ଆଉଟ ହୋଇଥିଲେ ହେଁ ଦିଲ୍ଲୀ ଏହି ଓଭର୍‌ରେ ୧୪ ରନ୍ ଆଦାୟ କରିଥିଲା।

ଧୱନଙ୍କ ବଦଳରେ ବ୍ୟାଟିଂ କରିବାକୁ ଆସିଥିବା ମାର୍କସ ଷ୍ଟୋଇନିସ୍ ଅଧିନାୟକ ପନ୍ତଙ୍କ ସହ ମିଶି ଦମଦାର ବ୍ୟାଟିଂ କରିଥିଲେ। ଶେଷ ଦୁଇ ଓଭର୍‌ରେ ୭ ରନ୍ ଦରକାର ଥିବା ବେଳେ ଷ୍ଟୋଇନିସ୍‌(୯ ବଲ୍‌ରେ ୧୪) ଚୌକା ମାରିଥିଲେ। ତେବେ ଏହାର ପରବର୍ତ୍ତୀ ବଲ୍‌ରେ ସେ ଆଉଟ ହୋଇଯାଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ଶିମରନ ହେଟମେୟର। ତେବେ ପନ୍ତ ଷ୍ଟ୍ରାଇକ ନେଇଥିଲେ। ସେ ସେହି ବଲ୍‌ରେ ଚୌକା ମାରି ଦିଲ୍ଲୀକୁ ୮ଟି ବଲ୍ ପୂର୍ବରୁ ବିଜୟୀ କରାଇଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top