Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ନବୀନଙ୍କ ମନ୍ତ୍ରିମଣ୍ଡଳ: କିଏ ଓ କାହିଁକି ହେବେ ସହଯୋଗୀ

ଭୁବନେଶ୍ୱର(ଓଡ଼ିଶା ୱେୟାର): କ୍ରମାଗତ ପଞ୍ଚମଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ସରକାର ଗଠନ ହେବାକୁ ଯାଉଛି। ୨୯ତାରିଖ ଦିନ ଏକ ନିରାଡ଼ମ୍ବର ସମାରୋହରେ ନବୀନ ଓ ତାଙ୍କ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ମନ୍ତ୍ରୀ ପଦ ପାଇଁଁ ବିଜେଡି ନେତାମାନଙ୍କ ମଧ୍ୟରେ ଲବି ଓ ପ୍ରତିଯୋଗିତା ଆରମ୍ଭ ହୋଇଥିବାବେଳେ କେଉଁ ମାନଦଣ୍ଡ ଆଧାରରେ ନବୀନ ନିଜର ମନ୍ତ୍ରିମଣ୍ଡଳ ସହଯୋଗୀଙ୍କୁ ଚୟନ କରିବେ ତାକୁ ନେଇ ପାୱାର କରିଡରରେ ନାନାଦି ଚର୍ଚ୍ଚା ଜୋର ଧରିଛି।
ବିଜେଡି ସୂତ୍ର ଅନୁସାରେ, ନବୀନଙ୍କ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ବେଶ୍ ସନ୍ତୁଳିତ ହେବ। ଏଥିପାଇଁ ଏବେ ତାଲିକା ପ୍ରସ୍ତୁତ ଚାଲିଛି। ଦକ୍ଷତା, ଆନୁଗତ୍ୟ, ଆଞ୍ଚଳିକ ଭାରସାମ୍ୟ ସମେତ ଅଧିକ ସଂଖ୍ୟକ ମହିଳାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବାର ସମ୍ଭାବନା ରହିଛି। ଚଳିତଥର ବାଚସ୍ପତି କିମ୍ବା ଉପବାଚସ୍ପତି ପଦ ମଧ୍ୟରୁ ଗୋଟିଏରେ ମହିଳା ବିଧାୟିକାଙ୍କୁ ଅବସ୍ଥାପିତ କରିବାକୁ ଯୋଜନା ଚାଲିଥିବାବେଳେ ବିଞ୍ଝାରପୁର ବିଧାୟିକା ତଥା ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି କରାଯିବାର ସମ୍ଭାବନା ରହିଛି । ନବୀନଙ୍କ ମନ୍ତ୍ରିମଣ୍ଡଳରେ ଏଥର ୨ଜଣ ପରିବର୍ତ୍ତେ ୩ଜଣ ମହିଳା ମନ୍ତ୍ରୀ ରହିପାରନ୍ତି। ମହିଳା ମନ୍ତ୍ରୀ ଦୌଡ଼ରେ ଉଷା ଦେବୀ, ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁ ଓ ଲତିକା ପ୍ରଧାନ ରହିଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ଉଷା ଦେବୀଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ଦିଆଯିବାର ସମ୍ଭାବନା ମଧ୍ୟ ରହିଛି।
ପ୍ରଥମଥର ପାଇଁ ମନ୍ତ୍ରିମଣ୍ଡଳରେ ଗଞ୍ଜାମ ଜିଲ୍ଲାର ପ୍ରତିନିଧିତ୍ୱ ହ୍ରାସ ପାଇବ ବୋଲି ଜଣାପଡ଼ିଛି । ପୂର୍ବରୁ ମନ୍ତ୍ରିମଣ୍ଡଳରେ ନବୀନଙ୍କୁ ମିଶାଇ ୪ରୁ ୫ଜଣ ମନ୍ତ୍ରୀ କେବଳ ଗଞ୍ଜାମ ଜିଲ୍ଲାରୁ ରହୁଥିଲେ । ଏଥର ସେଥିରେ ବ୍ୟତିକ୍ରମ ହେବାର ସମ୍ଭାବନା ଥିବାବେଳେ ବିକ୍ରମ କେଶରୀ ଆରୁଖ ଓ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରିବର୍ତ୍ତେ ବିକ୍ରମ ପଣ୍ଡାଙ୍କୁ ସ୍ଥାନ ମିଳିବ ବୋଲି ଚର୍ଚ୍ଚା ହେଉଛି । ମନୋହର ରନ୍ଧାରୀ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟରେ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ।
ସେହିପରି ପଶ୍ଚିମ ଓ ଉତ୍ତର ଓଡ଼ିଶାରୁ ଭୂପିନ୍ଦର ସିଂ, ନବ ଦାସ, ପଦ୍ମନାଭ ବେହେରା , ବିଜୟରଞ୍ଜନ ସିଂ ବରିହା, ଶାରଦା ନାୟକ, ସୁଦାମ ମାର୍ଣ୍ଡିଙ୍କ ମଧ୍ୟରୁ ୪ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ। ସେହିପରି ଗତବର୍ଷ ବିଜେଡିରେ ସାମିଲ ହୋଇ ସର୍ବାଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମେତ ପ୍ରଫୁଲ୍ଲ ମଲ୍ଲିକ, ଅରୁଣ ସାହୁ, ଦେବୀପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ପ୍ରଶାନ୍ତ ମୁଦୁଲି ,ପ୍ରଫୁଲ୍ଲ ସାମଲ, ପ୍ରଣବ ପ୍ରକାଶ ଦାସ, ଉମାକାନ୍ତ ସାମନ୍ତରାୟ ଓ ଅରବିନ୍ଦ ଢ଼ାଲିଙ୍କୁ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଛି। ଏହି ନେତାମାନଙ୍କୁ ମନ୍ତ୍ରୀ ପଦରେ ଆସୀନ କରି ବିଜେଡି ପ୍ରାୟତଃ ସବୁ ଜିଲ୍ଲାକୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱର ସୁଯୋଗ ଦେବାକୁ ପ୍ରୟାସ କରିବ। କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଅବିଭକ୍ତ ଢେଙ୍କାନାଳ, ଅବିଭକ୍ତ ବାଲେଶ୍ୱର, ଝାରସୁଗୁଡ଼ା, କଳାହାଣ୍ଡି, ବରଗଡ଼ , ସୋନପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, ଅବିଭକ୍ତ କୋରାପୁଟ, ଅବିଭକ୍ତ ଗଞ୍ଜାମ ଜିଲ୍ଲାକୁ ପ୍ରତିନିଧିତ୍ୱର ସୁଯୋଗ ଦେବାକୁ ପ୍ରୟାସ କରାଯାଉଥିବା ସୂଚନା ମିଳିଛି।
ମନ୍ତ୍ରିମଣ୍ଡଳର ସମସ୍ତ ପଦବୀ ପୂରଣ ନକରି ନବୀନ ଗୋଟିଏ କିମ୍ବା ଦୁଇଟି ମନ୍ତ୍ରୀ ପଦକୁ ଖାଲି ରଖିବାର ମଧ୍ୟ ସମ୍ଭାବନା ରହିଛି। ଏହାବ୍ୟତୀତ ବିଜେପି ପ୍ରଥମଥର ପାଇଁ ମୁଖ୍ୟ ବିରୋଧୀ ଦଳ ହୋଇଥିବାରୁ ବିଧାନସଭାର ସୁପରିଚାଳନା ପାଇଁ ଉପବାଚସ୍ପତି, ସରକାରୀ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ପଦବୀରେ ମଧ୍ୟ ଦଳର ଅଭିଜ୍ଞ ନେତାଙ୍କୁ ଥଇଥାନ ପାଇଁ ରଣନୀତି ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ଏସବୁ ସମ୍ଭାବ୍ୟ ନେତାମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଗୁଇନ୍ଦା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲି ବିଜେଡି ବିଧାୟକ ଦଳ ବୈଠକ ପରେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସମ୍ଭାବ୍ୟ ମନ୍ତ୍ରୀ ଓ ବିଭାଗ ତାଲିକା ଚୂଡ଼ାନ୍ତ ହେବ ବୋଲି ବିଜେଡି ସୂତ୍ରରୁ ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top