ଆସନ୍ତା ନଭେମ୍ବରରୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ । ଏ ନେଇ ସୂଚନା ଦେଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ନଭେମ୍ବରରୁ ହିତାଧିକାରୀମାନେ ନୂଆ ରାସନ କାର୍ଡ ପାଇବେ । ୧୦ ଲକ୍ଷ ଆବେଦନକାରୀଙ୍କ ଆବେଦନ ଯାଞ୍ଚ କରାଯାଇ କାର୍ଡ ଦିଆଯିବ । ଇ – କେୱାଇସ ପ୍ରକ୍ରିୟା ଶେଷ ହେଲେ ଅଯୋଗ୍ୟ ହିତାଧିକାରୀ ଜଣାପଡିବେ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।


