Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ନିଟକୁ ନେଇ ହରଡ଼ଘଣାରେ ମୋଦି ସରକାର

ଚଳିତ ବର୍ଷ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ NEET (ନିଟ) ପରୀକ୍ଷାରେ ଅନିୟମିତତା ଦେଖିବାକୁ ମିଳିଛି। ନିଟ୍ ପରୀକ୍ଷାଫଳ ଆସିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି । ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆଣିବା ସହ ପରୀକ୍ଷାକୁ ରଦ୍ଦ କରିବା ସହ କାଉନସେଲିଂ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ ହୋଇଥିଲା। ଯାହାର ଶୁଣାଣି କରି କାଉନସେଲିଂ ଓ ପରୀକ୍ଷା ରଦ୍ଦ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ଏହାସହ ଏନଟିଏକୁ ନୋଟିସ ମଧ୍ୟ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏନଟିଏକୁ ନୋଟିସ ଜାରି କରିବା ସହ କହିଛନ୍ତି, ଏ ବାବଦରେ ଏନଟିଏ ଜବାବ ଦେବା ଆବଶ୍ୟକ। ଯେଉଁ ପିଆଇଏଲ ଦାଖଲ ହୋଇଥିଲା ସେଥିରେ ନିଟ୍ ପରୀକ୍ଷାକୁ ରଦ୍ଦ କରିବା ସହ ପୁଣିଥରେ ଆୟୋଜିତ କରିବାକୁ ଦାବି ହୋଇଥିଲା।ନିଟ୍ ପରୀକ୍ଷାଫଳ ଆସିବା ପରେ ଦେଶର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଥିଲେ। ଏପରିକି ଏହି ପରୀକ୍ଷାକୁ ରଦ୍ଦ କରିବାକୁ ଦାବି କରିଥିଲେ।

ପରୀକ୍ଷାଫଳରେ ହେରଫେର ହୋଇଥିବା ଅଭିଯୋଗ ଆଣିଥିଲେ ଛାତ୍ରଛାତ୍ରୀ। ଗ୍ରେସ୍ ନମ୍ବର ଦେବାରେ ମନମାନି ହୋଇଥିବା କହିଥିଲେ ଛାତ୍ରଛାତ୍ରୀ। ଗୋଟିଏ ପରୀକ୍ଷା କେନ୍ଦ୍ରର ୬୭ ଜଣ ଛାତ୍ରଛାତ୍ରୀଙ୍କୁ ପୂରା ୭୨୦ ନମ୍ବର ମିଳିଥିଲା, ଯାହାକୁ ନେଇ ଦେଶର ବିଭିନ୍ନ ପ୍ରାନ୍ତରୁ ଅଭିଯୋଗ ଆସିଥିଲା। ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା।ଚଳିତ ନିଟ୍ ପରୀକ୍ଷା ବିବାଦ ମଧ୍ୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)କୁ କଡ଼ା ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ।

ଏପରିକି ପରୀକ୍ଷା ପ୍ରକ୍ରିୟାରେ ୦.୦୦୧% ଅବହେଳାକୁ ଅତ୍ୟନ୍ତ ଗମ୍ଭୀରତାର ସହ ସମାଧାନ କରାଯିବା ଆବଶ୍ୟକ ବୋଲି ସୁପ୍ରିମ୍ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟ ନିଟ୍ ପରୀକ୍ଷାରେ ଅନିୟମିତତା ସମ୍ପର୍କିତ ଅନେକ ଅଭିଯୋଗ ଶୁଣିଥିଲେ। ପରୀକ୍ଷା ପ୍ରକ୍ରିୟାର ସଚ୍ଚୋଟତା ବଜାୟ ରଖିବା ଏବଂ ସମସ୍ତ ପରୀକ୍ଷାର୍ଥୀଙ୍କ ସହ ଯେପରି ପାତରଅନ୍ତର ନହେବ ତାହା ସୁନିଶ୍ଚିତ କରିବା ଉପରେ ବିଚାରପତିମାନେ ଗୁରୁତ୍ୱାରୋପ କରିଛନ୍ତି।ଅପରପକ୍ଷରେ ଏଭଳି ଅବ୍ୟବସ୍ଥା ମୋଦି ସରକାର ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି।

ସରକାର ଗଠନ ମାତ୍ର କିଛିଦିନ ମଧ୍ୟରେ ଏଭଳି ଅବ୍ୟବସ୍ଥାକୁ ଲୋକେ ବରଦାସ୍ତ କରିବେନି। ତୁରନ୍ତ ଏ ସମସ୍ୟାର ସମାଧାନ ନହେଲେ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକିବ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ହେବ। ଛାତ୍ର ଅସନ୍ତୋଷ ତେଜିଲେ ସମ୍ଭାଳିବା କାଠିକର ପାଠ ହେବ। ଏହା ବିରୋଧୀ ଦଳ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହେବ। ବିରୋଧୀମାନେ ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟୀ କରି ଆରମ୍ଭ କରିଦେଲେଣି। ତେଣୁ ତୁରନ୍ତ ଏହି ବିବାଦରେ ପୂର୍ଣ୍ଣଛେଦ ପଡ଼ିବା ଉଚିତ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top