Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ପରାଜୟର ସମୀକ୍ଷା ପାଇଁ ପିସିସି ଗଢ଼ିଲା ୨୧ଜଣିଆ କମିଟି

ଭୁବନେଶ୍ୱର(ଓଡ଼ିଶା ୱେୟାର): ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ଏବେ ଦଳ ଭିତରେ କମ୍ପନ ସୃଷ୍ଟି କରିଛି। ନିର୍ବାଚନରେ ଦଳର ଏଭଳି ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପିସିସି ପ୍ରଚାର କମିଟି ମୁଖ୍ୟ ଭକ୍ତ ଦାସ ଦଳୀୟ ପଦପଦବୀରୁ ଇସ୍ତଫା ଦେଇଥିବାବେଳେ ପରାଜୟର ସମୀକ୍ଷା ନିମନ୍ତେ ୨୧ଜଣିଆ କମିଟି ଗଠନ କରାଯାଇଛି। ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଗଢ଼ା ଯାଇଥିବା ଏହି କମିଟି ନିର୍ବାଚନରେ କଂଗ୍ରେସ ଦଳର ପରାଜୟର କାରଣ ଖୋଜି ଏହାକୁ ପିସିସି ଓ ଏଆଇସିସିକୁ ପଠାଇବ। ତେବେ ଯେଉଁମାନଙ୍କ ପାଇଁ କଂଗ୍ରେସ ଏବେ ରାଜ୍ୟରେ ତଳିତଳାନ୍ତ ହେବାକୁ ବସିଛି, ସେହିମାନଙ୍କ ହାତରେ ବିପର୍ଯ୍ୟୟର କାରଣ ଖୋଜିବା ଦାୟିତ୍ୱ ନ୍ୟସ୍ତ ହୋଇଥିବା ଚର୍ଚ୍ଚା ହେଉଛି।
ସୂଚନା ଅନୁସାରେ, ପରାଜୟ ପାଇଁ ନୈତିକ ଦାୟିତ୍ୱ ବହନ କରି ପିସିସି ସଭାପତି ପଦରୁ ଶ୍ରୀ ପଟ୍ଟନାୟକ ଇସ୍ତଫା ଦେବା ପୂର୍ବରୁ ଏହି ୨୧ଜଣିଆ କମିଟି ଗଠନ କରିଛନ୍ତି। ଅବଶ୍ୟ ଏପର୍ଯ୍ୟନ୍ତ ଶ୍ରୀ ପଟ୍ଟନାୟକଙ୍କ ଇସ୍ତଫା ମଞ୍ଜୁର ହୋଇନାହିଁ। କିନ୍ତୁ କଂଗ୍ରେସ ଯେଉଁ କାରଣରୁ ରାଜ୍ୟରେ ଦୁର୍ବଳ ପ୍ରଦର୍ଶନ କଲା ତା’ର ଅନୁସନ୍ଧାନ କରିବା ପାଇଁ କମିଟି ଗଠିତ ହୋଇଛି। କମିଟିରେ ଚିରଞ୍ଜୀବୀ ବିଶ୍ୱାଳ, ପ୍ରଦୀପ ମାଝୀ, ତାରାପ୍ରସାଦ ବାହିନୀପତି, ଗଣେଶ୍ୱର ବେହେରା, ମହମ୍ମଦ ମୋକିମ, ଜର୍ଜ ତିର୍କୀ, ସନ୍ତୋଷ କୁମାର ସାଲୁଜା, ଯଜେ୍ଞଶ୍ୱର ବାବୁ, ସୁରେଶ କୁମାର ରାଉତରାୟ, ସତ୍ୟଶିବ ଦାସ, ରମେଶ ଜେନା, ଭୁଜବଳ ମାଝୀ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସତ୍ୟପ୍ରକାଶ ନାୟକ, ଜ୍ଞାନଦେବ ବେହୁରିଆ, ବଟକୃଷ୍ଣ ତ୍ରିପାଠୀ, ଶିବାନନ୍ଦ ରାୟ, ସସ୍ମିତା ବେହେରା, ବନ୍ଦିତା ପରିଡ଼ା ଓ ନଳିନୀ ମହାନ୍ତି ଅଛନ୍ତି।
କଂଗ୍ରେସ ମହଲରୁ ମିଳିଥିବା ସୂଚନା ଅନୁସାରେ, ନିର୍ବାଚନର କିଛିଦିନ ପୂର୍ବରୁ ହିଁ ଦଳର ବରିଷ୍ଠ ନେତାମାନେ ପାରସ୍ପରିକ ସ୍ୱାର୍ଥ ଓ ବୁଝାମଣାରେ କଂଗ୍ରେସକୁ ତଳିତଳାନ୍ତ କରିଦେଇଥିଲେ। ବିଜେଡି ସହ ଦଳର କିଛି ବରିଷ୍ଠ ନେତା ଗୋପନ ବୁଝାମଣାରେ ରହିଥିବାବେଳେ ଆଉ କିଛି ନେତା ନିଜ ପୁଅ ଓ ଝିଅଙ୍କ ଟିକେଟ୍ ପାଇଁ ବ୍ୟସ୍ତ ହୋଇପଡ଼ିଥିଲେ। ଗୋଟିଏ ପରିବାରରୁ ଗୋଟିଏ ଟିକେଟ୍ ବୋଲି ଆରମ୍ଭରୁ ଦାବି କରିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କିନ୍ତୁ ଟିକେଟ୍ ବଣ୍ଟନବେଳେ ହିଁ ଏହି ଆଭିମୁଖ୍ୟରୁ ଓହରି ଯାଇଥିଲେ। ଯାହାର ଫଳସ୍ୱରୂପ ନିଜେ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବରିଷ୍ଠ ନେତା ନରସିଂହ ମିଶ୍ର, ଭକ୍ତ ଦାସ, ଅନନ୍ତ ସେଠୀ ଓ ଜର୍ଜ ତିର୍କୀ ପ୍ରମୁଖ ନିଜେ ନିର୍ବାଚନ ଲଢ଼ିବା ସହ ନିଜର ପୁଅମାନଙ୍କୁ ମଧ୍ୟ ଟିକେଟ୍ ଦେବାକୁ ପଛାଇ ନଥିଲେ। ଦଳରେ ଥିବା ନିଜର ପ୍ରଭାବକୁ ଉପଯୋଗ କରି ସ୍ଥାନୀୟ ଯୋଗ୍ୟ ପ୍ରାର୍ଥୀଙ୍କୁ ଅଣଦେଖା କରି ଏହି ବରିଷ୍ଠ ନେତାମାନେ ନିଜ ପୁଅ ଓ ଝିଅମାନଙ୍କ ସପକ୍ଷରେ ଟିକେଟ୍ ଯୋଗାଡ଼ କରିନେଇଥିଲେ। ଏପରିକି ରାଜ୍ୟରେ କଂଗ୍ରେସର ସ୍ଥିତି ଯାହା ତାକୁ ଆଖିବୁଜି ଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନିଜେ ଦୁଇଟି ଆସନରେ ଛିଡ଼ା ହୋଇଥିଲେ। ଯେଉଁଥିପାଇଁ କଂଗ୍ରେସ ସହ ଜଡ଼ିତ ଥିବା ସାଧାରଣ କର୍ମୀ ଓ ଭୋଟରଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଦଳର କିଛି ନେତା ମଧ୍ୟ ବିଜେଡି ଶିବିର ସହ ଯୋଗସୂତ୍ରରେ ରହିଥିବା ଚର୍ଚ୍ଚା ହେଲା। ଯାହାଫଳରେ ଏହି ବରିଷ୍ଠ ନେତାମାନଙ୍କୁ ରାଜ୍ୟର ଭୋଟରମାନେ ଉଚିତ୍ ଶିକ୍ଷା ଦେବାରେ ସକ୍ଷମ ହୋଇଥିବା ଚର୍ଚ୍ଚା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top