Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପରୀ ପରିବାରକୁ ଭେଟିଲା ବିଜେପି, ସୁରକ୍ଷା ଦାବିି କଲା

ଭୁବନେଶ୍ୱର(ଓଡ଼ିଶା ୱେୟାର):ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ଘଟଣାସ୍ଥଳକୁ ଗସ୍ତ କରି ପରୀର ପରିବାରବର୍ଗଙ୍କୁ ଭେଟିଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ନେତୃତ୍ୱରେ ବିଧାୟକଙ୍କ ଏକ ଦଳ ପରୀର ଗାଁ ନୟାଗଡ଼ସ୍ଥିତ ଯଦୁପୁରକୁ ଯାଇ ସରଜମିନ୍ ନିରୀକ୍ଷଣ କରିବା ସହ ପରୀର ପିତାମାତା, ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ।
ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଛନ୍ତି ଯେ, ପ୍ରଭାବଶାଳୀ ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଧମକଚମକ ଦିଆଯାଇ ପରୀର ପିତାମାତା, ପରିବାର ସଦସ୍ୟମାନଙ୍କୁ ଭୟଭୀତ କରାଯାଉଛି । ଯଦୁପୁର ସରପଂଚଙ୍କ ସମେତ ଗ୍ରାମବାସୀଙ୍କୁ ମଧ୍ୟ ଧମକ ଦିଆଯାଉଛି । ତେଣୁ ସର୍ବପ୍ରଥମେ ପରୀର ପିତାମାତା, ପରିବାର ସଦସ୍ୟ, ସ୍ଥାନୀୟ ସରପଂଚ ଏବଂ ଗ୍ରାମବାସୀଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ସେ ଦାବି କରିଛନ୍ତି । ପରୀ ହତ୍ୟାକାଣ୍ଡ ପଛରେ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ଥିବା କାରଣରୁ ଏବଂ ସେ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ଥିବା ଯୋଗୁୁ ଯଥାଶୀଘ୍ର ମନ୍ତ୍ରୀ ଶ୍ରୀ ସାହୁଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଉ ଏବଂ ନିରପେକ୍ଷ ତଦନ୍ତ ପାଇଁ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଶ୍ରୀ ନାଏକ ପୁଣି ଥରେ ଦାବି କରିଛନ୍ତି ।
ପରୀ ଭଳି ଅନେକ ଛୁଆ ସମଗ୍ର ରାଜ୍ୟରେ ନିଖୋଜ ଅଛନ୍ତି ଏବଂ ଏହି ଘଟଣାମାନଙ୍କର ସାମାନ୍ୟତମ ଟେର୍ ପାଉନାହାନ୍ତି । ଏଭଳି ଗମ୍ଭୀର ଘଟଣାମାନ ପାଇଁ ରାଜ୍ୟସରକାର ଆଦୌ ସମ୍ବେଦନଶୀଳ ନୁହନ୍ତି । ଏଭଳି ଘଟଣା ସହ ଅଙ୍ଗପ୍ରତ୍ୟଙ୍ଗ ଚୋରିର ସଂପୃକ୍ତିର ବହୁ ସମ୍ଭାବନା ରହିଛି । ପରୀ ଘଟଣା ସମେତ ଅନ୍ୟାନ୍ୟ ନିଖୋଜ ଶିଶୁମାନଙ୍କ ଅନ୍ତର୍ଦ୍ଧାନ ପଛରେ ଏକ ବିରାଟ ଅଙ୍ଗପ୍ରତ୍ୟଙ୍ଗ ଚୋରି ର‌୍ୟାକେଟର ସଂପୃକ୍ତି ରହିଥିବାର ସନ୍ଦେହ ଘନୀଭୂତ ହୋଇଛି ବୋଲି ଶ୍ରୀ ନାଏକ କହିଛନ୍ତି । ଏହି ଘଟଣାରେ ରାଜ୍ୟ ସରକାର ଯଦି କୈାଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତାହେଲେ ପରୀର ନ୍ୟାୟ ପାଇଁ କେନ୍ଦ୍ର ସରକାରଙ୍କୁ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିବୁ ବୋଲି ଶ୍ରୀ ନାଏକ କହିଛନ୍ତି ।
ଏହି ପ୍ରତିନିଧି ଦଳରେ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ମୋହନ ମାଝୀ, ସୁବାସ ପାଣିଗ୍ରାହୀ, ଶଙ୍କର ଓରାମ, କୁସୁମ ଟେଟେ, ନାଉରୀ ନାଏକ, ଭାସ୍କର ମଢେଇ, ଜୟନ୍ତ ଷଡ଼ଙ୍ଗୀ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ମୁକେଶ ମହାଲିଙ୍ଗ,ପ୍ରକାଶ ସୋରେନ, ଭବାନୀ ଭୋଇ, ନିତ୍ୟାନନ୍ଦ ଗଣ୍ଡ, ଆଦିତ୍ୟ ମାଢ଼ୀ, ଡ.ବୁଧାନ ମୁର୍ମୁ, ବରିଷ୍ଠ ନେତ୍ରୀ ସୁରମା ପାଢୀ, ଠାକୁର ରଣଜିତ୍ ଦାଶ, ଲାଲା ମନୋଜ ରାୟ, ଇରାନୀ ରାୟ, ସିଦ୍ଧାର୍ଥ ସିଂହ ମର୍ଦ୍ଧରାଜ, ସନ୍ୟାସୀ ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ, ସନ୍ତୋଷ ଦାଶ,ଲକ୍ଷ୍ମୀଧର ତ୍ରିପାଠୀ, ସନ୍ତୋଷ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top