Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ପାଟକୁରା ନିର୍ବାଚନ ପାଇଁ ରଣନୀତି: ଦାୟିତ୍ୱ ବାଣ୍ଟିଲାଣି ବିଜେଡି

ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଓ ‘ଫୋନି’ ବାତ୍ୟା ଯୋଗୁ ସ୍ଥଗିତ ଥିବା ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଉଭୟ ବିଜେଡି ଓ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ନିର୍ବାଚନ କମିଶନ ଦୁଇତିନିଦିନ ମଧ୍ୟରେ ପାଟକୁରା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାର ସମ୍ଭାବନା ଥିବାରୁ ଦୁଇ ପ୍ରମୁଖ ରାଜନୀତିକ ଦଳ ବିଜେଡି ଓ ବିଜେପି ନିଜର ରଣନୀତିକୁ ଚୂଡ଼ାନ୍ତ କରିବାରେ ଲାଗିଛନ୍ତି। ବିଜେଡି ଇତିମଧ୍ୟରେ ନିଜର ବିଧାୟକମାନଙ୍କୁ ପାଟକୁରାର ମୋଟ ୫୧ଟି ପଞ୍ଚାୟତର ଦାୟିତ୍ୱ ବଣ୍ଟନ କରିବାରେ ଲାଗିଥିବାବେଳେ ବିଜେପିର ଚୂଡ଼ାନ୍ତ ରଣନୀତି ପାଇଁ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ସାଧାରଣ ନିର୍ବାଚନ ପରେ ପାଟକୁରା ବିଧାନସଭା ଆସନକୁ ହାତେଇବା ଏବେ ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି। ବିଜେଡି ନିଜର ଦିବଂଗତ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ଦଳର ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିବାବେଳେ ବିଜେପି ନିଜର ହେଭିୱେଟ୍ ତଥା ଅଭିଜ୍ଞ ନେତା ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। ସାବିତ୍ରୀଙ୍କୁ ପ୍ରାର୍ଥୀ କରି ବିଜେଡି ଚଳିତ ନିର୍ବାଚନରେ ସମବେଦନା ସାଉଁଟିବାକୁ ଲକ୍ଷ୍ୟ ରଖିଥିବାବେଳେ ତାଙ୍କ ପ୍ରାୟତଃ ବିଫଳ ହୋଇଛି। ଓଲଟା ଦୀର୍ଘବର୍ଷ ଧରି କ୍ଷମତା ରାଜନୀତିରୁ ଦୂରେଇ ଥିବା ବିଜୟଙ୍କ ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ସମବେଦନା ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ରାପଡ଼ା ରାଜନୀତିର ଭୀଷ୍ମ ପିତାମହ ଭାବେ ବିଜୟ ପରିଚିତ ଥିବାରୁ ତାଙ୍କୁ ପରାଜିତ କରିବା ନିମନ୍ତେ ଶାସକ ବିଜେଡି ଏବେ ପୁରା ଦମ୍ ଲଗାଇ ଦେଇଛି। ପ୍ରଶାସନ ମାଧ୍ୟମରେ ଭୋଟ୍ ହାର ବୃଦ୍ଧି କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ବିଜେଡି ଗତ ଦୁଇଦିନ ତଳେ ଦଳୀୟ ନେତାମାନଙ୍କ ବୈଠକ ଡାକି ପାଟକୁରା ନିର୍ବାଚନମଣ୍ଡଳୀର ୩ଟି ବ୍ଲକ( ଡେରାବିଶ,ଗରଦପୁର ଓ ମାର୍ଶାଘାଇ)ର ଦାୟିତ୍ୱ ବଣ୍ଟନ କରିଛି। ସୂଚନା ଅନୁସାରେ ଡେରାବିଶ ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ଅରୁଣ ସାହୁ ଓ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଥିବାବେଳେ ତଦାରଖ ଦାୟିତ୍ୱ ପ୍ରତାପ କେଶରୀ ଦେବଙ୍କୁ ନ୍ୟସ୍ତ ହୋଇଛି। ଡେରାବିଶର ସମସ୍ତ ୨୬ଟି ବ୍ଲକ ଦାୟିତ୍ୱ ଜଣେ ଲେଖାଏ ବିଜେଡି ବିଧାୟକଙ୍କୁ ଦିଆଯାଇଛି। ସେହିପରି ଗରଦପୁର ଓ ମାର୍ଶାଘାଇ ବ୍ଲକ ଦାୟିତ୍ୱ ବରିଷ୍ଠ ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ରାଜା) ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ନ୍ୟସ୍ତ ହୋଇଛି। ଏହି ଦୁଇ ବ୍ଲକର ୨୫ଟି ପଞ୍ଚାୟତ ଦାୟିତ୍ୱରେ ମଧ୍ୟ ୨୫ଜଣ ବିଧାୟକ ରହିଛନ୍ତି। ଏମାନଙ୍କ ବ୍ୟତୀତ ଦଳର ଅନ୍ୟ ଛାମୁଆ ସଂଗଠନର କର୍ମକର୍ତ୍ତାମାନେ ସେଠାରେ ଦଳ ପାଇଁ ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ।
ଏପଟେ ବିଜେପି ପକ୍ଷରୁ ଆସନ୍ତାକାଲି ବସିବାକୁ ଥିବା ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ବିଜୟ ମହାପାତ୍ର, ଡାକ୍ତର ଦାମୋଦର ରାଉତଙ୍କ ସମେତ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ ଦଳୀୟ ପଦାଧିକାରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ବୈଠକ ପରେ ଦଳ ପାଟକୁରାରେ ଆନୁଷ୍ଠାନିକ ଭାବେ ପ୍ରଚାର ମଇଦାନକୁ ଓହ୍ଲାଇବ ବୋଲି ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top