Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ପ୍ରତି ନିର୍ବାଚନମଣ୍ଡଳୀରେ ରହିବ ମହିଳା ପୁଲିଂ ବୁଥ୍

ଭୁବନେଶ୍ୱର(ଓଡ଼ିଶା ୱେୟାର): ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଗୋଟିଏ ଅବା ତଦୁଦ୍ଧ୍ୱର୍ ମତଦାନ କେନ୍ଦ୍ର ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ପରିଚାଳନା ହେବ। ଏହାସହିତ ରାଜ୍ୟରେ ମୁକ୍ତ ଓ ଅବାଧ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଚଳିତମାସ ୨୦ତାରିଖ ସୁଦ୍ଧା ରାଜ୍ୟ କର୍ମଚାରୀଙ୍କ ବଦଳି ପ୍ରକ୍ରିୟା ଶେଷ ହେବ। ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ସଚିବ ଓ ପୁଲିସ ଡିଜିଙ୍କୁ ଆଜି ଜାତୀୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଗତ ଦୁଇଦିନ ଧରି ଓଡ଼ିଶାରେ ରହି ସାଧାରଣ ନିର୍ବାଚନର ପ୍ରସ୍ତୁତିର ସମୀକ୍ଷା ସହ ବିଭିନ୍ନ ରାଜନୀତିକ ଦଳଗୁଡ଼ିକ ସଙ୍ଗେ ଆଲୋଚନା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିଶନର ଅଶୋକ ଲାଭାସ ଏହି ସୂଚନା ଦେଇଛନ୍ତି।
ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି ଯେ, କେବଳ ଅଫିସର ପାହ୍ୟା ନୁହେଁ ସବୁସ୍ତରର ସରକାରୀ କର୍ମଚାରୀ ଯେଉଁମାନେ କି ଗୋଟିଏ ସ୍ଥାନରେ ୩ବର୍ଷ ଧରି କାର‌୍ୟ୍ୟ କରୁଛନ୍ତି ସେମାନଙ୍କୁ ବଦଳି ପାଇଁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ନିର୍ବାଚନ ସମୟରେ ଅର୍ଥ ବଳ ଓ ବାହୁ ବଳ ଉପଯୋଗ ହେବାର ଆଶଙ୍କା ଥିବା ରାଜନୀତିକ ଦଳଗୁଡ଼ିକ ଆଶଙ୍କା ବ୍ୟକ୍ତ କରିଛନ୍ତି। ଆମ୍ବୁଲାନ୍ସ, ପୁଲିସ ଗାଡ଼ି ଓ ପେଟ୍ରୋଲ ପମ୍ପ ମାଧ୍ୟମରେ ଭୋଟବେଳେ ଅର୍ଥ ସ୍ଥାନାନ୍ତର ହେବାର ଯେଉଁ ଅଭିଯୋଗ ଆସିଛି ସେଥିପ୍ରତି କମିଶନ ସ୍ୱତନ୍ତ୍ର ଦୃଷ୍ଟି ଦେବେ। କାଳିଆ, ମିଶନ ଶକ୍ତି ଓ ବିଜୁ ଯୁବ ବାହିନୀ ମାଧ୍ୟମରେ ସରକାରୀ ଅର୍ଥକୁ ନିର୍ବାଚନୀ ପ୍ରଚାର କାର‌୍ୟ୍ୟରେ ଉପଯୋଗ କରାଯାଉଥିବାର ଅଭିଯୋଗ ଆସିଛି। ଏହାସହିତ ସରକାରୀ ଅଫିସରମାନଙ୍କ ପାଖରେ ଟଙ୍କା ଠୁଳ କରାଯାଇ ନିର୍ବାଚନ ସମୟରେ ସେଗୁଡ଼ିକୁ ଉପଯୋଗ କରାଯିବ ବୋଲି ଅଭିଯୋଗ ହୋଇଛି। ତେବେ ଆର୍ଥିକ କାରବାରକୁ ରୋକିବା ପାଇଁ ପ୍ରଥମଥର ନିମନ୍ତେ ସ୍ୱତନ୍ତ୍ର ଆପ୍ କାର‌୍ୟ୍ୟ କରିବ। ଯାହାମାଧ୍ୟମରେ ଯେକେହି ନାଗରିକ ନିର୍ବାଚନରେ ଅର୍ଥ କାରବାର ସମ୍ପର୍କରେ ଅଭିଯୋଗ କରିପାରିବ। ଆଉ କମିଶନ ତା’ଉପରେ ତ୍ୱରିତ୍ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ। ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ନିର୍ବାଚନକୁ ଅବାଧ ଓ ସ୍ୱଚ୍ଛ କରିବା ପାଇଁ କମିଶନ ଚଳିତଥର ପଦକ୍ଷେପ ନେଇଛନ୍ତି। ଏହାବ୍ୟତୀତ ସାଧାରଣ ନିର୍ବାଚନରେ ଜିପିଏସଯୁକ୍ତ ସ୍କ୍ୱାର୍ଡ, ସର୍ଭିଲାନ୍ସ ଟିମ୍ ଓ ସୀମାରେ ଚେକିଂକୁ ଜୋରଦାର କରିବାକୁ ରାଜ୍ୟ ପ୍ରଶାସନକୁ କୁହାଯାଇଛି। ଚଳିତମାସ ୧୭ ଓ ୨୩ତାରିଖରେ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ନୂଆ ଭୋଟର ପଞ୍ଜିକରଣ କାର‌୍ୟ୍ୟ କରାଯିବ।
ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ମୋଟ ୩୦୭୯୮ଟି ମତଦାନ କେନ୍ଦ୍ର ସ୍ଥାପନ ପାଇଁ ଚିହ୍ନଟ ହୋଇଛି। ଏସବୁ ମତଦାନ କେନ୍ଦ୍ରରୁ ମାତ୍ର ୬୩.୧୧%ରେ ବିଦ୍ୟୁତ ବ୍ୟବସ୍ଥା ଥିବାବେଳେ ୯୨.୭୮%ରେ ଶୌଚାଳୟ, ୯୮.୫୧%ରେ ପାନୀୟ ଜଳ ସୁବିଧା ଓ ଭିନ୍ନକ୍ଷମଙ୍କ ଯାତାୟତ ପାଇଁ ୯୨.୬୦% କେନ୍ଦ୍ରରେ ସୁବିଧା ରହିଛି। ତେବେ ମାର୍ଚ୍ଚ ୧୫ତାରିଖ ସୁଦ୍ଧା ଶତପ୍ରତିଶତ ମତଦାନ କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ନିମନ୍ତେ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆଚରଣ ବିଧି ଲାଗୁ ହେବାମାତ୍ରେ ଭୋଟରଙ୍କୁ ପ୍ରଭାବିତ କରିବା ଭଳି କୌଣସି ସରକାରୀ ହୋର୍ଡିଂ ଯେଭଳି ନରୁହେ ତାହା ରାଜ୍ୟ ପ୍ରଶାସନ ସୁନିଶ୍ଚିତ କରିବେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top