Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଫନି ସହାୟତା: ସନ୍ଦେହରେ ଶକ୍ତି ବିଭାଗ, ହିସାବରେ ନାହିଁ ତାଳମେଳ

ଭୁବନେଶ୍ୱର(ଓଡ଼ିଶା ୱେୟାର): ୨୦୧୯ ମସିହା ମଇ ମାସ ପ୍ରଥମ ସପ୍ତାହରେ ରାଜ୍ୟରେ ଆସିଥିବା ପ୍ରଳୟଙ୍କରୀ ‘ଫନି’ ବାତ୍ୟାରେ କ୍ଷତିଗ୍ରସ୍ତ ବିଦ୍ୟୁତ ସରବରାହ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ବିପର୍ଯ୍ୟୟ ପାଣ୍ଠିରୁ ମିଳିଥିବା ୭୨୮ କୋଟି ଟଙ୍କାର ହିସାବ ମିଳୁନି । ରାଜ୍ୟ ଶକ୍ତି ବିଭାଗ ଦେଇଥିବା ହିସାବରେ ତାଳମେଳ ନଥିବାବେଳେ ବହୁ ପରିମାଣର ଟଙ୍କା ଗତ ଦେଢ଼ବର୍ଷ ଧରି ବିଦ୍ୟୁତ ବଣ୍ଟନକାରୀ କମ୍ପାନୀଗୁଡ଼ିକ ଉପରେ ପଡ଼ି ରହିଛି । ସମ୍ପୃକ୍ତ କମ୍ପାନୀଗୁଡ଼ିକ ନା ୟୁସି(ବିନିଯୋଗ ପ୍ରମାଣପତ୍ର) ଦେଉଛନ୍ତି ନା ଏତେ ପରିମାଣର ଟଙ୍କା କେଉଁଠି ରହିଛି ତା’ର ହିସାବ ଖୋଜାଯାଉଛି । ଏପରିକି ଫନି ବାତ୍ୟାର କ୍ଷୟକ୍ଷତିର ପରିମାଣକୁ ନିଜ ସୁବିଧା ମୁତାବକ ବଢ଼ାଇ ସହାୟତା ଆଣିଥିବା ଶକ୍ତି ବିଭାଗର ବର୍ତ୍ତମାନର ଖର୍ଚ୍ଚକୁ ଦେଖିଲେ ବାସ୍ତବରେ ଏତେ ପରିମାଣର ସହାୟତା ନିମନ୍ତେ ବିଭାଗ ହକଦାର ନୁହେଁ ବୋଲି ପରୋକ୍ଷରେ ପ୍ରମାଣିତ ହୋଇଛି ।
ସୂଚନା ଅଧିକାର ଆଇନ ବଳରେ ସୂଚନା କର୍ମୀ ପ୍ରଦୀପ ପ୍ରଧାନଙ୍କୁ ରାଜ୍ୟ ଶକ୍ତି ବିଭାଗ ଦେଇଥିବା ତଥ୍ୟ ଅନୁସାରେ, ଗତ ଫନି ବାତ୍ୟା ପରେ ବିଦ୍ୟୁତ ଭିତ୍ତିଭୂମି ସଜାଡ଼ିବା ଓ ମରାମତି ଆଦି ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଆରଏଫ)ରୁ ୬୨୮କୋଟି ଟଙ୍କା ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)ରୁ ୧୦୦କୋଟି ଟଙ୍କା ସହାୟତା ମିଳିଥିଲା । ଏହି ମୋଟ ୭୨୮କୋଟି ଟଙ୍କାରୁ ୭୦୧.୪୭କୋଟି ଟଙ୍କା ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ (ସେସୁ,ନେସ୍କୋ ଓ ୱେସ୍କୋ)ଗୁଡ଼ିକୁ ପ୍ରଦାନ କରାଯାଇଥିବା ଶକ୍ତି ବିଭାଗ କହିଥିଲେ ମଧ୍ୟ ଏହାର ହିସାବ ଦେବାରେ ସକ୍ଷମ ହୋଇନି । ବିଭାଗ ୭୦୧.୪୭କୋଟି ଟଙ୍କା ଦେଇଛି ବୋଲି କହୁଥିବାବେଳେ ମାତ୍ର ୪୫୪.୪୭କୋଟି ଟଙ୍କା ବିଦ୍ୟୁତ ବଣ୍ଟନକାରୀ କମ୍ପାନୀକୁ ପ୍ରଦାନ କରାଯାଇଥିବା ତାରିଖୱାରି ହିସାବ ଦେଇଛି । ନେସ୍କୋ ଓ ସାଉଥକୋକୁ ୧୦ କୋଟି ଟଙ୍କା ଲେଖାଏଁ ଓ ବାକି ୪୨୪.୪୭କୋଟି ଟଙ୍କା ସେସୁକୁ ପ୍ରଦାନ କରିଛି । ଆଉ ମଞ୍ଜୁର ହୋଇଥିବା ମୋଟ ଅର୍ଥରୁ ନେସ୍କୋ ସମସ୍ତ ୧୦କୋଟି ଓ ସେସୁ ୩୩୩.୨୩ କୋଟି ଟଙ୍କା ଖର୍ଚ୍ଚର ବିନିଯୋଗପତ୍ର(ୟୁସି) ଦାଖଲ କରିଛନ୍ତି । ୧୧୬.୭୬କୋଟି ଟଙ୍କାର ୟୁସି ଏବେବି ବାକି ରହିଛି ।
ମାତ୍ର ପ୍ରଶ୍ନ ଉଠୁଛି, ବିପର୍ଯ୍ୟୟ ପାଣ୍ଠିରୁ ଯଦି ଶକ୍ତି ବିଭାଗ ୭୨୮କୋଟି ଟଙ୍କା ଅନୁଦାନ ପାଇଛି ଓ ସେଥିରୁ ୭୦୧.୪୭କୋଟି ଟଙ୍କା ବିଦ୍ୟୁତବଣ୍ଟନକାରୀ କମ୍ପାନୀଗୁଡ଼ିକୁ ଦିଆଯାଇଛି ବୋଲି କହୁଛି, ତେବେ ତା’ର ହିସାବ ଦେବାରେ କାହିଁକି ସକ୍ଷମ ହେଉନି । ମାତ୍ର ୪୫୪.୪୭କୋଟି ଟଙ୍କା ଦେଇ ୭୦୧.୪୭କୋଟି ଟଙ୍କା ଦେଇଛି ବୋଲି ଶକ୍ତି ବିଭାଗ କିଭଳି କହୁଛି । ହିସାବରେ ଏଭଳି ଅସଙ୍ଗତି କ’ଣ ପାଇଁ । ଫନି ବାତ୍ୟାର ଦୀର୍ଘ ଦେଢ଼ବର୍ଷ ପରେ ବି ଏହି ଅର୍ଥର ବିନିଯୋଗ ପ୍ରମାଣପତ୍ର ହାସଲ ନିମନ୍ତେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ଚାପ ପକାଉ ନାହିଁ କାହିଁକି? ଯଦି ଫନି ବାତ୍ୟାରେ ଏତେ କ୍ଷୟକ୍ଷତି ହୋଇନଥିଲା ତା’ହେଲେ ବିପର୍ଯ୍ୟୟ ପାଣ୍ଠିରୁ ଏତେ ଅର୍ଥ ଦାବି କରାଯାଉଥିଲା କାହିଁକି? ଶକ୍ତି ବିଭାଗକୁ ମିଳିଥିବା ୭୨୮କୋଟି ଟଙ୍କାର ଅନୁଦାନ ମଧ୍ୟରୁ ମାତ୍ର ୩୪୩କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ବାକମି ୩୮୪.୭୭ କୋଟି ଟଙ୍କା କାହାପାଖରେ ଅଛି ଓ ତାକୁ ଫେରସ୍ତ ନେବା ପାଇଁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ତତ୍ପରତା କାହିଁକି ଦେଖାଉ ନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top