Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଫୁଲବାଣୀ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ

ଫୁଲବାଣୀ: ଫୁଲବାଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ । ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ପାଟଖଣ୍ଡା ଓ ମା’ ନାରାୟଣୀଙ୍କୁ ପ୍ରଣାମ ଜଣାଇ ନିଜ ଅଭୀଭାଷଣ ଆରମ୍ଭ କରିବା କ୍ରମରେ ମାତୃଶକ୍ତିର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି କନ୍ଧମାଳକୁ ଆସି ମୋତେ ଯେଉଁ ଆଶୀର୍ବାଦ ମିଳିଲା ତାହା ମୁଁ ସାରା ଜୀବନ ଭୁଲିପାରିବିନି। ଆଜି କନ୍ଧମାଳରେ କୋଟି କୋଟି ମା’ଙ୍କ ଆଶୀର୍ବାଦ ମୋତେ ମିଳିଛି । ଆଜି ମୋତେ ପୁରା କନ୍ଧମାଳର ଆଶୀର୍ବାଦ ମିଳିଛି, ଏବଂ ପୁରା ଓଡିଶାର ଆଶୀର୍ବାଦ ମୋତେ ମିଳିଛ, ଯାହା ଓଡିଶାରେ ଏକ ବଡ ପରିବର୍ତ୍ତନର ଉଦାହରଣ’ ।

ପ୍ରଧାନମନ୍ତ୍ରୀ କହିଲେ ତୁଳା ବେହେରା ଜଣେ ନିଃସ୍ୱ ମହିଳା । ତାଙ୍କ ପାଖରେ କିଛି ନାହିଁ, କେହି ନାହାଁନ୍ତି । ଭିକ୍ଷା ମାଗି ନିଜ ପେଟ ପୋଷନ୍ତି । କିନ୍ତୁ ଆଶ୍ଚର୍ଯ୍ୟ କଥା ହେଉଛି , ଭିକ୍ଷା ମାଗି ମାଗି ସଞ୍ଚୟ କରିଥିବା ୧ ଲକ୍ଷ ଟଙ୍କା ସେ ନିିଜ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କୁ ଦାନ କରିଛନ୍ତି । ତାଙ୍କର କିଛି ଆବଶ୍ୟକତା ରହିଛି ବୋଲି ତୁଳା ବେହେରାଙ୍କୁ ପଚାରିଥିଲେ ମୋଦୀ ହେଲେ ଉତ୍ତରରେ ତୁଳା ବେହେରା କହିଥିଲେ, ତାଙ୍କର କିଛି ଲୋଡା ନାହିଁ ଲୋଡା କେବଳ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ । ଏହାପରେ ପ୍ରଧାନମନ୍ତ୍ରୀ ପଦ୍ମ ସମ୍ମାନରେ ସମ୍ମାନୀତ ହୋଇଥିବା ଆଦିିବାସୀ ମହିଳା ପୁୂର୍ଣ୍ଣମାସୀ ଜାନିଙ୍କ ପ୍ରଶଂସା କରି କହିଥିଲେ, ‘ସେ ହେଉଛନ୍ତି ଆଦିବାସୀ ଭାଷାରେ ଭଜନ , ଜଣାଣ ରଚନା କରୁଥିବା କବୀର, ଯିଏ ଆଦିବାସୀ ଭାଷାରେ ସ୍ୱତଃସ୍ପୁର୍ତ୍ତ ଭାବେ ଭଜନ ଲେଖି ଈଶ୍ୱରଙ୍କୁ ସମର୍ପଣ କରନ୍ତି । ତାଙ୍କ ଭକ୍ତି ଅନନ୍ୟ । ଏହି ଦୁଇ ମା’ ଆଜି ମୋତେ ଏଭଳି ଆଶୀର୍ବାଦ ଦେଇଛନ୍ତି ଯାହା ସେ ଜୀବନ ସାରା ଭୁଲିପାରିବେ ନାହିଁ ।

ଗତକାଲି ମଧ୍ୟ ଭୁବନେଶ୍ବରରେ ଯେଉଁ ଦୃଶ୍ୟ ଦେଖିଲି, ତାହା ଅବର୍ଣ୍ଣନୀୟ। ସେଥିରେ ମୁଁ ଜାଣିପାରିଲି ଯେ ମୋ‌ତେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ମିଳିଛି। ମୁଁ ଓଡ଼ିଶାର ଲୋକଙ୍କ ପାଖରେ ଋଣୀ। ଆପଣଙ୍କ ଏହି ଋଣ ମୁଁ ଦେଶ ପାଇଁ ଅଧିକ ସେବା କରି ପରିଶୋଧ କରିବି। ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରି ଉକ୍ତ ପରିଶୋଧ କରିବି।

ଅନ୍ୟପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାର ବିଷୟ ନେଇ ବିଜେଡି ସରକାର ଉପରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ ଜଗନ୍ନାଥ ଅଛନ୍ତି ତ ଜୀବନ ଅଛି। ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ସମ୍ଭାଳିପାରିନାହାନ୍ତି ରାଜ୍ୟ ସରକାର। ୭୦ ବର୍ଷ ପୂର୍ବେ ଶ୍ରୀମନ୍ଦିରକୁ ସୁରୁଖୁରରେ ପରିଚାଳନା ପାଇଁ ନିୟମ ଆସିଥିଲା ।ଶ୍ରୀମନ୍ଦିରରେ ଥିବା ସୁନା, ରୂପା, ଅଳଙ୍କାର, ମୋତି ମାଣିକର ସୂଚୀ ପ୍ରସ୍ତୁତ କରି ଏହାକୁ ରେକର୍ଡ କରି ରଖାଯାଇଥିଲା । ରତ୍ନଭଣ୍ଡାରର ଯାଞ୍ଚ ୪୫ ବର୍ଷ ପୂର୍ବେ ହୋଇଥିଲା । ସେତେବେଳେ ଏତେ ମାତ୍ରାରେ ମୂଲ୍ୟବାନ ରତ୍ନ, ଆଭୂଷଣ ଥିଲା ଯେ, ଏହାର ମୂଲ୍ୟାଙ୍କନ କରୁଥିବା ବ୍ୟକ୍ତି ଏହାକୁ ଅମୂଲ୍ୟ ବୋଲି କହିଥିଲେ । କିନ୍ତୁ ରତ୍ନଭଣ୍ଡାର ୪୦ ବର୍ଷ ହେବ ଖୋଲିନି । ଏବେ ରତ୍ନଭଣ୍ଡାରର ଚାବି ୬ ବର୍ଷ ହେବ ହଜି ଯାଇଛି । ରତ୍ନଭଣ୍ଡାରର ଚାବି ସମ୍ଭାଳିପାରିଲାନି ଏ ସରକାର, ଯେଉଁଥିପାଇଁ ଚାବି ହଜିଗଲା । ଓଡ଼ିଶାବାସୀ ଓ ଦେଶବାସୀଙ୍କୁ ଜାଣିବାର ଅଧିକାର ଅଛି ରତ୍ନଭଣ୍ଡାର ଚାବି କୁଆଡେ ଗଲା? ରାଜ୍ୟ ସରକାର କହୁଛନ୍ତି, ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ମିଳିଛି । କିନ୍ତୁ ପ୍ରଶ୍ନ ଉଠୁଛି, ଡୁପ୍ଲିକେଟ ଚାବି କାହିଁକି ହେଲା? ଏହି ଚାବି ଜରିଆରେ ରାତିରେ କିଏ ରତ୍ନଭଣ୍ଡାର ଖୋଲୁଥିଲା? ଏହି ଡୁପ୍ଲିକେଟ ଚାବି ଜରିଆରେ ମହାପ୍ରଭୁଙ୍କ ଆଭୂଷଣ ଚୋରି ହେଉଥିଲା କି?

ସେ କହିଛନ୍ତି କିନ୍ତୁ ମୁଁ ପ୍ରତିଶ୍ରୁତି ଦେଉଛି, ରାଜ୍ୟରେ ବିଜେପି ସରକାର ଆସିବା ମାତ୍ରେ ରତ୍ନଭଣ୍ଡାରର ପାରଦର୍ଶିତା ଓ ପ୍ରତିଷ୍ଠାକୁ ପୁଣିଥରେ ସ୍ଥାପିତ କରାଯିବ । ଏହା ମୋଦୀଙ୍କ ଗ୍ୟାରେଣ୍ଟି ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନରେନ୍ଦ୍ର ମୋଦୀ ।ସେ ଆହୁରି କହିଛନ୍ତି, ଓଡ଼ିଶାରେ ବିଜେପି ସରକାର ଆସିଲେ, ମାଗଣା ବିଜୁଳି ମିଳିବ। ଆପଣ ଘରେ ଅଧିକ ବିଦ୍ୟୁତ୍ ଉତ୍ପନ୍ନ କଲେ ତାକୁ ସରକାର ଟଙ୍କା ଦେଇ କିଣିବେ।

ଓଡ଼ିଶାରେ ପ୍ରଥମ ଥର ହେବ ଡବଲ୍ ଇଞ୍ଜିନ ସରକାର। ଜୁନ୍ ୧୦ରେ କେହି ଓଡ଼ିଆ ପୁଅ ବା ଝିଅ ମୁଖ୍ୟମନ୍ତ୍ରୀ ହେବେ। ଶପଥଗ୍ରହଣଲାଗି ମୁଁକନ୍ଧମାଳବାସୀଙ୍କୁ ନିମନ୍ତ୍ରଣ ଦେଉଛି।

ଆୟୁଷ୍ମାନ ଯୋଜନାର ଲାଭ କହିବା ସହ ବିଜେଡି ସରକାର ଏହାକୁ ଏଠାରେ ଲାଗୁ କରାଇ ଦେଉନଥିବା ମୋଦୀ ଜନସଭାରେ କହିଛନ୍ତି । ସେ ଆହୁରି କହିଛନ୍ତି, ମୋଦୀ ଆପଣଙ୍କୁ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଦେବାକୁ ଚାହୁଁଛି । ହେଲେ ବିଜେଡି ସରକାର ଆୟୁଷ୍ମାନ ଯୋଜନାକୁ ଏଠାରେ ଲାଗୁ କରିବାକୁ ଦେଉନାହାନ୍ତି । ଓଡିଶାର ଲୋକମାନେ ଦେଶର ବିଭିନ୍ନ ରାଜ୍ୟରେ ରହୁଛନ୍ତି । ଯଦି ଭାରତର କେଉଁଠି ବି ଆପଣଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ତେବେ ଆପଣ ସେଠାରେ ବି ୫ ଲକ୍ଷ ଟଙ୍କାର ସୁବିଧା ପାଇପାରିବେ । ସେଥିପାଇଁ ଓଡ଼ିଶାରୁ ୨୧ ବିଜେପି ସାଂସଦଙ୍କୁ ଜିତାଇବାକୁ ପଡ଼ିବ। କନ୍ଧମାଳ ବିଜେପି ଲୋକସଭା ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ଓ ବିଧାୟକ ପ୍ରାର୍ଥୀଙ୍କୁ ବହୁ ଭୋଟରେ ଜିତାଇବାକୁ ନିବେଦନ କରୁଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top