Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବାତ୍ୟା ମୁକାବିଲାର ସମୀକ୍ଷା ବୈଠକରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ; ୩ ଲକ୍ଷ ଲୋକ ହୋଇଛନ୍ତି ସ୍ଥାନାନ୍ତର

ଆଜି ଲୋକସେବା ଭବନରେ ବାତ୍ୟା ମୁକାବିଲାର ସମୀକ୍ଷା ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ବାତ୍ୟାର ପ୍ରଭାବିତ ଅଞ୍ଚଳରେ ପାଖାପାଖି ୩ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ୧୧ ଜିଲ୍ଲାର ୩୮ ବ୍ଲକ ଓ ୯ ପୌରାଞ୍ଚଳ ପ୍ରଭାବିତ ହୋଇପାରେ । ଏହା ସହ ମୋଟ ୧୬୫୩ ଗାଁ ବାତ୍ୟା ଦ୍ବାରା ପ୍ରଭାବିତ ହେବା ଆକଳନ କରାଯାଇଛି । ତେଣୁ ୧୬୫୩ ଗାଁରୁ ୩ ଲକ୍ଷ ୬୨ ହଜାର ଲୋକ ସ୍ଥାନାନ୍ତର ହେବେ । କିନ୍ତୁ ଏ ପର୍ଯ୍ୟନ୍ତ ୩ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ଆଉ ବାକି ଥିବା ଲୋକଙ୍କୁ ବହୁତ ଶୀଘ୍ର ସ୍ଥାନାନ୍ତର କରାଯାଇଛି । ୭ ହଜାର ୨୮୫ ବାତ୍ୟା ଆଶ୍ରୟସ୍ଥଳୀ ବ୍ୟବସ୍ଥା ହୋଇଛି । ୨ ହଜାର ୩୦୦ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି । ଆଶ୍ରୟସ୍ଥଳରେ ମେଡିକାଲ ଟିମ୍ ମୁତୟନ ଅଛନ୍ତି। ପ୍ରାଣୀସମ୍ପଦଙ୍କ ଚିକିତ୍ସା ପାଇଁ ମଧ୍ୟ ଡାକ୍ତରୀ ଦଳ ନିୟୋଜିତ ଅଛନ୍ତି ।

ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ବାତ୍ୟା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ ୨୪ଘଣ୍ଟା କାର୍ଯ୍ୟ କରିବା ସହ ସ୍ଥିତି ଉପରେ ନଜର ରଖିଛନ୍ତି। ଜରୁରୀକାଳିନ ଯୋଗାଯୋଗ, ବାତ୍ୟା ପରବର୍ତ୍ତୀ ପଦକ୍ଷେପ ପାଇଁ ପ୍ରସ୍ତୁତ ରହିବା ସହ ‘ଜିରୋ କାଜୁଆଲିଟି’କୁ ଆଧାର କରି ଲୋକଙ୍କ ସରକାର କାମ କରୁଛି। ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ପ୍ରଭାବିତ ଅଞ୍ଚଳର ଦାୟିତ୍ୱ ଦିଆଯାଇଛି। ସମ୍ପୃକ୍ତ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଡ଼ାକ୍ତର ଦଳକୁ ମଧ୍ୟ ମୁତୟନ କରାଯାଇଛି।

ବାତ୍ୟା ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ, ବିଦ୍ୟୁତ ଯୋଗାଣ, ମେଡ଼ିକାଲ ସହାୟତା ପାଇଁ ସରକାର ଧ୍ୟାନ ଦେଉଛନ୍ତି। ଏସବୁ ସ୍ଥିତିର ଅନୁଧ୍ୟାନ ପାଇଁ ଜନପ୍ରତିନିଧି ମଧ୍ୟ ନଜର ରଖିଛନ୍ତି। ଆପଣ ସମସ୍ତେ ଭୟଭିତ ନହୋଇ ସତର୍କ ରୁହନ୍ତୁ, ଲୋକଙ୍କ ସରକାର ଆପଣଙ୍କ ସହିତ ଅଛି। ଆମେ ସମସ୍ତେ ଏକତ୍ରିତ ହୋଇ ଏହି ବାତ୍ୟାର ସଫଳ ମୁକାବିଲା କରିବା।ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ବାତ୍ୟା ମୁକାବିଲା ପ୍ରସ୍ତୁତିରେ ସନ୍ତୁଷ୍ଟ ଅଛନ୍ତି ପ୍ରଧାନମନ୍ତ୍ରୀ । ଆଜି କେନ୍ଦ୍ର କ୍ୟାବିନେଟରେ ଓଡିଶାର ବାତ୍ୟା ସମ୍ପର୍କରେ ଆଲୋଚନା ହୋଇଛି । ମୁକାବିଲା ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଓଡ଼ିଶାର କେନ୍ଦ୍ରମନ୍ତ୍ରୀମାନେ ଏନେଇ ତଥ୍ୟ ଦେଇଥିଲେ । ପ୍ରସ୍ତୁତିରେ ପ୍ରଧାନମନ୍ତ୍ରୀ ସନ୍ତୁଷ୍ଟ ଥିବା ସୂଚନା ମିଳିଛି । ଆଉ କିଛି ଆବଶ୍ୟକ ହେଲେ, ଯୋଗାଇଦେବାକୁ କହିଛନ୍ତି । ଆମେ ଯାହା କେନ୍ଦ୍ରଠାରୁ ସାହାଯ୍ୟ ମାଗିଥିଲୁ, ସବୁ ମିଳିଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top