Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବାତ୍ୟା ସମ୍ପର୍କିତ ପ୍ରସ୍ତୁତି ବୈଠକ: କେହି ଭୟଭୀତ ନହେବାକୁ ପରାମର୍ଶ ସହ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଲେ ମୁଖ୍ୟମନ୍ତ୍ରୀ

ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ସବୁ ବିଭାଗ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଶକ୍ତି, ସ୍ବାସ୍ଥ୍ୟ ବିଭାଗ ତୟାର। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଗୁଆ ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯାଇଛି। ପୋଜିସନ ନେଲେଣି ଏନଡିଆରଏଫ ଟିମ ଓ ଅଗ୍ନିଶମ ବାହିନୀ। ବାତ୍ୟା ସମୟରେ ଏବଂ ବାତ୍ୟା ପରବର୍ତ୍ତୀ ସ୍ଥିତିର ପରିଚାଳନା ପାଇଁ ୨୪ ଘଣ୍ଟିଆ କାର୍ଯ୍ୟ କରିବେ ସରକାର। ଲକ୍ଷ୍ୟ ଜିରୋ କାଜୁଆଲିଟି ।ବାତ୍ୟା ମୁକାବିଲା ପାଇଁ ସବୁ ବିଭାଗରେ ଜୋରସୋର ପ୍ରସ୍ତୁତି । ତୁହାକୁ ତୁହା ବୈଠକ । ମୁଖ୍ୟ ଶାସନ ସଚିବ, ଏସଆରସି ବୈଠକ ନେଇ ସାରିଲେଣି ।

ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀମାନଙ୍କ ସମୀକ୍ଷା । ଲକ୍ଷ୍ୟ ଜିରୋ କାଜୁଆଲଟି । ବାତ୍ୟା ସୂଚନା ମିଳିବା ଦିନରୁ ସରକାର ପ୍ରସ୍ତୁତ ଥିବା କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବାତ୍ୟା ପ୍ରଭାବ ଶେଷ ହେବା ପର୍ଯ୍ୟନ୍ତ ସରକାର ୨୪ ଘଣ୍ଟିଆ କାର୍ଯ୍ୟ କରିବେ । ଜିଲ୍ଲାପାଳମାନେ କଣ କରିବେ, ସେ ନେଇ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି । ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଲୋକଙ୍କୁ ଆଗୁଆ ସ୍ଥାନାନ୍ତର କରାଯିବ । ଘରେ ପାଣି ପହଞ୍ଚିବା ପୂର୍ବରୁ ଲୋକେ ଆଶ୍ରୟସ୍ଥଳୀରେ ପହଞ୍ଚିବେ । ସବୁ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି । ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି । ଏନଡିଆରଏଫ ଟିମ ଓ ଅଗ୍ନିଶମ ବାହିନୀ ପୋଜିସନ ନେଇ ସାରିଲେଣି । ରନ୍ଧାଖାଦ୍ୟ ଦେବାକୁ ଏଜେନ୍ସୀ ଗୁଡ଼ିକର ପ୍ରସ୍ତୁତି ସରିଛି ।

ନିଜ ବିଭାଗର ସମୀକ୍ଷା କରିଛନ୍ତି ଶକ୍ତି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ବୈଠକରେ ଶକ୍ତି ବଭାଗର ପ୍ରମୁଖ ସଚିବ, TPCODL ସିଇଓ, OPTCL ନିର୍ଦ୍ଦେଶକ, ଅପରେସନ୍ସ ମୁଖ୍ୟ ଏବଂ ଶକ୍ତି ବିଭାଗର କର୍ମଚାରୀମାନେ ଯୋଗ ଦେଇଥିଲେ । ବାତ୍ୟାରେ ଶକ୍ତି ବିଭାଗର ବ୍ୟାପକ କ୍ଷୟକ୍ଷତି ହୋଇଥାଏ । ଲୋକେ ଅନ୍ଧାରରେ ରୁହନ୍ତି । ତେଣୁ ପ୍ରଭାବିତ ହେବାକୁ ଥିବା ସବୁ ଅଞ୍ଚଳରେ ସବୁ ସବଷ୍ଟେସନ୍ ଓ ଗ୍ରୀଡ୍ ଫୋକସରେ ରହିଥିବା କହିଛନ୍ତି ଶକ୍ତି ମନ୍ତ୍ରୀ । ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆମର ଉତ୍ତରଦାୟିତ୍ୱ ଓ ସର୍ବୋଚ୍ଚ ପ୍ରାଥମିକତା ବୋଲି କହିଛନ୍ତି କନକ ବର୍ଦ୍ଧନ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top