Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବିଜେଡି ପ୍ରକାଶ କଲା ନିର୍ବାଚନ ଇସ୍ତାହାର

ଭୁବନେଶ୍ୱର(ଓଡ଼ିଶା ୱେୟାର) : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଶେଷ ହେବାର ମାତ୍ର କିଛି ସମୟ ପୂର୍ବରୁ ୨୦୧୯ ନିର୍ବାଚନ ପାଇଁ ଇସ୍ତାହାର ପ୍ରକାଶ କରିଛି ବିଜୁ ଜନତା ଦଳ । ଆଉ ମାତ୍ର ଗୋଟିଏ ଦିନର ବ୍ୟବଧାନରେ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟିଂ ହେବାକୁ ଯାଉଛି | କଂଗ୍ରେସ ଓ ବିଜେପି ପୂର୍ବରୁ ଉଭୟ ଜାତୀୟ ଓ ଆଚଳିକ ସ୍ତରରେ ଇସ୍ତାହାର ପ୍ରକାଶ କରିସାରିଛନ୍ତି । ଆଜି ଦଳୀୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତାହାର ପ୍ରକାଶ କରିଛି | ଇସ୍ତାହାର ଜାରି କରି ନବୀନ କହିଛନ୍ତି ଆମେ ପ୍ରତିଶ୍ରୁତି ପାଳନ କରିଛୁ , ଅନ୍ୟ ଦଳ ପରି ମିଥ୍ୟା ପ୍ରତିଶୃତି ଦେଉନାହିଁ । ଭୋଟରଙ୍କୁ ପୁଣି ଥରେ ଆକୃଷ୍ଟ କରିବା ପାଇଁ ଏଥିରେ ଅନେକ ପ୍ରତିଶୃତି ଦେଇଛି ଦଳ । ଇସ୍ତାହାର ଉନ୍ମୋଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରସନ୍ନ ପାଟ୍ଟଶାଣୀ, ସସ୍ମିତ ପାତ୍ର, ଅମର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

– ମହିଳାମାନଙ୍କର ଶସକ୍ତିକରଣ, ଚାଷୀଙ୍କ ଶସକ୍ତିକରଣ ଓ ପଛୁଆ ବର୍ଗ ଲୋକଙ୍କ ଶସକ୍ତିକରଣ ଉପରେ ବିଜେଡ଼ିର ଇସ୍ତାହାରରେ ଗୁରୁତ୍ୱ ଦିଆଯାଇଛି ।

– ଚାଷୀଙ୍କ ଉପରେ ଫୋକସ୍ କରିଛି ବିଜେଡ଼ି । କ୍ଷମତାକୁ ଆସିଲେ କାଳିଆ ଯୋଜନା ସବୁ ଦିନ ପାଇଁ ଚାଲିବ ।

– ସରକାର ଗଠନର ପ୍ରଥମ ଦିନରେ ବାକି ଥିବା ୨୫ ଲକ୍ଷ ଚାଷୀଙ୍କ ଦୁଇଟି କିସ୍ତିର ୧୦,୦୦୦ ଟଙ୍କା ଏକା ଥରକେ ପ୍ରଦାନ କରାଯିବ ।

– ୫୦ ହଜାର କୋଟି ଟଙ୍କା ଜଳସେଚନ ପାଇଁ ବ୍ୟୟ କରାଯିବ ।
– ଯୁବଗୋଷ୍ଠୀଙ୍କ ଉପରେ ଇସ୍ତାହାରରେ ଗୁରୁତ୍ୱ ଦେଇ ସମସ୍ତ କଲେଜ , ୟୁନିଭର୍ସିଟିରେ ମାଗଣାରେ ୱାଇଫାଇ ଉପଲବ୍ଧ କରାଯିବ ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି ।

– ଶୂନ୍ ପ୍ରତିଶତ ସୁଧରେ ଶିକ୍ଷା ଋଣ ପ୍ରଦାନ କରାଯିବ

– ଶଷ୍ୟ ଋଣ ୫୦ ହଜାରରୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ ।

– କାଳିଆ ଯୋଜନା ସହ କାଳିଆ ସ୍କାଲାରସିପ ମଧ୍ୟ ଜାରି ରହିବ ।

– ପଂଚାୟତ ସ୍ତରରେ ଅଧିକ ଗୋଦାମ ଗୃହ ତିଆରି କରାଯିବ । ଧାନ ସଂଗ୍ରହ ପାଇଁ ଅଧିକ ବ୍ୟବସ୍ଥା କରାଯିବ ।

– ଜଳସେଚନ ଉପରେ ଗରୁତ୍ୱ ଦେବେ ସରକାର । ଅଧିକ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

– ପ୍ରତି ପଞ୍ଚାୟତରେ କୃଷଜାତ ଦ୍ରବ୍ୟକୁ ସୁରକ୍ଷିତ ରଖିବା ପାଇଁ ଶୀତଳ ଭଣ୍ଡାର ଏବଂ ଓୟାରହାଉସ ଗଠନ କରାଯିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top