ସରକାରୀ ଅଧିକାରୀ ଲାଞ୍ଚ ନେଇ ଧରାପଡ଼ିବା ନିତିଦିନିଆ ଘଟଣା ହୋଇଗଲାଣି। କାଲି ଜଟଣୀ ବ୍ଲକ ସହାକାରୀ ଯନ୍ତ୍ରୀ ୫୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଥିବା ବେଳେ ଆଜି ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଗୋଲାମୁଣ୍ଡା ବ୍ଲକ ବିଡିଓ ଅକ୍ଷାମିତା କାର୍ତ୍ତିକ।ଭବାନୀପାଟଣାରୁ ମିଟିଂ ସାରି ଫେରିବା ବେଳେ ଗାଡ଼ିରେ ୫ ଲକ୍ଷ ଟଙ୍କା ନେଇ ଯାଉଥିଲେ। ଜୁନାଗଡ଼ ଥାନା ଜାରିଂ ନିକଟରେ ସନ୍ଦେହରେ ସନ୍ଦେହରେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ ।ଚଢ଼ଉରେ କଳାହାଣ୍ଡି ଓ ଜୟପୁର ଟିମ ସାମିଲ ଥିଲେ। ଏବେ ଭବାନୀପାଟଣା ଭିଜିଲାନ୍ସ ଅଫିସରେ ବିଡିଓଙ୍କୁ ପଚରାଉଚରା ଜାରି ରହିଛି।


