Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ଦେଶ- ବିଦେଶ

ମହଙ୍ଗା ପଡ଼ିଲା ପରିବାର ଦୁର୍ନୀତି : ସରିଫ୍‌ ବିଦା

ନୂଆଦିଲ୍ଲୀ : ପାନାମା ପେପର ଦୁର୍ନୀତି ମାମଲାରେ ପାକିସ୍ତାନ ସୁପ୍ରିମ କୋର୍ଟ ଆଜି ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହାସହିତ ତାଙ୍କୁ ସଂସଦୀୟ ସଭ୍ୟପଦରୁ  ଆଜୀବନ ଅଯୋଗ୍ୟ ଘୋଷଣା କରିଛନ୍ତି। କୋର୍ଟ ରାୟ ପରେ ସରିଫ୍‌ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।
 କ୍ଷମତାରେ ଥିବା ବେଳେ କୋଟି କୋଟି ଡଲାର ହେରଫେର କରି ୬୭ ବର୍ଷୀୟ ସରିଫ ବିଦେଶରେ ପରିବାର ପାଇଁ ସଂପତ୍ତି ଠୁଳ କରିଥିବାର ଅଭିଯୋଗ ହୋଇଥିଲା। ଏହି ମାମଲାରେ ସୁପ୍ରିମ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ବିଚାରପତି ଆସିଫ ସଇଦ ଖୋସାଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ ରାୟରେ କହିଛନ୍ତି,  ପ୍ରଧାନମନ୍ତ୍ରୀ ପଦପାଇଁ ସରିଫ ଯୋଗ୍ୟ ନୁହନ୍ତି। ପାକ୍‌ ଅର୍ଥମନ୍ତ୍ରୀ ଇସାକ ଦରଙ୍କୁ ମଧ୍ୟ କୋର୍ଟ ଅଯୋଗ୍ୟ ଘୋଷଣା କରିଛନ୍ତି। ଏହାସହିତ ଏହି ମାମଲାରେ ସରିଫଙ୍କ ଝିଅ ମରିୟମ ଏବଂ ଦୁଇ ପୁଅ ହସନ ଓ ହୁସେନଙ୍କ  ଭୂମିକା ଥିବାରୁ ସେମାନଙ୍କ ବିରୋଧରେ ତଦନ୍ତ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।
 ଝିଅ ମରିୟମଙ୍କୁ ନଓ୍ଵାଜଙ୍କ ରାଜନୈତିକ ଉତ୍ତରାଧିକାରୀ ବୋଲି ବିଚାର କରାଯାଉଥିଲା। ଏବେ ମରିୟମଙ୍କୁ ମଧ୍ୟ କୋର୍ଟ ଅଭିଯୁକ୍ତ ଘୋଷଣା କରିଥିବାରୁ ନଓ୍ଵାଜ ତାଙ୍କ ସ୍ଥାନରେ ତାଙ୍କ ସାନଭାଇ ସାହବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଘୋଷଣା କରିଛନ୍ତି। ସାହବାଜ ଏବେ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଅଛନ୍ତି।
 ସୂଚନାଯୋଗ୍ୟ, ପାନାମା ଭିତ୍ତିକ ଏକ ଆଇନ ଫାର୍ମ ମୋସାକ ଫନସେକା ବିଦେଶରେ ସରିଫଙ୍କ ପରିବାରର କୋଟି କୋଟି ଟଙ୍କାର ସମ୍ପତ୍ତି ରହିଥିବା ନେଇ ୨୦୧୬ ଏପ୍ରିଲରେ ତଥ୍ୟ ପ୍ରକାଶ କରିବା ପରେ ସେବେଠାରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ସରିଫଙ୍କ ଉପରେ ଚାପ ପଡ଼ିଥିଲା। ଅଭିଯୋଗ ହୋଇଥିଲା ଯେ ସରିଫଙ୍କ ପରିବାର ଲଣ୍ଡନରେ ବେଆଇନ ଭାବେ କୋଟି କୋଟି ଡଲାରର ସଂପତ୍ତି ଠୁଳ କରିଥିଲେ। ସରିଫ ଏହାକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଥିଲେ ମଧ୍ୟ ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ  ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
 ପାକିସ୍ତାନ ତେହରିକ-ଇ-ଇନସାଫ ପାର୍ଟି ନେତା ଇମରାନ ଖାନ ଏହାର ତଦନ୍ତ ନିମନ୍ତେ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ। କୋର୍ଟ ଏହାକୁ ବିଚାର ପାଇଁ ଗ୍ରହଣ କରି ସରିଫଙ୍କ ଦରିଆପାରି ସମ୍ପତ୍ତି ଅଭିଯୋଗର ତଦନ୍ତ ନିମନ୍ତେ ମିଳିତ ତଦନ୍ତକାରୀ ଟିମ୍‌ (ଜେଆଇଟି)ଗଠନ କରିଥିଲା। ସରିଫ ପରିବାରର ଆୟ ଓ ଚଳଣି ମଧ୍ୟରେ ଆକାଶ ପାତାଳ ଫରକ ରହିଛି ବୋଲି ଜେଆଇଟି ରିପୋର୍ଟ ଦେଇଥିଲା।
 କୋର୍ଟ ରାୟ ଓ ସରିଫଙ୍କ ଇସ୍ତଫା ପରେ ପାକିସ୍ତାନରେ ଘୋର ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ସମସ୍ତଙ୍କ ନଜର ଏବେ ସେନା ଉପରେ ଥିବା ବେଳେ ଶାସକ ପାକିସ୍ତାନ ମୁସଲିମ ଲିଗ୍‌(ଏନ୍‌) ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପାଇଁ ନଓ୍ଵାଜଙ୍କ ସାନଭାଇ ସାହବାଜ ସରିଫଙ୍କୁ ନେତା ନିର୍ବାଚିତ କରିଥିବା ଜଣାପଡ଼ିଛି। ଆସନ୍ତା ୨୦୧୮ରେ ପରବର୍ତ୍ତୀ ସାଧାରଣ ନିର୍ବାଚନ ଥିବାରୁ ସାହବାଜ ସରିଫ ସବୁଠାରୁ ଯୋଗ୍ୟତମ ବ୍ୟକ୍ତି ହୋଇଥିବା ଦଳ ପକ୍ଷରୁ ମତପ୍ରକାଶ ପାଇଛି।
 ପାକିସ୍ତାନର ୭୦ ବର୍ଷ ଇତିହାସରେ ଦ୍ୱିତୀୟ ଥର ପାଇଁ ସୁପ୍ରିମ କୋର୍ଟ ଜଣେ ପ୍ରଧାନମନ୍ତ୍ରୀଙ୍କୁ ଆଯୋଗ୍ୟ ଘୋଷଣା କରିଛନ୍ତି। ଏହାପୂର୍ବରୁ ୨୦୧୨ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ୟୁସୁଫ ରଜା ଗିଲାନିଙ୍କୁ ଅଯୋଗ୍ୟ ଘୋଷଣା କରିଥିଲା। ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦାରୀଙ୍କ ବିରୋଧରେ ଦୁର୍ନୀତି ମାମଲାର ଫାଇଲ ପୁଣି ଖୋଲିବା ଲାଗି ସୁପ୍ରିମ କୋର୍ଟଙ୍କ ନିର୍ଦେଶକୁ ଗିଲାନି ପାଳନ କରିନଥିଲେ। ତେଣୁ ତାଙ୍କୁ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରି ଅଯୋଗ୍ୟ ଘୋଷଣା କରାଯାଇଥିଲା।
 ଏହାସହିତ ଦେଶର କୌଣସି ପ୍ରଧାନମନ୍ତ୍ରୀ ସେମାନଙ୍କର ୫ ବର୍ଷର କାର୍ଯ୍ୟକାଳ ମଧ୍ୟ ପୂରଣ କରି ପାରି ନାହାନ୍ତି। ପ୍ରଧାନମନ୍ତ୍ରୀ ହିସାବରେ ପ୍ରଥମ କାର୍ଯ୍ୟକାଳ ବେଳେ ସରିଫଙ୍କୁ ୧୯୯୩ରେ ରାଷ୍ଟ୍ରପତି ବରଖାସ୍ତ କରିଥିଲେ। ଏହାପରେ ୧୯୯୯ରେ ତାଙ୍କୁ ବରଖାସ୍ତ କରି କ୍ଷମତା ହାତେଇଥିଲା ସେନା ବାହିନୀ। ନଓ୍ଵାଜ ପ୍ରଥ ଥର ଲାଗି ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ। ରାଷ୍ଟ୍ରପତି ଗୁଲାମ ଇସାକ ଖାଁ ତାଙ୍କୂ ୧୯୯୩ରେ ବରଖାସ୍ତ କରିଥିଲେ। ସେହିଭଳି ୧୯୯୭ରେ ସେ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ। କିନ୍ତୁ ସେନାଧ୍ୟକ୍ଷ ମୁସାରଫ ୧୯୯୯ ତାଙ୍କୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିଥିଲେ।
Click to comment

Leave a Reply

Your email address will not be published. Required fields are marked *

Most Popular

To Top