ଭୁବନେଶ୍ୱର, ଓଡ଼ିଶା ୱେୟାର: ଘର ଭିତରେ ପଡ଼ିଛି ମାଆ ଓ ଝିଅଙ୍କ ମୃତଦେହ। କବାଟ ଖୋଲା ଥିବାରୁ ସେମାନଙ୍କ ତଣ୍ଟିଚିପି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଆଜି ଏପରି ଅଭିଯୋଗ ସମ୍ୱଲପୁର ଜିଲ୍ଲା କିଷିଣ୍ଡା ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ମଙ୍ଗଳବାର କିଷିଣ୍ଡା ଗାଁର କିଶୋର ପଟେଲ୍ ଓ ତାଙ୍କ ବଡ଼ ଝିଅ ସମ୍ପର୍କୀୟଙ୍କ ବାହାଘରକୁ ଯାଇଥିଲେ। ଘରେ କିଶୋରଙ୍କ ପତ୍ନୀ ସୁଜାତା ଓ ସାନଝିଅ ଉତ୍କଳିକା ଥିଲେ। ଗୁରୁବାର ଅପରାହ୍ନରେ କିଶୋର ଓ ତାଙ୍କ ବଡ଼ ଝିଅ ଭୋଜିରୁ ଘରକୁ ଫେରିଥିଲେ। ଏହି ସମୟରେ ଘରର କବାଟ ଖୋଲା ଥିଲା। ଆଉ ପତ୍ନୀ ଓ ସାନଝିଅଙ୍କ ମୃତଦେହ ଘର ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତଦେହରୁ ଦୁର୍ଗନ୍ଧ ବାହାରୁ ଥିଲା।


