Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମେଘା ଇଞ୍ଜିନିୟରିଂକୁ ୯୧୯କୋଟି ଓ ଏଲଆଣ୍ଡଟିକୁ ୫୭୬ କୋଟିର ଠିକା କାମ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଜଳ ଜୀବନ ମିଶନ ଯୋଜନାରେ ରାଜ୍ୟର ଗ୍ରାମାଂଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ରାଜ୍ୟ କ୍ୟାବିନେଟ ଆଜି ମୋଟ ୧୪୯୫ କୋଟି ଟଙ୍କାର ୬ଟି ଟେଣ୍ଡରକୁ ୨ଟି ଠିକା ସଂସ୍ଥାକୁ ପ୍ରଦାନ କରିଛନ୍ତି । ହାଇଦ୍ରାବାଦସ୍ଥିତ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟକର ସଂସ୍ଥାକୁ ଯାଜପୁର, ଢେଙ୍କାନାଳ, ସମ୍ବଲପୁର ଓ କଳାହାଣ୍ଡିରେ ୪ଟି ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ୯୧୯କୋଟି ଟଙ୍କାର ଠିକା ଦିଆଯାଇଥିବାବେଳେ ଚେନ୍ନାଇସ୍ଥିତ ଏଲଆଣ୍ଡଟି ସଂସ୍ଥାକୁ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରେ ୫୭୬କୋଟି ଟଙ୍କାର ୨ଟି ପାନୀୟ ଜଳ ପ୍ରକଳ୍ପର ଟେଣ୍ଡର ଦେବାକୁ ରାଜ୍ୟ କ୍ୟାବିନେଟ ଅନୁମତି ଦେଇଛନ୍ତି ।
ରାଜ୍ୟ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲାର ୪ଟି ବ୍ଲକ ଆଳି,ରାଜନଗର,ପଟ୍ଟାମୁଣ୍ଡାଇ ଓ ରାଜକନିକାର ମୋଟ ୬୫ଟି ପଂଚାୟତର ୨୭୪ଟି ଗାଁରେ ଏହି ପାନୀୟ ଜଳ ସୁବିଧା ମିଳିବ । ଏଥିଯୋଗୁ ୨.୭୪ଲକ୍ଷ ଲୋକ ଉପକୃତ ହେବେ । ଏଥିରେ ୨୨୭.୯୧କୋଟି ଟଙ୍କା ବ୍ୟୟ ହେବ ଓ ଠିକା ସଂସ୍ଥା ଏଲଆଣ୍ଡଟି ଏହି କାର୍ଯ୍ୟକୁ ୨୪ମାସ ମଧ୍ୟରେ ଶେଷ କରିବ ।
ସେହିପରି ଖୋର୍ଦ୍ଧାର ୬ଟି ବ୍ଲକ ଟାଙ୍ଗୀ,ବାଣପୁର,ଚିଲିକା, ଜଟଣୀ, ଖୋର୍ଦ୍ଧା ଓ ବେଗୁନିଆର ମୋଟ ୭୭ଟି ପଂଚାୟତର ୫୦୫ଟି ଗାଁର ୪.୯୭ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିବ । ଏଥିପାଇଁ ୩୪୮.୧୦କୋଟି ଟଙ୍କା ଖର୍ଚ୍ଚ ହେବ ଓ ଠିକା ସଂସ୍ଥା ଏଲଆଣ୍ଡଟି ଏହାକୁ ୨୪ମାସ ମଧ୍ୟରେ ଶେଷ କରିବ ।
ଯାଜପୁରର ୪ଟି ବ୍ଲକ ର ୫୩ଟି ପଂଚାୟତର ୨୮୦ଟି ଗାଁର ୩.୨୩ଲକ୍ଷ ଲୋକଙ୍କୁ ପାନୀୟ ଜଳ ସୁବିଧା ଦେବା ପାଇଁ ୨୪୫.୯୮କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ଠିକା ସଂସ୍ଥା ମେଘା ଇଞ୍ଜିନିୟରିଂକୁ ଟେଣ୍ଡର ଦିଆଯାଇଛି ଓ ସେ ଏହାକୁ ୨୪ମାସ ମଧ୍ୟରେ ସାରିବ ବୋଲି କ୍ୟାବିନେଟ ବୈଠକରେ କୁହାଯାଇଛି ।
ସେହିପରି ଯାଜପୁରର ୪ଟି ବ୍ଲକ ଭୁବନ,ଗଁଦିଆ,କାମାକ୍ଷାନଗର ଓ ସଦର ବ୍ଲକର ୬୮ଟି ପଂଚାୟତରେ ପ୍ରାୟ ସାଢ଼େ ୩ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ୨୯୬.୯୩କୋଟି ଟଙ୍କାର ଠିକା କାର୍ଯ୍ୟ ମେଘା ଇଞ୍ଜିନିୟରିଂକୁ ପ୍ରଦାନ କରାଯାଇଛି ।
କଳାହାଣ୍ଡିର ଗୋଲମୁଣ୍ଡା ବ୍ଲକରେ ୨୮ଟି ପଂଚାୟତକୁ ଜଳଯୋଗାଣ ନିମନ୍ତେର ୧୭୭.୮୩କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଠିକା ସଂସ୍ଥା ମେଘା ଇଞ୍ଜିନିୟରିଂକୁ ଦିଆଯାଇଛି ।
ସହେିପରି ସମ୍ବଲପୁରର ୫ଟି ବ୍ଲକର ୨୬ଟି ପଂଚାୟତର ୧୩୮ଟି ଗାଁ ଏବଂ ଝାରସୁଗୁଡ଼ା ବ୍ଲକର ୨ଟି ପଂଚାୟତକୁ ଜଳଯୋଗାଣ ନିମନ୍ତେ ଠିକା ସଂସ୍ଥା ମେଘା ଇଞ୍ଜିନିୟରିଂକୁ ୧୯୮.୩୮କୋଟି ଟଙ୍କାର ଟେଣ୍ଡର ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top