Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ମୋଦିଙ୍କୁ ନବୀନଙ୍କ ତାତ୍ସଲ୍ୟଭରା ଆମନ୍ତ୍ରଣ, ଜବାବ ରଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ୱେୟାର): ଗତକାଲି କେନ୍ଦ୍ରାପଡ଼ାରେ ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିବାକୁ ନେଇ ଏବେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ତିନି ପର୍ଯ୍ୟାୟର ନିର୍ବାଚନରେ ବିଜେଡି ଜିତିସାରିଲାଣି ଓ ତାଙ୍କ ଶପଥ ଗ୍ରହଣ ସମାରୋହକୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମନ୍ତ୍ରଣ କରୁଛନ୍ତି ବୋଲି କଟାକ୍ଷର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଆଜି ନବୀନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଆମନ୍ତ୍ରଣ କରିବା ସହ ନବୀନଙ୍କ ପାଖରେ ମିଛ ଛଡ଼ା କୌଣସି ପ୍ରସଙ୍ଗ ନଥିବାରୁ ସେ ମୋଦି ଓ ପରିବର୍ତ୍ତନ ନାଁ ଶୁଣିଲେ ଚିହିଁକି ଉଠୁଛନ୍ତି ବୋଲି କହିଛନ୍ତି । ଆଜି ସୋଶାଲ ମିଡିଆରେ ଏକ ଭିଡିଓ ମାଧ୍ୟମରେ ନିଜର ପ୍ରତିକ୍ରିୟା ଜାରି କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର ଅଭିଯାନ ସମ୍ପୂର୍ଣ୍ଣ ମିଛ ତଥ୍ୟ ଉପରେ ଆଧାରିତ । ଏଥର ହିଂସା ଓ ମିଛ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଆୟୁଧ ହୋଇଛି । ଓଡ଼ିଶାର ବିପଦବେଳେ ବିଜେପି ନେତାଙ୍କ ଅନୁପସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ସତ୍ୟର ଅପଳାପ ବୋଲି ସେ କହିଛନ୍ତି । ଓଡ଼ିଶାର ବିପଦବେଳେ ଦିଲ୍ଲୀ ନେତାମାନେ କୁଆଡ଼େ ଯାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ ଯେଉଁ କଟାକ୍ଷ କରିଛନ୍ତି ତା’ର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ବିପଦବେଳେ ବିଜେପି ଠିଆ ନହେବା ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ସତ୍ୟର ଅପଳାପ । କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ବରଗଡ଼ ବିକାଶ ପାଇଁ ଯାଇଥିବାବେଳେ ମହିଳା ମନ୍ତ୍ରୀଙ୍କ ଉପସ୍ଥିତିରେ ତାଙ୍କୁ କିଏ ଟେକାପଥର ମାରିଥିଲା । ଚକଡ଼ା ପୋକର ଶିକାର ହୋଇ ଆତ୍ମହତ୍ୟା କରିଥିବା ଚାଷୀ ବୃନ୍ଦା ସାହୁଙ୍କ ଘରେ କେନ୍ଦ୍ର କୃଷି ମନ୍ତ୍ରୀ ପହଞ୍ôଚଥିବାବେଳେ ମୁଖ୍ୟମନ୍ତ୍ରୀ କେଉଁଠି ଥିଲେ ? ନରେନ୍ଦ୍ର ମୋଦି ଓଡ଼ିଶାରେ ଅନେକ ବିକାଶମୂଳକ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ସାଙ୍ଗରେ ନେଇ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ସାଙ୍ଗରେ ନେଇ ରାଉରକେଲା, ତାଳଚେର, ଭୁବନେଶ୍ୱର ଆଦି ସ୍ଥାନରେ କାର୍ଯ୍ୟକ୍ରମ କରିବାକୁ ଯାଇଥିବା କ’ଣ ମୁଖ୍ୟମନ୍ତ୍ରୀ ଭୁଲି ଯାଇଛନ୍ତି ନା ଜାଣିଶୁଣି ମିଛ କହୁଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ନକ୍ସଲ ସମସ୍ୟାର ସମୀକ୍ଷା ପାଇଁ କୋରାପୁଟ ଯାଇଥିଲେ । ମୁଖ୍ୟମନ୍ତ୍ରୀ ୧୯ବର୍ଷ ମଧ୍ୟରେ ଗୋଟିଏ ରାତି ବି କୋରାପୁଟର ନକ୍ସଲ ପ୍ରଭାବିତ ଅଞ୍ଚଳରେ ବିତାଇ ନାହାନ୍ତି । ନିଜ ବିଭାଗର ବିକାଶ କାମ କରିବା ପାଇଁ କେଉଁ କେନ୍ଦ୍ରମନ୍ତ୍ରୀ ଓଡ଼ିଶାକୁ ଆସିନାହାନ୍ତି ବୋଲି ସେ ପ୍ରଶ୍ନ କରିବା ସହ ଖଣି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଶକ୍ତିମନ୍ତ୍ରୀ ପୀୟୁଷ ଗୋଏଲ, ଉମାଭାରତୀ, ନୀତିନ ଗଡ଼କରୀ, ସୁଷମା ସ୍ୱରାଜ କିଏ ନଆସିଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ନବକଳେବର ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ ପିପିଲିରେ ସଭା କରିବା କ’ଣ ମୁଖ୍ୟମନ୍ତ୍ରୀ ଭୁଲିଯାଇଛନ୍ତି? ବିକାଶ ପାଇଁ ଏହି ସଭା ହୋଇଥିଲା, ରାଜନୀତି ପାଇଁ ନୁହେଁ । ସବକା ସାଥ ସବକା ବିକାଶ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ । ରାଜନୀତି ତା’ ବାଟରେ ହେଉ । ରାଜନୀତିରେ ଯେପରି ବିକାଶ ପେଶି ନହେଉ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top