Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରାଜଧାନୀରୁ ନକଲି କଲ ସେଣ୍ଟର ଠାବ କଲା ପୁଲିସ୍

ରାଜଧାନୀରେ ଠାବ ହେଲା ନକଲି କଲ୍ ସେଣ୍ଟର। ଭୁବନେଶ୍ଵରର ସୁନ୍ଦରପଦାର କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ଚାଲିଥିଲା ନକଲି କଲ ସେଣ୍ଟର। ବୁଧବାର ଏହି ବେଆଇନ କଲ ସେଣ୍ଟର ପର୍ଦ୍ଦାଫାସ କରିବା ସହ ୬ ଜଣଙ୍କୁ ଅଟକ ରଖିଛି କମିଶନରେଟ୍ ପୁଲିସ । ଏଥିସହ ଏକାଧିକ ଲାପଟପ୍, ମୋବାଇଲ ଓ ଅନେକ ଡିଜିଟାଲ ଡିଭାଇସ ଜବତ କରିଛି। ଅଟକ ୬ ଜଣ ଘର କୋଲକାତାରେ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।ସୂଚନଯୋଗ୍ୟ; ଭୁବନେଶ୍ୱର କପିଳପ୍ରସାଦ-ଜଟଣୀ ରୋଡ୍ ରେ ଥିବା କାଞ୍ଚନ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାରେ ଥିବା ୨୦୫ ନମ୍ବର ଫ୍ଲାଟରେ କିଛି ଯୁବକ ଦୀର୍ଘ ଦିନ ଚଳାଉଥିଲେ ବେଆଇନ୍ କଲ୍‌ ସେଣ୍ଟର। ଏହି କଲ୍‌ ସେଣ୍ଟରରେ ଲୋକମାନଙ୍କୁ ଫେକ୍‌ କଲ୍‌ କରଯାଇ ଚୁନ ମାରୁଥିଲେ ସାଇବର ଲୁଟେରା । ଏ ବାବଦରେ ସାଇବର ବିଭାଗ ଏବଂ ପୁଲିସ କୌଣସି ସୁତ୍ରରୁ ଖବର ପାଇବା ପରେ ଆଜି ସକାଳେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ସେଠାରେ ଫେକ୍ କଲ ସେଣ୍ଟର ଚାଲୁଥିବା ଜାଣିବାକୁ ପାଇଛି ପୁଲିସ ।

ପୁଲିସ ଚଢ଼ାଉ କରି ଫୋନ୍, ମୋବାଇଲ, କିଛି ଅନ୍ୟାନ୍ୟ ଡିଭାଇସ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।ଏହା ସହିତ ଘଟଣାରେ ସମ୍ପୃକ୍ତି ସନ୍ଦେହରେ ୬ ଜଣଙ୍କୁ ଅଟକ ରଖାଯାଇଛି ।ରାଜ୍ୟ ଭିତରେ ନୁହେଁ ରାଜ୍ୟ ବାହାରେ ଏମିତିକି ବିଦେଶୀଙ୍କୁ ମଧ୍ୟ ଟାର୍ଗେଟ୍ କରୁଥିଲେ । ତଦନ୍ତ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ଡିସିପି ପିନାକ ମିଶ୍ର । ଅଧିକ ତଦନ୍ତ ପାଇଁ ଟେକ୍ନିକାଲ ଟିମ୍‌ର ସାହାଯ୍ୟ ନିଆଯାଉଛି। ରାଜ୍ୟ ଓ ରାଜ୍ୟ ବାହାରର ଲୋକଙ୍କୁ ଲିଙ୍କ୍ ପଠାଇ ଏଠାରେ ଠକେଇ କରାଯାଉଥିଲା ବୋଲି ଡିସିପି ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top