Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ରାଜଧାନୀରେ ପୁଣି ରାଜନୈତିକ ହିଂସା, ବିଜେପି କର୍ମୀଙ୍କୁ ମାଡ଼,

ଭୁବନେଶ୍ୱର(ଓଡ଼ିଶା ୱେୟାର) : ଦିନକୁ ଦିନ ନିର୍ବାଚନରେ ଦେଖିବାକୁ ମିଳୁଛି ରାଜନୈତିକ ହିଂସା । ଅଳ୍ପ କିଛିଦିନ ହେବ ଖୋର୍ଦ୍ଧାରେ ଘଟିଥିବା ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣା ମନରୁ ଲିଭିନି । ଆଜି ପୁଣି ରାଜଧାନୀରେ ଦେଖାଦେଇଛି ରାଜନୈତିକ ହିଂସା । ବିଜେପିର ଭୁବନେଶ୍ୱରର-ଉତର ବିଧାୟୀକା ପାର୍ଥୀ ଅପରାଜିତା ମହାନ୍ତିଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିବା ଦଳୀୟ ନେତା ଓ କର୍ମୀଙ୍କୁ ନିଳାଦ୍ରୀ ବିହାର ସ୍ଥିତ ମଙ୍ଗଳା ବସ୍ତିରେ ଆକ୍ରମଣ କରାଯାଇଛି । ସେମାନେ ପ୍ରଚାର କରୁଥିବା ସମୟରେ, ବିଜେଡି କର୍ମୀମାନେ ଆକ୍ରମଣ କରିଛନ୍ତି ବୋଲି ବିଜେପି କର୍ମୀମାନେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ।
ଏଥିରେ ସେମାନେ ଦର୍ଶାଇଛନ୍ତି ଯେ, ଆକ୍ରମଣକାରୀମାନେ ବସ୍ତି ଭିତରକୁ ତାଙ୍କର ପ୍ରଚାର ଗାଡ଼ିକୁ ଭିତରକୁ ପୁରାଇ ଦେଇନଥିଲେ । ମାରପିଟ ମଧ୍ୟ ଆରମ୍ଭ କରିଦେଇଥିଲେ । ଯାହା ଫଳରେ ଭୁବନେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ସାବତ ଓ ଚନ୍ଦ୍ରଶେଖରପୁର ମଣ୍ଡଳ ସଭାନେତ୍ରୀ ମାନସ ମଞ୍ଜରୀ ରାୟପାଢ଼ୀଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଅନ୍ୟ ୯ଜଣ ଆହତ ହୋଇଛନ୍ତି । ଯେଉଁମାନେ ଅକ୍ରମଣ କରିଛନ୍ତି ସେ ବିଜେଡି ତୁଙ୍ଗ ନେତାଙ୍କ ସହିତ ବୁଲାବୁଲି କରି ଥାଆନ୍ତି ବୋଲି ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରୁ ଆକ୍ରମାଣ କରିଥିବା ସେଠାରୁ ଫେରାର ହୋଇଯାଇଥିଲେ ।
କିଛିଦିନ ତଳେ ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ରାଲିବେଳେ ୟୁନିଟ୍-୮ ନିକଟରେ ଟେକାମାଡ଼ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହା ବିଜେଡି କର୍ମୀଙ୍କ କାର୍ଯ୍ୟ ବୋଲି ଜଗନ୍ନାଥ ଅଭିଯୋଗ କରିଥିଲେ । ଏହି ରାଲିରେ ଭୁବନେଶ୍ୱର ଲୋକସଭା ପାର୍ଥୀ ଅପରାଜିତା ଷଢ଼ଙ୍ଗୀ ମଧ୍ୟ ସାମିଲ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top