Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ରାଜଧାନୀରେ ମହିଳା ବିଜେଡିର କ୍ୟାଣ୍ଡେଲ ଶୋଭାଯାତ୍ରା

ଭୁବନେଶ୍ୱର : ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ ଓ ଜମ୍ମୁ କାଶ୍ମୀରରେ ନାବାଳିକା ଗଣଦୁଷ୍କର୍ମର ବିଜେଡି ପ୍ରତିବାଦ କରିଛି । ବିଜେଡି ମହିଳା ଶାଖା ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି ।
ଦଳର ନେତ୍ରୀମାନେ ଆଜି ସନ୍ଧ୍ୟା ୬ଟା ବେଳେ ମାଷ୍ଟର କ୍ୟାଣ୍ଟିନ୍‍ ଛକରୁ ଏକ କ୍ୟାଣ୍ଡେଲ୍‍ ଶୋଭାଯାତ୍ରା ବାହାରି ରାଜମହଲ ଛକ ଓଭରବ୍ରିଜ୍‍ ତଳେ ପହଞ୍ôଚଥିଲେ । ସେଠାରେ ବିଜେଡି ରାଜ୍ୟ ସଭାନେତ୍ରୀ ପ୍ରମିଳା ମଲ୍ଲିଙ୍କ ନେତୃତ୍ୱରେ ମହିଳା ନେତୃମଣ୍ଡଳୀ ଓ କର୍ମୀ ମହମବତି ଜାଳି ନିରବ ପ୍ରତିବାଦ ଜଣାଇଥିଲେ । ଏହି ମହମବତି ଶୋଭାଯାତ୍ରାରେ ମହିଳା ସମବାୟ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଭୁବନେଶ୍ୱର ଡେପୁଟି ମେୟର କେ. ଶାନ୍ତି, ଉପସଭାପତି ଗୀତାଞ୍ଜଳି ବସ୍ତିଆ, ସୁନନ୍ଦା ଶତପଥୀ, ସଂଯୁକ୍ତା ମହଲ, ସଂଯୁକ୍ତା ମହାନ୍ତି, ଜିଲ୍ଲା ସଭାପତି ଭାରତୀ ସିଂହ, ଏକାମ୍ର-ଭୁବନେଶ୍ୱର ସଭାନେତ୍ରୀ ମହାମାୟା ସ୍ୱାଇଁ, ରାଜ୍ୟ ସାଧାରଣ ସଂପାଦିକା ସରଳା ସ୍ୱାଇଁ, ମନ୍ଦାକିନୀ କର, ମାନସୀ ସୁନ୍ଦରାୟ, ଏଲିନା ଦାସ, ଭୁବନେଶ୍ୱର ମହାନଗର ନିଗମର ମହିଳା କର୍ପୋରେଟର୍‍ଙ୍କ ସମେତ ହଜାରରୁ ଊଦ୍ଧ୍ୱର୍ ମହିଳା କର୍ମୀ ଯୋଗ ଦେଇଥିଲେ । ବିଜେଡି ନେତ୍ରୀମାନେ ବିଜେପି ଶାସିତ ରାଜ୍ୟଗୁଡିକରେ ମହିଳାମାନଙ୍କ ପ୍ରତି ବଢ଼ୁଥିବା ଅତ୍ୟାଚାର, ଅସମ୍ମାନ ଓ ଦୁଷ୍କର୍ମକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ଦୋଷୀ ଓ ଅଭିଯୁକ୍ତଙ୍କୁ ବିଜେପି ସରକାର ସୁରକ୍ଷା ପ୍ରଦାନ କରୁଥିବାରୁ କଡ଼ା ଭାଷାରେ ସମାଲୋଚନା କରିଥିଲେ । ୟୁପିର ଉନ୍ନାଓ ଓ ଜମ୍ମୁର ରାସ୍ନାରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ବିଜେପି ନେତାଙ୍କ ସମ୍ପୃକ୍ତିକୁ ନେଇ ଏବେ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top