Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରାଜନୀତିରୁ ଅବସର ନେବେ ଗୁଲାମ ନବୀ ଆଜାଦ !

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ରାଜନୀତିରୁ ସନ୍ନ୍ୟାସ ନେବେ । ଏନେଇ ସେ ସଙ୍କେତ ଦେଇଛନ୍ତି । ଏକ ଭିଡିଓରେ ଗୁଲାମଙ୍କ ଏପରି କିଛି ସଙ୍କେତ ଦେଖିବାକୁ ମିଳିଛି । ଯେଉଁଥିରେ ସେ ହଠାତ କେଉଁଦିନ ରାଜନୀତିରୁ ଅବସର ନେଇ ସମାଜ ସେବା କରୁଥିବା ଲୋକେ ଦେଖିବାକୁ ପାଇବେ ବୋଲି କହୁଥିବା ନଜର ଆସିଛି ।
ଦେଶର ସର୍ବପୁରାତନ ଦଳ କଂଗ୍ରେସର ବରିଷ୍ଠ ନେତା ତଥା ଜି୨୩ ଗ୍ରୁପର ସଦସ୍ୟ ଗୁଲାମନବୀ ଆଜାଦ ଦଳର ୫ ରାଜ୍ୟରେ ପରାଜୟ ପରେ ଲଗାତର ଚର୍ଚ୍ଚାରେ ରହିଛନ୍ତି । ସେ ଦୁଇ ଦିନ ତଳେ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ । ତେବେ ସୋନିଆଙ୍କୁ ଦେଖା କରିବା କିଛି ବଡ ଖବର ନୁହେଁ, ସେ ଲଗାତର ଭାବେ ସୋନିଆଙ୍କୁ ଦେଖା କରିବେ ବୋଲି କହିଥିଲେ ।
ସେ ଆହୁରି କହିଥିଲେ ଯେ, ଏବେ ଦଳର ସଭାପତି ପଦବୀ ଖାଲି ନାହିଁ । ନିର୍ବାଚନ ହେଲେ ଦଳର କାର୍ଯ୍ୟକର୍ତ୍ତା କଂଗ୍ରେସର ସଭାପତି କିଏ ହେବ ସେନେଇ ନିଷ୍ପତ୍ତି ନେବେ । ସେହିପରି ରବିବାର ଜମ୍ମୁ-କାଶ୍ମୀରରେ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ, ପୀର ପଞ୍ଜାଲରେ ହିନ୍ଦୁ, ମୁସଲିମ, ଶିଖ ସମସ୍ତେ ରହିବା ଦରକାର । ଏହାସହ ସେ ଧର୍ମ ଆଧାରରେ ଘୃଣା ସୃଷ୍ଟି କରୁଥିବା ରାଜନୈତିକ ଦଳ ଉପରେ ବର୍ଷିଥିଲେ ।ଯଦି ତାଙ୍କ ଦଳ ଏପରି କରେ ତେବେ ସେ ନିଜ ଦଳକୁ ମଧ୍ୟ କ୍ଷମା କରିବେ ନାହିଁ ବୋଲି କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top