Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରାଜଭବନ ଛକ ପେଟ୍ରୋଲ ପମ୍ପ ବିସ୍ଫୋରଣ: ଆଇଓସିଏଲ ଅଫିସର ଓ ଠିକାଦାର ଦାୟୀ

ଭୁବନେଶ୍ୱର(ଓଡ଼ିଶା ୱେୟାର):ଗତ ଅକ୍ଟୋବର ୭ତାରିଖରେ ଭୁବନେଶ୍ୱରର ରାଜଭବନ ଛକସ୍ଥିତ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ମାମଲାର ତଦନ୍ତ ଶେଷ ହୋଇଛି । ଏହି ବିସ୍ଫୋରଣ ପାଇଁ ସିଧାସଳଖ ଭାରତୀୟ ତୈଳ ନିଗମ(ଆଇଓସିଏଲ)ର ଅଧିକୃତ ଅଫିସର ଓ ଠିକାଦାର ସଂସ୍ଥା ମେସର୍ସ ସୂର୍ଯ୍ୟଶକ୍ତି ଭେଲସ୍ ଲିଃର ପ୍ରତିନିଧିଙ୍କ ଅବହେଳା ଦାୟୀ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଏହାସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ରାଜ୍ୟ ସରକାରଙ୍କ ଅନୁମତି ଲୋଡ଼ାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ତଦନ୍ତକାରୀ ପୁଲିସ ଦେଇଥିବା ରିପୋର୍ଟରେ ଦର୍ଶାଇଛି ଯେ,ଏହି ବିସ୍ଫୋରଣ ରାଜଧାନୀର ମଧ୍ୟଭାଗରେ ତଥା ରାଜଭବନ ପାଖରେ ହୋଇଥିଲା ଓ ଏଭଳି ଘଟଣା ଦେଶରେ ପ୍ରଥମ । ବିସ୍ଫୋରଣରେ ୨ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଯେହେତୁ ତଦନ୍ତବେଳେ ଆଇଓସିଏଲ ଓ ମେସର୍ସ ସୂର୍ଯ୍ୟଶକ୍ତି ଭେସେଲ୍ ଲିଃର ଅପରାଧିକ ଅବହେଳା ପ୍ରମାଣିତ ହୋଇଛି, ତେଣୁ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ୩ଟି କାରଣ ଯଥା- ଅବହେଳା ପାଇଁ ବିସ୍ଫୋରଣରେ ମୃତ ଦୁଇଜଣଙ୍କୁ ନ୍ୟାୟ ଦେବା, ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ଓ ପୁଲିସର ବିଶ୍ୱସନୀୟତାକୁ ବଜାୟ ରଖିବା ନିମନ୍ତେ ଆଇନଗତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ତଦନ୍ତକାରୀ ପୁଲିସ୍ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି ।
ବିସ୍ଫୋରଣ ଘଟଣାର ତଦନ୍ତବେଳେ ବିଭିନ୍ନ ସାକ୍ଷ୍ୟପ୍ରମାଣ, ସିସିଟିଭି ଫୁଟେଜକୁ ଯାଂଚ ଓ ବିଶ୍ଲେଷଣ କରାଯାଇଥିଲା । ଇଲେକ୍ଟୋନିକ ରେକର୍ଡଗୁଡ଼ିକୁ ମଧ୍ୟ ସମୀକ୍ଷା ସହ ପେଟ୍ରୋଲିୟମ ଆଣ୍ଡ ଏସପ୍ଲୋସିଭ୍ ସେଫଟି ଅର୍ଗାନାଇଜେସନ୍ (ପିଇଏସଓ)ର ବିଶେଷଜ୍ଞଙ୍କ ମତାମତ ଆଧାରରେ ଏହି ବିସ୍ଫୋରଣ ପାଇଁ ଆଇଓସିଏଲର ଅଧିକୃତ ଅଫିସର ଓ ଠିକାଦାର ସଂସ୍ଥାର ପ୍ରତିନିଧିଙ୍କ ଅପରାଧିକ ଅବହେଳାକୁ ଦାୟୀ କରାଯାଇଛି ।
ତଦନ୍ତକାରୀ ସଂସ୍ଥା ୧୦ଟି ଦିଗକୁ ରେଖାଙ୍କିତ କରିବା ସହ ୧୨ଟି ଏସଓପିକୁ ଉଲ୍ଲଘଂନ କରାଯାଇଥିବା କହିଛି । ୧୦ବର୍ଷର ବାଧ୍ୟତାମୂଳକ ପ୍ରେସର ଟେଷ୍ଟିଂ ବ୍ୟବସ୍ଥା ଥିବାରୁ ଏସଓପି ଅନୁସାରେ ଟେଣ୍ଡର, କାର୍ଯ୍ୟର ପରିଚାଳନା ଓ ନିରାପତ୍ତା ଆଇଓସିଏଲ ସମସ୍ତ ଦାୟିତ୍ୱ ନେବାକଥା । ଏଭଳି ଏକ ସଂସ୍ଥାକୁ ଆଇଓସିଏଲ ପକ୍ଷରୁ ଟେଣ୍ଡର ଦିଆଯାଇଥିଲା ଯିଏକି ଏସଏମପିଭି ରୁଲ୍ ଅନୁସାରେ ଏଥିପାଇଁ ଯୋଗ୍ୟ ନୁହେଁ । ଆଇଓସିଏଲର ଜାଣତରେ ଠିକାସଂସ୍ଥା ମେସର୍ସ ସୂର୍ଯ୍ୟଶକ୍ତି ଭେସେଲ୍ କେତେକ ନିମ୍ନମାନର କାର୍ଯ୍ୟ ମଧ୍ୟ କରିଥିଲା । ଠିକା ସଂସ୍ଥାକୁ ଗେଟ୍ ପାସ୍ ଦିଆଯାଇନି କିନ୍ତୁ ସେମାନଙ୍କୁ କାମ କରିବାକୁ ଅନୁମତି ମିଳିଥିଲା । ଅକ୍ଟୋବର ୬ ଓ ୭ତାରିଖରେ ଦ୍ୱିତୀୟ ଟାଙ୍କିରେ କାମ ଚାଲିଥିବାବେଳେ ଆଇଓସିଏଲର ଅଧିକୃତ ପ୍ରତିନିଧି ଉପସ୍ଥିତ ନଥିଲେ । ଏହି ଦ୍ୱିତୀୟ ଟାଙ୍କି ଅକ୍ଟୋବର ୭ତାରିଖରେ ବିସ୍ଫୋରଣ କରିଥିଲା । ତେବେ ଫୋନ୍ ଓ ହ୍ୱାଟସଅପ୍ ମାଧ୍ୟମରେ ଆଇଓସିଏଲ ପ୍ରତିନିଧି ସେଦିନ ଠିକାଦାରଙ୍କ ସହ ଯୋଗାଯୋଗରେ ରହିଥିଲେ । ତେବେ କାମ ଚାଲିଥିବାବେଳେ ଆଇଓସିଏଲର ଅଧିକୃତ ଅଧିକାରୀ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବା ଜରୁରୀ । ପ୍ରଥମ ସିଲଣ୍ଡିରର କାର୍ଯ୍ୟ ୫ଦିନରେ ସରିଥିବାବେଳେ ଦ୍ୱିତୀୟ ସିଲିଣ୍ଡର କାର୍ଯ୍ୟ ମାତ୍ର ୨ଦିନରେ ସରିଥିଲା, ଯାହାକି ବିସ୍ଫୋରଣ କରିଥିଲା । ଆଇଓସିଏଲ୍ ଏସବୁ କାର୍ଯ୍ୟ ପାଇଁ ତ୍ୱତୀୟ ପକ୍ଷ ତଦାରଖ ବା ମୂଲ୍ୟାଙ୍କନ କରିବା ଉଚିତ୍‌, ଯାହାକି ହୋଇନଥିଲା । ସେହିପରି ଏହି ପେଟ୍ରୋଲ ପମ୍ପଟି ଆଇଓସିଏଲ୍ ମାଲିକାନାରେ ଅଛି ଓ ତାହା ଦ୍ୱାରା ପରିଚାଳିତ ହେଉଥିଲା । ଗାଇଡଲାଇନ୍ ଅନୁସାରେ କାମ ଚାଲିଥିବାବେଳେ ପେଟ୍ରୋଲ,ଡିଜେଲ ଓ ଏଲପିଜି ବିକ୍ରି କରାଯିବ ନାହିଁ । ତାହା ବି ପାଳନ କରାଯାଇନଥିଲା ।
ପିଇଏସଓ ଅନୁସାରେ, ଏଲପିଜି ଫିଲିଙ୍ଗ ପୂର୍ବରୁ ଅଣ୍ଡରଗ୍ରାଉଣ୍ଡରେ ଥିବା ଉଭୟ ସିଲିଣ୍ଡରକୁ ଯାଂଚ କରିବା ଜରୁରୀ ଥିଲା । ତେବେ ଅନ୍ୟ ଗୋଟିଏ ସିଲିଣ୍ଡରର କାର୍ଯ୍ୟ ସମାପ୍ତ ହେବା ପୂର୍ବରୁ ପ୍ରଥମ ସିଲିଣ୍ଡରରେ ଏଲପିଜି ଭର୍ତ୍ତି କରାଯାଇ ସାରିଥିଲା । ବୈଷୟିକ କର୍ମଚାରୀ ଓ ତଦାରଖଙ୍କ ଅଭାବରୁ ବିସ୍ଫୋରଣ ହୋଇଥିବା ସିଲିଣ୍ଡର ଠିକ୍ ଭାବେ ବସି ନଥିଲା ।
ସୂଚନାଯୋଗ୍ୟ, ଅକ୍ଟୋବର ୭ତାରିଖରେ ରାଜଭବନଛକ ନିକଟସ୍ଥ ପେଟ୍ରୋଲ ପମ୍ପରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top