Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ସ୍ୱର ବଦଳାଇଲେ ଦାମଙ୍କ ପୁଅ

ଭୁବନେଶ୍ୱର: ଜିଲ୍ଲାୱାରି ସାଂଗଠନିକ କାର୍ଯ୍ୟର ସମୀକ୍ଷା ପାଇଁ ନବୀନ ନିବାସରେ ୭ତାରିଖରେ ବସିଥିବା ବୈଠକକୁ ଦଳର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ଡକାନଯିବା ପ୍ରସଙ୍ଗକୁ ନେଇ ରାଜନୀତିକ ବିବାଦ ବଢ଼ିବାରେ ଲାଗିଛି । ଏହି ବୈଠକକୁ ଡକାନଯିବା ନେଇ ପାରାଦୀପ ବିଧାୟକ ତଥା ବରିଷ୍ଠ ନେତା ଡାକ୍ତର ରାଉତ କ୍ଷୋଭ ପ୍ରକଟ କରିବାର ୨୪ଘଣ୍ଟା ନପୁରୁଣୁ ତାଙ୍କ ପୁଅ ତଥା ଦଳର ସମ୍ପାଦକ ସମ୍ବିତ ରାଉତରାୟ ନିଜର ମତ ବଦଳାଇଛନ୍ତି । ଗତ ୭ତାରିଖରେ ହୋଇଥିବା ବୈଠକରେ ତାଙ୍କ ପିତାଙ୍କର କିଛି କାମ ନଥିଲା, ସେ ଆସିଥିଲେ କ’ଣ ବୁଝିଥାନ୍ତେ ବୋଲି କହିଥିବା ସମ୍ବିତ କିନ୍ତୁ ଆଜି ନିଜ ପିତାଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି ।
ଶ୍ରୀ ରାଉତରାୟ ଆଜି ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବାପାଙ୍କୁ ବୈଠକକୁ କାହିଁକି ଡକାଗଲାନି ତାହା ଦଳର ଆଭ୍ୟନ୍ତରୀଣ ମାମଲା । ବାପାଙ୍କୁ ବୈଠକକୁ ଡକାନଯିବା ହେଉଛି ଉପରଲେବୁଲ କଥା । ମୁଁ ସେ ବିଷୟରେ କିଛି କହିପାରିବି ନାହିଁ । ମହାନଦୀ ମିଟିଂକୁ ବାପାଙ୍କୁ ଡକାନଯିବା ବାପାଙ୍କୁ ଆଘାତ ଦେଇଥିବ । ଦଳ ତାଙ୍କ ଅଭିଜ୍ଞତା ଉପଯୋଗ ନକରିବା ଦୁର୍ଭାଗ୍ୟଜନକ । ରାଜନୀତିକ କାରଣରୁ ପିତାଙ୍କ ସହ ମତଭେଦକୁ ନେଇ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଉପରେ ସମ୍ବିତ୍ କହିଛନ୍ତି ଯେ, ମୁଁ ବାପାଙ୍କ ଏକମାତ୍ର ପୁଅ, ସେ ମୋର ସବୁଠୁ ବଡ଼ ପରିଚୟ । ଏ ଜନ୍ମରେ ତାଙ୍କୁ ଛାଡ଼ି ଯିବି କୁଆଡ଼େ । ଆଉ ମୋର ସଂସ୍କାର ମଧ୍ୟ ସେୟା ନୁହେଁ । ମୋ ବାପା ମୋତେ ସେଭଳି ସଂସ୍କାର ଦେଇନାହାନ୍ତି । ଆମ ଭିତରେ କେମିତି ଝଗଡ଼ା ହୋଇପାରିବ । ମୁଁ ଏବେ ତାଙ୍କ ପାଖରେ ରହୁଛି । ନିଜର ରାଜନୀତିକ ଭବିଷ୍ୟତ ସମ୍ପର୍କରେ ସମ୍ବିତ୍ କହିଛନ୍ତି ଯେ ୨୦୦୯ ମସିହାରେ ଟିକେଟ୍ ପାଇଥିଲି । ବାପା ମନା କଲେ । ୨୦୧୪ ମସିହାରେ ସୁଯୋଗ ଆସିଥିଲା । କିନ୍ତୁ ବାପାଙ୍କ ଇଚ୍ଛାକୁ ପ୍ରାଧାନ୍ୟ ଦେଲି । ଆଗକୁ ରାଜନୀତିରେ ବହୁତ କିଛି ହେବାକୁ ଯାଉଛି । ୭ତାରିଖ ବୈଠକ ସମ୍ପର୍କରେ ସମ୍ବିତ୍ କହିଥିଲେ ଯେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଜଣେ ପ୍ରତିନିଧି ହେଉଛନ୍ତି ବିଧାୟକ । ତାଙ୍କୁ ଜନସାଧାରଣ ବାଛି ବିଧାନସଭା ପଠାଇଥାନ୍ତି । ତାଙ୍କର ପ୍ରତିନିଧି ନଥାଆନ୍ତି । ତେଣୁ ତାଙ୍କର କିଏ ପ୍ରତିନିଧି ରହିବ ? ଏହା ସମ୍ଭବ ନୁହେଁ । ମୁଁ କାହାର ପ୍ରତିନିଧି ନୁହେଁ । ପ୍ରତି ନିର୍ବାଚନମଣ୍ଡଳୀରେ ଏକ ହ୍ୱାଟସ୍ଅପ୍ ଗ୍ରୁପ୍ ରହିଛି । ଏଥିରେ ଅତିକମ୍ରେ ୫ହଜାର ଯୁବକଙ୍କୁ ସାମିଲ କରିବା ପାଇଁ ନିର୍ଦ୍ଦେଶ ରହିଛି । ଏହି ଷ୍ଟାଟର୍ସ ରିପୋର୍ଟ ଜାଣିବା ପାଇଁ ସେଦିନ ବୈଠକ ଡକାଯାଇଥିଲା ଓ ସେଥିରେ ଭାଗ ନେବାକୁ ଯାଇଥିଲି । ମୋତେ ହ୍ୱାଟସ୍ଅପ୍ ଗ୍ରୁପ୍ରେ ମଟିଂକୁ ଡକାଯାଇଥିଲା । ମୁଁ ଯାଇଥିଲି । ବାପାଙ୍କ ଜାଗାରେ ମୁଁ ଯାଇଛି କଥା ଆଗରୁ କହିଥିଲେ ହୁଏତ ଠିକ୍ ହୋଇଥାନ୍ତା । ଏବେ କହିବା ଠିକ୍ ନୁହେଁ । କାରଣ ମୁଁ ଏବେ ଦଳର ଜଣେ ରାଜ୍ୟ ସମ୍ପାଦକ । ପୂର୍ବରୁ ଦଳ ସହିତ ସମ୍ପୃକ୍ତ ନଥିଲି । ଦଳର ସୁପ୍ରିମୋ ମୋତେ ସମ୍ପାଦକ ଦାୟିତ୍ୱ ଦେଇଛନ୍ତି । ତାକୁ ଠିକ୍ ଭାବେ ସମ୍ପାଦନ କରିବା ପାଇଁ ଚେଷ୍ଟା କରୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top