Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ୟୁପିରେ ମାଟି କାମୁଡ଼ିଲା ବିଜେପି: ବିଜୟ ନାୟକ

ଭୁବନେଶ୍ୱର : ମୋଦି ବିଜେପିର ପୋଷ୍ଟର ବୟ ଯୋଗୀ ଆଦିତ୍ୟନାଥଙ୍କ ନିଜ ସଂସଦୀୟ କ୍ଷେତ୍ର ଗୋରଖପୁରରେ ବିଜେପି ଆଜି ମାଟି ଚାଟିଛି ବୋଲି ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।
ଉତ୍ତରପ୍ରଦେଶରେ ଗୋରଖପୁର ଓ ଫୁଲପୁର ସଂସଦୀୟ କ୍ଷେତ୍ର ପାଇଁ ହୋଇଥିବା ଉପ-ନିର୍ବାଚନରେ ବିଜେପି ବହୁ ଭୋଟ୍‍ ବ୍ୟବଧାନରେ ପରାଜୟବରଣ କରିଛି । କେବଳ ଉତ୍ତରପ୍ରଦେଶ-ବିହାର ନୁହେଁ, ସମଗ୍ର ଭାରତ ବର୍ଷରେ ବିଜେପି ଓ ମୋଦି ବିରୋଧୀ ହାୱା ବହିବାରେ ଲାଗିଛି । ବର୍ଷକରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା କେତେ ଦ୍ରୁତ ଗତିରେ ହ୍ରାସ ପାଇଛି, ତା’ର ଜ୍ୱଳନ୍ତ ପ୍ରମାଣ ହେଉଛି ଉତ୍ତରପ୍ରଦେଶର ଲୋକସଭା ଉପ-ନିର୍ବାଚନ ଫଳାଫଳ । ବିଶେଷତଃ ମୁଖ୍ୟମନ୍ତ୍ରୀଙ୍କ ଆସନ ଏବେ ବିରୋଧୀ ଦଳଙ୍କ କବଜାରେ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବିଜେପି ପ୍ରତି ଭୋଟରଙ୍କ ମୋହଭଙ୍ଗ ହେବାରେ ଲାଗିଛି । ଏପରିକି ଯୋଗୀ ଆଦିତ୍ୟନାଥ ନିଜେ ଉପନିର୍ବାଚନ ଲଢ଼ିଲେ ହାରିବା ଭୟରେ ବିଧାନସଭା ପରିଷଦର ସଦସ୍ୟତା ଗ୍ରହଣ କରିବା ବିଜେପି ପ୍ରତି ଲୋକଙ୍କ ବିମୁଖ ମନୋଭାବର ସ୍ପଷ୍ଟ ସୂଚନା ଦେଇଥାଏ । ଉତ୍ତରପ୍ରଦେଶରେ ଯେଉଁ ସ୍ଥାନରୁ ୨୦୧୪ରେ ବିଜେପି ବହୁ ଭୋଟ୍‍ରେ ବିଜୟୀ ହୋଇଥିଲା, ସେହି ସ୍ଥାନରେ ଶୋଚନୀୟ ପରାଜୟବରଣ କରିବା ବିଜେପିର ସାମ୍ପ୍ରତିକ ସ୍ଥିତିର ପରିଚାୟକ । ମୋଦି ଶାସନରେ ଭାରତ ସବୁ କ୍ଷେତ୍ରରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଭାରତୀୟତାର ଶକ୍ତି ଓ ସାମର୍ଥ୍ୟକୁ ବିଜେପି ଦୁର୍ବଳ କରିଚାଲିଛି । ‘ଅଚ୍ଛେଦିନ’ର ସ୍ୱପ୍ନ ଦେଖାଇ ‘ବୁରେ ଦିନ୍‍’ରେ ପହଞ୍ଚାଇଛି । ଏଭଳି ଦଳକୁ ଜନସାଧାରଣ କଦାପି କ୍ଷମା ଦେବେ ନାହିଁ, ସବୁଠି ପ୍ରତ୍ୟାଖ୍ୟାନ କରିବେ । ବିଜେପୁର ଠାରୁ ଗୋରଖପୁର ପର୍ଯ୍ୟନ୍ତ ବିଜେପି ଆଜି ଅଲୋଡ଼ା । ଏହି ଦଳକୁ ଆଗାମୀ ନିର୍ବାଚନରେ ଲୋକମାନେ ଉଚିତ୍‍ ଶିକ୍ଷା ଦେବେ ଓ ବିଜେପିର ଅହଂକାର ଏବଂ ଔଦ୍ଧତ୍ୟ ଭୁଲୁଣ୍ଠିତ ହେବ ବୋଲି ଶ୍ରୀ ନାୟକ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top