Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୧୩୩୧୧ କୋଟିର ୨୨ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଜ୍ୟରେ ୧୩,୩୧୧କୋଟି ୫୩ଲକ୍ଷ ଟଙ୍କାର ୨୨ଟି ଶିଳ୍ପ ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏଥିରେ ୨୦ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ହୋଇଥିବାବେଳେ ୨ଟି ପ୍ରକଳ୍ପ ଉଦଘାଟିତ ହୋଇଛି । ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ମୋଟ ୧୦,୬୭୭ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।
ଆଜି ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ମ୍ୟାନୁଫାକଚରିଂ କ୍ଷେତ୍ରରେ ଓଡ଼ିଶାରେ ଅଧିକ ଉତ୍ସାହଜନକ ପୁଞ୍ଜିନିବେଶ ହେଉଛି । ଯେଉଁଥିପାଇଁ ଓଡ଼ିଶା ଭାରତର ପ୍ରମୁଖ ମ୍ୟାନୁଫାକଚରିଂ ହବ୍ ହେବାରେ ଲାଗିଛି । ନୂଆ ପ୍ରକଳ୍ପଗୁଡ଼ିକୁ ନେଇ ସନ୍ତୋଷ ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରାୟ ୧୩ହଜାର କୋଟି ଟଙ୍କାର ୨୨ଟି ପ୍ରକଳ୍ପକୁ ଆଜି ଶୁଭାରମ୍ଭ ଯୋଗୁ ୧୦୬୦୦ଲୋକଙ୍କୁ ନିଯୁକ୍ତି ମିଳିବ । ଗତ କିଛିବର୍ଷ ହେଲା ଓଡ଼ିଶାରେ ପୁଞ୍ଜିନିବେଶ ପରିମାଣ ବୃଦ୍ଧି ପାଇବାରେ ଲାଗିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ଗୋ ପ୍ଲସ’ ମୋବାଇଲ୍ ଆପକୁ ଲୋକାର୍ପଣ କରିଥିଲେ । ଏଥିରେ ଲ୍ୟାଣ୍ଡବ୍ୟାଙ୍କ୍ ସଂକ୍ରାନ୍ତ ସମସ୍ତ ତଥ୍ୟ ରହିଛି । ଯାହାକି ଏମଏସଏମଇ କ୍ଷେତ୍ର ପାଇଁ ବିଶେଷ ସହାୟକ ହେବ । ଯେଉଁ ପ୍ରକଳ୍ପ ଶୁଭାରମ୍ଭ ହେଲା ସେଥିରେ ୧୫୦.୩୮କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱରରେ ଲାଇଫଲାଇନ୍ ମଲଟି ଭେଞ୍ଚର୍ସ ପ୍ରାଃ ଦ୍ୱାରା ପଂଚତାରକା ହୋଟେଲ ଓ ଟାଙ୍ଗି-ଚୌଦ୍ୱାରରେ ଓସିଏଲ ଇଣ୍ଡିଆ ଲିଃ ଦ୍ୱାରା ୪୪୧.୪୩କୋଟି ଟଙ୍କା ବ୍ୟୟରେ ବାର୍ଷିକ ଅଢ଼େଇ ନିୟୁତ ଟନ୍ ବିଶିଷ୍ଟ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ ରହିଛି । ଏହି ଦୁଇ ପ୍ରକଳ୍ପରେ ଯଥାକ୍ରମେ ୨୪୦ ଓ ୧୪୧ଜଣ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top