Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

୨୮ରେ ଜିଲ୍ଲାପାଳ ସମ୍ମିଳନୀ

ଭୁବନେଶ୍ୱର :  ୩ମାସ ବ୍ୟବଧାନରେ ପୁଣିଥରେ ଚଳିତମାସ ୨୮ତାରିଖରେ ରାଜ୍ୟ ସଚିବାଳୟରେ ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହେବ । ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରିଥିବା କ୍ଷମତାସୀନ ବିଜେଡି ସରକାର ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେବା ନିମନ୍ତେ ଜିଲ୍ଲାପାଳଙ୍କୁ ଗୁୁରୁ ମନ୍ତ୍ର ଦେବା ପାଇଁ ଏହି ସମ୍ମିଳନୀ ଆୟୋଜନ କରିଥିବା ଜଣାପଡ଼ିଛି ।  ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ଦିନିକିଆ ଜିଲ୍ଲାପାଳ ସମ୍ମିଳନୀରେ ଉପସ୍ଥିତ ରହିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରାଯିବା ସହ ଯେଉଁ ସବୁ ପ୍ରସଙ୍ଗ ଉପରେ ଆଲୋଚନା ହେବ ସେନେଇ ପ୍ରସ୍ତୁତ ହୋଇ ଆସିବାକୁ ପରାମର୍ଶ ଦିଆଯାଇଛି । ସମ୍ମିଳନୀରେ ସ୍ଥାନ ପାଇଥିବା ଏଜେଣ୍ଡା ମଧ୍ୟରେ ମୁଖ୍ୟତଃ ରାଜ୍ୟରେ ମରୁଡ଼ିରେ ପ୍ରଭାବିତ ୧୫ ଜିଲ୍ଲାର ୬୦୧୫ଟି ଗାଁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ହୋଇଥିବା ସ୍ୱତନ୍ତ୍ର ମରୁଡ଼ି ପ୍ୟାକେଜ୍କୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା, ଚାଷୀଙ୍କୁ  ଯୁଦ୍ଧକାଳୀନ ଭିତ୍ତିରେ କ୍ଷତିପୂରଣ ବଣ୍ଟନ, ଗ୍ରାମାଞ୍ଚଳରେ ଆବାସିକ ଯୋଜନା(ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ମୋ’କୁଡ଼ିଆ), ଗ୍ରାମ୍ୟ ବିଦ୍ୟୁତିକରଣ, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ, ମମତା, ନିରାମୟ, ମିଶନ ଶକ୍ତି, ମେଗା ଲିଫ୍ଟ ଯୋଜନା, ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିର ଉପଯୋଗ, ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା(ପିଡିଏସ୍),  ସାମାଜିକ ଭତ୍ତା ବଣ୍ଟନ, ଆଇସିଡିଏସ୍ ଯୋଜନା ଆଦି ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡ଼ିଛି । ଜିଲ୍ଲାପାଳ ସମ୍ମିଳନୀରେ ମନ୍ତ୍ରୀମାନଙ୍କୁ ଉପସ୍ଥିତ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ ପ୍ରଥମଥର ପାଇଁ ସ୍ୱଳ୍ପ ଅବଧି ବ୍ୟବଧାନରେ ରାଜ୍ୟରେ ଜିଲ୍ଲାପାଳ ସମ୍ମିଳନୀ ହେଉଛି । ଚଳିତବର୍ଷ ଜୁନ୍ ୧୭ ଓ ୧୮ତାରିଖରେ ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top