Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଖରିଫ ନୀତିକୁ କ୍ୟାବିନେଟ୍ ଅନୁମୋଦନ, ୫୫ଲକ୍ଷ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ

ଭୁବନେଶ୍ୱର: ୨୦୧୮-୧୯ ଖରିଫ ଋତୁରେ ୫୫ଲକ୍ଷ ଟନ୍ ଧାନ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଧାନ ସଂଗ୍ରହବେଳେ ପୂର୍ବରୁ ମୁଣ୍ଡପିଛା କଟା ଯାଉଥିବା ୩ କ୍ୱିଂଟାଲ ଧାନକୁ ଚଳିତବର୍ଷଠୁ ଆଉ କଟାଯିବ ନାହିଁ । ଏହା ଦ୍ୱାରା ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୨୦୧୮-୧୯ ଖରିଫ ନୀତିକୁ ଅନୁମୋଦନ ସମେତ ମୋଟ ୩ଟି ଏଜେଣ୍ଡାକୁ ମଞ୍ଜୁରୀ ମିଳିଛି ।
ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ ଚଳିତ ଖରିଫ ଋତୁରେ ମୋଟ ୩୭ଲକ୍ଷ ଟନ୍ ଚାଉଳ ସଂଗ୍ରହ ହେବ । ଏଥିରୁ ୨୩ଲକ୍ଷ ମେଟ୍ରିକ ଟନ୍ ଚାଉଳ ସାଧାରଣ ବଂଟନ ପାଇଁ ରହିବ । ବଳକା ଚାଉଳ ଏଫସିଆଇକୁ ଦିଆଯିବ । ଧାନ ଦେବାର ୩ଦିନ ମଧ୍ୟରେ ଚାଷୀ ସେମାନଙ୍କର ଟଙ୍କା ପାଇବେ । ୨୪ରୁ ୭୨ଘଂଟା ମଧ୍ୟରେ ପି-ପାସ୍ ବ୍ୟବସ୍ଥା ମାଧ୍ୟମରେ ଚାଷୀଙ୍କ ଆକାଂଉଟକୁ ଟଙ୍କା ଟ୍ରାନ୍ସଫର ହୋଇଯିବ । ପ୍ୟାକ୍ସ ଓ ଲ୍ୟାମ୍ପସ୍ ଜରିଆରେ ଧାନ ସଂଗ୍ରହ କରାଯିବ ।
ସେହିପରି ‘ ୨୦୧୮-୧୯ ଆର୍ଥିକ ବର୍ଷରେ ନୂତନ ଭାବେ ଆରମ୍ଭ ହୋଇଥିବା ୧୨୫୦କୋଟି ଟଙ୍କାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମର ଗାଇଡଲାଇନକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୧ରୁ ୧୦ଲକ୍ଷ ଟଙ୍କା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ହେବ । ଏସବୁ କାର୍ଯ୍ୟ କୌଣସି ଠିକାଦାର କିମ୍ବା ଠିକାଦାରୀ ସଂସ୍ଥା ମାଧ୍ୟମରେ କରାଯିବ ନାହିଁ । ବିଭାଗୀୟ ଅଧିକାରୀମାନେ ଏହି ପ୍ରକଳ୍ପ କାର୍ଯ୍ୟ କରିବେ । ସେହିପରି କୃଷି ବିଭାଗରେ କ୍ୟାଡ଼ର ପୁର୍ନଗଠନ ପ୍ରକ୍ରିୟାକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top