Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଟୋକିଓରେ ରେକର୍ଡ କଲା ଭାରତ

ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ଟୋକିଓ ଅଲମ୍ପିକ ଶେଷ ହୋଇଛି । ଦୀର୍ଘ ୧୭ ଦିନ ଧରି ଟୋକିଓରେ ଚାଲିଥିବା ଅଲିମ୍ପିକ୍ସ କ୍ରୀଡ଼ା ଉଦଯାପିତ ହୋଇଯାଇଛି। ଆଡମ୍ବର ସହକାରେ ବିଭିନ୍ନ ରଙ୍ଗାରଙ୍ଗ କାର‌୍ୟ୍ୟକ୍ରମକୁ ନେଇ ଶେଷ ହୋଇଛି ଅଲିମ୍ପିକ୍ସ ଗେମ୍ସ । ତେବେ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ଗ୍ରୀଷ୍ମକାଳୀନ ପାରାଅଲିମ୍ପିକ୍ସ ଗେମ । ଏହା ସେପ୍ଟେମ୍ବର ୫ ତାରିଖ ପର‌୍ୟ୍ୟନ୍ତ ଚାଲିବ । ୨୦୨୪ରେ ପ୍ୟାରିସରେ ଅନୁଷ୍ଠିତ ହେବ ପରବର୍ତ୍ତୀ ଅଲିମ୍ପିକ ।

ସାରା ବିଶ୍ୱର ଖେଳାଳି ଏବେ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଏକାଠି ହେବେ। ତେବେ ଟୋକିଏରେ ସର୍ବାଧିକ ପଦକ ହାତେଇ ଆମେରିକା ଟେବୁଲ ଟପରେ ରହିଛି । ଆମେରିକା ୧୧୩ଟି ପଦକ ସହିତ ଶୀର୍ଷରେ ରହିଛି । ସେହିପରି ୩୮ଟି ସ୍ବର୍ଣ୍ଣ ପଦକ ସହିତ ମୋଟ ୮୮ଟି ପଦକ ହାତେଇ ଚୀନ ଦ୍ବିତୀୟ ସ୍ଥାନରେ ରହିଛି । ସେହିପରି ଜାପାନ ତୃତୀୟ ସ୍ଥାନରେ ରହିଥିବା ବେଲେ ଗ୍ରେଟ ବ୍ରିଟେନ ଚତୁର୍ଥ ସ୍ଥାନରେ ରହିଛି ।

ଭାରତ ମୋଟ ୭ଟି ପଦକ ଜିତି ରେକର୍ଡ କରିଛି । ଅଲିମ୍ପିକ ଇତିହାସରେ ପୂର୍ବରୁ ଭାରତ ସର୍ବାଧିକ ୬ଟି ପଦକ ବିଜୟୀ ହୋଇଥିଲା । ତେବେ ଟୋକିଓ ଅଲିମ୍ପିକ୍ସରେ ଭାରତ ସର୍ବାଧିକ ଗୋଟିଏ ସ୍ବର୍ଣ୍ଣ ସହିତ ମୋଟ ୭ଟି ପଦକ ବିଜୟୀ ହୋଇ ରେକର୍ଡ କରିଛି । ସେହପିର ୧୨୧ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଆଥଲେଟିକ୍ସରେ ନୀରଜ ପ୍ରଥମ ସ୍ବର୍ଣ୍ଣ ପଦକ ବିଜୟୀ ହେବା ସହିତ ଭାରତ ପାଇଁ ଗୌରବ ଆଣିଥିଲେ । ତେବେ ଏହି ରେକର୍ଡ ସହିତ ୪୮ତମ ସ୍ଥାନରେ ରହିଥିଲେ ।

ଟୋକିଓ ୨୦୨୦ ଇଣ୍ଡିଆ ଟ୍ୱିଟର ଆକାଉଣ୍ଟ ହିନ୍ଦୀରେ ଟୁଇଟ୍ କରି କହିଛି ଯେ ଏହି ଅଲିମ୍ପିକ୍ ଗେମ୍ସ ଅନ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଏହି ମହାମାରୀ ମଧ୍ୟରେ ଆମେ ଯାହା ଅନୁଭବ କଲୁ, ତାହା ପୂର୍ବରୁ ଆମେ କରିସାରିଛୁ। କିନ୍ତୁ ଆମେ ଏହାକୁ ଏକ ବାସ୍ତବତାରେ ପରିଣତ କରି ପାରିଛୁ ବୋଲି ଟ୍ବିଟ କରି ପ୍ରଶଂସା କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top