ନୂଆଦିଲ୍ଲୀ:ସୁପ୍ରିମକୋର୍ଟ କଲେଜିୟମର ସୁପାରିସ୍ ଆଧାରରେ ୪ଟି ରାଜ୍ୟର ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ମିଳିଛି।ଏହି ବିଚାରପତିମାନେ ଆସନ୍ତାକାଲି ପଦ ଓ ଗୋପନୀୟତାର ଶପଥ ନେବେ।
ରାଷ୍ଟ୍ରପତି ଭବନରୁ ଆଜି ଏନେଇ ଜାରି ବିଜ୍ଞପ୍ତି ଅନୁସାରେ ମଧ୍ୟପ୍ରଦେଶ,ଗୁଜରାଟ,ପାଟନା ଓ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଯଥାକ୍ରମେ ଜଷ୍ଟିସ ହେମନ୍ତ ଗୁପ୍ତା, ଜଷ୍ଟିସ ଆର.ସୁବାସ ରେଡ୍ଡୀ,ଜଷ୍ଟିସ ଏମଆର ଶାହ ଓ ଜଷ୍ଟିସ ଅଜୟ ରସ୍ତୋଗୀଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ମିଳିଛି।ସୂଚନାଯୋଗ୍ୟ ଅକ୍ଟୋବର ୩୦ତାରିଖରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ କଲେଜିୟମ ଏହି ବିଚାରପତିମାନଙ୍କୁ ପଦୋନ୍ନତି ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଥିଲେ।


