Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

୪ ସାହସୀ ଓଡ଼ିଆ ପିଲା ପାଇବେ ସାହସିକତା ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ୱେୟାର): ଓଡ଼ିଶାର ୪ ବାଳକ ଓ ବାଳିକାଙ୍କୁ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରାଯିବ। ସାଧାରଣତନ୍ତ୍ର ଦିବସ ଅବସରରେ ଏମାନଙ୍କୁ ସମ୍ମାନିତ କରାଯିବ। ଏହି ସାହସୀ ପିଲାମାନେ ହେଲେ ସିତୁ ମଲ୍ଲିକ, ଝିଲି ବାଗ, ରଂଜିତା ମାଝୀ ଓ ବିଶ୍ୱଜିତ ପୁହାଣ।

ସିତୁ ପାଇବେ ସମ୍ମାନଜନକ ‘ବାପୁ ଗୟାଧନୀ’ ପୁରସ୍କାର। ସେ ନିଜ ଦାଦାଙ୍କୁ କୁମ୍ଭୀର କବଳରୁ ରକ୍ଷା କରିଥିଲେ। ୨୦୧୮ ଫେବୃଆରୀ ୨୦ ତାରିଖରେ ସିତୁ ଫୋନ୍‌ରେ କଥା ହେଉଥିଲେ। ତାଙ୍କ ଦାଦା ବିନୋଦ ହାତ ଧୋଇବା ପାଇଁ ନଦୀକୁ ଯାଇଥିଲେ। ଏହି ସମୟରେ ଗୋଟିଏ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା। ସିତୁ ଏକ ବାଉଁଶରେ କୁମ୍ଭୀର ମୁଣ୍ଡକୁ ବାଡ଼େଇ ତାଙ୍କ ଦାଦାଙ୍କ ଜୀବନ ବଞ୍ଚିଇ ଥିଲେ। ଏହାପରେ ବିନୋଦଙ୍କୁ ସିତୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ।

୨୦୧୭ ଅକ୍ଟୋବର ୧୪ ତାରିଖରେ ଇଚ୍ଛାପୁର ଗାଁର ୫ ବର୍ଷୀୟା ବାଳିକା ମାମୁନି ବିଶ୍ୱାଳ ତାଙ୍କ ଖୁଡି ସହିତ ଯାଇଥିଲେ। କେନାଲ ପାଖରେ ସେ ଖେଳୁଥିବା ବେଳେ କେନାଲ୍‌ରେ ଖସି ପଡ଼ିଥିଲେ। ତାଙ୍କ ଚିତ୍କାର ଶୁଣି ରାସ୍ତାରେ ଯାଉଥିବା ବିଶ୍ୱଜିତ ପୁହାଣ ଜୀବନକୁ ବାଜି ଲଗାଇ କେନାଲକୁ ଲମ୍ଫ ମାରି ୬ରୁ ୭ ଫୁଟ୍‌ ଗଭୀର ପାଣିରୁ ମାମୁନିକୁ ଉଦ୍ଧାର କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ତାଙ୍କ ଘରେ ଛାଡ଼ି ଥିଲେ।

୨୦୧୮ ଜୁନ ୧୬ ତାରିଖରେ ଝିଲି ବାଗ ତାଙ୍କ ସାନ ଭଉଣୀ ମିଲି ସହିତ ଏକ ଅବ୍ୟବହୃତ କୂଅ ପାଖରେ ଖେଳୁଥିଲେ। ଅସାବଧାନତା ଯୋଗୁ ମିଲି କୂଅରେ ପଡ଼ି ଯାଇଥିଲେ। ଝିଲି ଉପସ୍ଥିତ ବୁଦ୍ଧି ଖଟାଇ ସାଙ୍ଗମାନଙ୍କୁ ପରିବାର ଓ ଗାଁ ଲୋକଙ୍କୁ ଡାକିବାକୁ ପଠାଇ ଦେବା ସହ ଭଉଣୀକୁ ଉଦ୍ଧାର କରିବାକୁ ୨୫ ଫୁଟ୍‌ ଗଭୀର କୂଅ ଭିତରକୁ ଡେଇଁ ପଡ଼ିଥିଲେ। କୂଅ ଭିତରେ ଝିଲି ମିଲିକୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଦୁଇ ହାତରେ ଧରି ଛିଡା ହୋଇ ରହିଥିଲେ। ପରିବାର ଓ ଗାଁ ଲୋକେ ଆସିବା ପରେ ସେମାନଙ୍କୁ କୂଅରୁ ଉଦ୍ଧାର କରାଯାଇଥିଲା।

କଳାହାଣ୍ଡି ଜିଲ୍ଲାର ରଞ୍ଜିତ ମାଝି ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ। ଏହି ବୟସରେ ଜଣେ ମଦୁଆଙ୍କ ସହିତ ତାଙ୍କର ବାହାଘର ଠିକ କରିଦେଇଥିଲେ ତାଙ୍କ ବାପା। କିନ୍ତୁ ରଞ୍ଜିତା ଆଗକୁ ପାଠ ପଢ଼ିବାକୁ ଚାହୁଁଥିଲେ। ଏଥିପାଇଁ ସେ ତାଙ୍କ ବାପାଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ। ରଞ୍ଜିତାଙ୍କ ଏପରି ଉଦ୍ୟମ ପାଇଁ ତାଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top