Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଖୋଲିଲା ହୀରାକୁଦ ର ୬ଟି ଗେଟ୍‌

ସମ୍ୱଲପୁର(ଓଡ଼ିଶା ଓ୍ବେୟାର): ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍‌ ଖୋଲାଯାଇଛି। ଡ୍ୟାମ୍‌ରେ ଜଳପତ୍ତନ ନିୟନ୍ତ୍ରଣ କରିବା ଲାଗି ଆଜି ସଂଧ୍ୟାରେ ୬ଟି ଗେଟ୍ ଖୋଲାଯାଇଛି। ପ୍ରଥମେ ଦୁଇଟି ଗେଟ୍‌ ଖୋଲାଇଥିଲା। ୩ ଓ ୭ ନମ୍ୱର ଗେଟ୍‌ ଖୋଲିଥିଲା। ପର୍ଯ୍ୟାୟ କ୍ରମେ ୬ଟି ଗେଟ୍‌ ଖୋଲିଛି।
ଉପର ମୁଣ୍ଡରେ ବର୍ଷା ହେବାରୁ ଜଳଭଣ୍ଡାରରେ ଜଳ ପତ୍ତନ ବୃଦ୍ଧି ପାଇଥିଲା। ଯେଉଁଥିପାଇଁ ଡ୍ୟାମ୍‌ କର୍ତ୍ତୃପକ୍ଷ ଗେଟ୍‌ ଖୋଲିଛନ୍ତି। ଗତ ୨୪ ଘଣ୍ଟାରେ ଉପର ମୁଣ୍ଡ ରେ ୪୬.୪୬ ମିଲି ମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଡ୍ୟାମର ଜଳ ପତ୍ତନ ୬୨୬.୮୩ ଫୁଟ ରହିଛି। ଏହି ସମୟ ଭିତରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୧୦ ହଜାର ୩୧୨ ଘନଫୁଟ୍‌ ଜଳ ପ୍ରବେଶ କରୁଛି।
ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଡ୍ୟାମ୍‌ରୁ ବର୍ତ୍ତମାନ ଏକ ଲକ୍ଷ କ୍ୟୁସେକ୍‌ ପାଣିଛଡ଼ା ଯିବା। ଏହା ଦ୍ୱାରା ତଳ ମୁଣ୍ଡରେ ବନ୍ୟା ହେବାର ଆଶଙ୍କା ନାହିଁ।
ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସମଗ୍ର ରାଜ୍ୟରେ ୨ଦିନରେ ରେକର୍ଡ ପରିମାଣର ୧୫୬ମିମି ବର୍ଷା ରେକର୍ଡ କରାଯାଇଛି। ଏସଆରସିଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ସେପ୍ଟେମ୍ବର ମାସରେ ହାରାହାରି ୧୦୮.୨ମିମି ବର୍ଷା ହେବାର ଥିବାବେଳେ ୧୪ ତାରିଖ ସୁଦ୍ଧା ୨୭୫.୫ ମିମି ବର୍ଷା ହୋଇସାରିଲାଣି। ଯାହାକି ୧୫୪.୬ ପ୍ରତିଶତ ଅଧିକ। ଚଳିତ ମୌସୁମୀରେ ଆଜିସୁଦ୍ଧା ରାଜ୍ୟରେ ମୋଟ ହାରାହାରି ୧୦୨୦.୬ମିମି ବର୍ଷା ହେବା ପରିବର୍ତ୍ତେ ୯୨୦.୩ ମିମି ବର୍ଷା ହୋଇଛି।
ସେପଟେ ଉପରମୁଣ୍ଡରେ ଆହୁରି ବର୍ଷା ହେବାର ଆଶଙ୍କା ରହିଛି। ତେଣୁ ହୀରାକୁଦ ଜଳ ଭଣ୍ଡାରରେ ପାଣି ବଢ଼ିବ। ତେଣୁ ଡ୍ୟାମ କର୍ତ୍ତୃପକ୍ଷ ବନ୍ୟାପାଣି ଛାଡ଼ିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top