Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

କଂଗ୍ରେସର ୬ଘଂଟିଆ ଚକାଜାମ୍ ସଫଳ

ଭୁବନେଶ୍ୱର : ତୈଳଦର ପ୍ରତିବାଦରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଟକ-ଭୁବନେଶ୍ୱର ସହରରେ ଦିଆଯାଇଥିବା ୬ଘଂଟିଆ ଚକାଜାମ୍ ଆନ୍ଦୋଳନ ଡାକରା ସଫଳ ହୋଇଛି । ଲୋକମାନେ ସ୍ୱତଃପ୍ରବୃତ ଭାବେ ଏହି ଡାକରାକୁ ସମର୍ଥନ ଦେଇଥିବାବେଳେ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଥିଲା । କଟକର ମଧୁପାଟଣା ଛକରେ ଜଣେ ଆଇଟିଆଇ ଛାତ୍ରଙ୍କୁ ଆକ୍ରମଣ କରିବା ଘଟଣାକୁ ଛାଡ଼ିଦେଲେ ଅନ୍ୟ କେଉଁଠି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । କଂଗ୍ରେସ କର୍ମୀମାନେ ଉଭୟ ସହରକୁ ସଂଯୋଗ କରୁଥିବା ରାଜପଥ ଓ ସହର ଭିତରେ ପ୍ରମୁ଼ଖ ଛକମାନଙ୍କରେ ବ୍ୟାନର ଓ ପତାକା ଧରି ରାସ୍ତା ଅବରୋଧ କରିଥିଲେ । କେତେକ ସ୍ଥାନରେ ଟାୟାର ଜାଳି ମଧ୍ୟ ପ୍ରତିବାଦ ଜଣାଇଥିଲେ । କଂଗ୍ରେସର ଯୁବ ଓ ଛାତ୍ର କର୍ମୀଙ୍କ ପକ୍ଷରୁ ଏଭଳି ପିକେଟିଂକୁ ନେଇ କେତେକ ସ୍ଥାନରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଥିଲା । ରାମମନ୍ଦିର ଛକରେ କିଛି କଂଗ୍ରେସ କର୍ମୀ ଘଂଟ ବଜାଇ ପ୍ରତିବାଦ କରୁଥିବାବେଳେ ଏଜି ଛକରେ କିଛି ଯୁବକ ଏଲ୍ପିଜି ସିଲିଣ୍ଡର ମୁଣ୍ଡାଇ ପ୍ରତିବାଦ ଜଣାଇଥିଲେ । ରାଜଧାନୀ ଭୁବନେଶ୍ୱରରେ ଶତାଧିକ ଯୁବକ ବରମୁଣ୍ଡାରୁ ସାଇକେଲ ଶୋଭାଯାତ୍ରାରେ ବାହାରି ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ବାଣୀବିହାର, ଶ୍ରୀୟା ଛକ ବାଟ ଦେଇ କଂଗ୍ରେସ ଭବନରେ ପହଂଚିଥିଲେ । ରାଜମହଲ ଛକରେ ଦଳର ଓଡ଼ିଶା ପ୍ରଭାରୀଙ୍କ ସମେତ ବରିଷ୍ଠ ନେତାମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ ।
ଏହି ଚକାଜାମ୍ ଯୋଗୁ କଟକ ଓ ଭୁବନେଶ୍ୱରକୁ ଆସିଥିବା ଟ୍ରେନ୍ ଓ ବସ୍ଗୁଡ଼ିକର ଯାତ୍ରୀମାନେ ନାହିଁନଥିବା ହଇରାଣ ହୋଇଥିବାବେଳେ ଅଫିସ୍ ଯିବାପାଇଁ ମଧ୍ୟ ଲୋକମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ଚକାଜାମରେ ଏହି ଦୁଇ ସହରର ସାଧାରଣ ଜନଜୀବନ ପ୍ରଭାବିତ ହୋଇଛନ୍ତି । ତେବେ କଂଗ୍ରେସର ଏହି ଚକାଜାମକୁ ଆଜି ଉଭୟ ବିଜେଡି ଓ ବିଜେପି ସମାଲୋଚନା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top