ନୟାଗଡ଼(ଓଡ଼ିଶା ୱେୟାର): ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସଂପଡା ଗ୍ରାମରେ ଆଜି ସକାଳୁ ଅଜଣା ଗାଡି ଧକ୍କାରେ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ମହିଳା ଗୁରୁତର ହୋଇଥିବା ଜଣାପଡିଛି। ଆଜି ଭୋର ସମୟରେ ୫୭ନଂ ଜାତୀୟ ରାଜପଥ ଉପରେ ଚାଲି ଚାଲି ଯାଉଥିବାବେଳେ, ଏକ ଟାଟା ଏସି ଗାଡି ଧକ୍କା ଦେଇ ପଳେଇ ଯାଇଥିଲା ।
ତେବେ ଘଟଣାସ୍ଥଳରେ ଦୁଇ ଜଣ ମହିଳାଙ୍କର ମୃତ୍ଯୁ ହୋଇଥିଲା । ମୃତ ମହିଳା ହେଲେ ସୁରବାଲା ପରିଡା ଏବଂ ମାନସୀ ମାର୍ଥା । ସ୍ଥାନୀୟ ଯୁବଗୋଷ୍ଠୀ ସମସ୍ତଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି । ଅନ୍ୟ ଦୁଇ ଗୁରୁତର ମହିଳାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ପଠାଯାଇଛି । ଦୁର୍ଘଟଣା ଘଟାଇ ଟାଟା ଏସି ଗାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ତେବେ ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


