ଭୁବନେଶ୍ବର,(ଓଡ଼ିଶା ୱେୟାର) : ଦୀପାବଳି ପରେ ପର୍ଯ୍ୟାୟ କ୍ରମେ ଖୋଲିବ ସବୁ କ୍ଳାସ । ପ୍ରଥମ ପର୍ଯ୍ୟାୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନେଇ ଚାଲିଛି ବିଚାର ବିମର୍ଷ । ନୂଆବର୍ଷ ବେଳକୁ ସବୁ ସ୍କୁଲ ଖୋଲିଯାଇଥିବା ଆଶା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ବିଭାଗୀୟ ମନ୍ତ୍ରୀ । ସେପଟେ ବିଭିନ୍ନ ସାମଗ୍ରୀର ଦରବୃଦ୍ଧିର ପ୍ରଭାବ ଯୋଗୁଁ ମଧ୍ୟାହ୍ନ ଭୋଜନ ପ୍ରଭାବିତ ହେଉଥିବା ଖବରକୁ ସ୍ୱୀକାର କରିଛନ୍ତି ମନ୍ତ୍ରୀ ।
ଏନେଇ କେନ୍ଦ୍ରକୁ ଅବଗତ କରାଯାଇଛି ବୋଲି ସେ ସ୍ପଷ୍ଟୀକରଣ ଦେଇଛନ୍ତି । ପୂର୍ବରୁ ବିଭିନ୍ନ ପର୍ଯ୍ୟାୟ କ୍ରମେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯାଇଛି । ରାଜ୍ୟରେ କରୋନା ପ୍ରାଦୁର୍ଭାବ ଧୀରେ ଧୀରେ କମୁଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଥିବା ନେଇ କହିଛନ୍ତି ବିଭାଗୀୟ ମନ୍ତ୍ରୀ ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...