ଭୁବନେଶ୍ୱର (ଓଡ଼ିଶା ୱେୟାର) : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଆଜି ଡିପ୍ରେସନର ରୂପ ନେଇଛି । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଏହା ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବରେ ତାମିଲନାଡୁ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।
୫ ଜିଲ୍ଲାକୁ ରେଡ୍ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏବେବି ତାମିଲନାଡୁରେ ଲାଗି ରହିଛି ବର୍ଷା । ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ । ଶନିବାରଠାରୁ ଜାରି ବର୍ଷାରେ ଏଯାଏ ତାମିଲନାଡୁରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି ।
ସଂପୂର୍ଣ୍ଣ ଜଳମଗ୍ନ ହୋଇପଡିଛି ଚେନ୍ନାଇ ସହର । ଅତିପ୍ରବଳ ବର୍ଷାର ଚେତାବନୀ ଥିବାରୁ ୯ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ଛୁଟି ଘୋଷଣା କରାଯାଇଛି । ସରକାରୀ କାର୍ଯ୍ୟାଳୟ ସହ ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । ଏଥିପାଇଁ ଓଡ଼ିଶାରେ ନଭେମ୍ବର ଦ୍ୱିତୀୟ ଓ ତୃତୀୟ ସପ୍ତାହରେ ବର୍ଷା ହେବାର ସମ୍ଭାବନା ଦେଖାଦେଇପାରେ ।