କଟକ (ଓଡ଼ିଶା ୱେୟାର) : କଟକ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ଦେବେ ସରକାର । ଡ୍ରିଙ୍କ୍ ଫ୍ରମ୍ ଟ୍ଯାପ ମିଶନରେ କଟକ ସାମିଲ ସହରର ଘରେ ଘରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ବ୍ଯବସ୍ଥାର ଶୁଭାରମ୍ଭ କଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ସିଏମ୍ସି ଅଞ୍ଚଳରେ ୪୩୦ କୋଟି ଟଙ୍କା ବ୍ଯୟରେ ୩ଟି ଜଳ ବିଶୋଧନାଗାରକୁ ଉଦ୍ଘାଟନ କରିଛନ୍ତି ମୁଖ୍ଯମନ୍ତ୍ରୀ। ୧୪.୩ କୋଟି ଲିଟର ବିଶୁଦ୍ଧ ପାନୀୟ ଜଳ ଯୋଗାଇବ । ଏହି ପ୍ରୋଜେକ୍ଟ CMCର ୫୯ ଓ୍ବାର୍ଡର ୧ ଲକ୍ଷ ୪୦ ହଜାର ପରିବାରର ୭ ଲକ୍ଷ ଲୋକ ଉପକୃତ ହେବେ ଏଥିପାଇଁ ଖର୍ଚ୍ଚ ହୋଇଛି ୭୯୦ କୋଟି ଟଙ୍କା। ଅବସରରେ ମୁଖ୍ଯମନ୍ତ୍ରୀ କହିଛନ୍ତି ଯେ, କଟକ ସହିତ ରାଜ୍ଯର ୬୦ଟି ସହରର ସବୁ ପରିବାରକୁ ୨୪ ଘଣ୍ଟିଆ ପାଇପ ପାଣିର ସୁବିଧା ଯୋଗାଇ ଦିଆଯାଇଛି ଖୁବଶୀଘ୍ର ରାଜ୍ଯର ସମସ୍ତ ୧୧୪ଟି ସହରରେ ସବୁ ପରିବାରକୁ ୨୪ ଘଣ୍ଟିଆ ପାଇପ ପାଣିର ସୁବିଧା ମିଳିବ ରାଜ୍ଯ ସରକାରଙ୍କ ୫-ଟି ଆଭିମୁଖ୍ଯରେ ଆରମ୍ଭ ହୋଇଥିବା ଏହି କାର୍ଯ୍ଯକ୍ରମ କେବଳ ସାରା ଦେଶ ନୁହେଁ, ସାରା ପୃଥିବୀର ବିକାଶଶୀଳ ରାଷ୍ଟ୍ରମାନଙ୍କ ପାଇଁ ଏକ ରୋଲ ମଡେଲ ହୋଇପାରିଛି


