Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ତ୍ରିକୋଣୀୟ ପ୍ରେମ ପାଇଁ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଛୁରାମାଡ଼

ଭୁବନେଶ୍ବର (ଓଡ଼ିଶା ୱେୟାର) : ରାଜଧାନୀରେ ତ୍ରିକୋଣୀୟ ପ୍ରେମକୁ ନେଇ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଛି ଛୁରାମାଡ଼ । ଗୋଟିଏ ଝିଅକୁ ଭଲ ପାଇବାକୁ ନେଇ ହୋଇଛି ଛୁରାମାଡ଼। ଦୁଇ ଇଂଜିନିୟରିଂ ଛାତ୍ର ଗୋଟିଏ ଝିଅକୁ ଭଲ ପାଉଥିଲେ । ଫଳରେ ଏହାକୁ ନେଇ କଳହର ସୂତ୍ରପାତ ହୋଇଥିଲା।ଜଣେ ଛାତ୍ରର ଛୁରା ମାଡ଼ରେ ଅନ୍ୟ ଜଣେ ଛାତ୍ର ଆହତ ହୋଇ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।
ପୋଲିସ ସୂଚନା ଅନୁସାରେ ପ୍ରିୟ ରଞ୍ଜନ ଓ ଗୌରୀ ଶଙ୍କର ଲେଙ୍କା ଦୁହେଁ ଭିନ୍ନ ଭିନ୍ନ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର । ଗୌରୀ ଶଙ୍କର ନିଜ କଲେଜରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଭଲ ପାଉଥିଲେ । ପରେ ଅନ୍ୟ ଇଂଜିନିୟରିଂ କଲେଜର ଛାତ୍ର ପ୍ରିୟ ରଂଜନ ଗୌରୀ ଶଙ୍କର ଭଲ ପାଉଥିବା ଝିଅକୁ ଭଲ ପାଇ ବସିଲେ । ଏହି କଥା ଗୌରୀ ଶଙ୍କର ଜାଣିବା ପରେ ନିଜ ପ୍ରେମିକା ଛାତ୍ରୀର ମୋବାଇଲକୁ ଫିଙ୍ଗି ଭାଙ୍ଗି ଦେଇଥିଲେ । ଏକଥା ପ୍ରିୟ ରଂଜନ ଜାଣିବା ପରେ ଉକ୍ତ ଝିଅଙ୍କ ମୋବାଇଲ ସଜାଡି ଆଣିଥିଲେ । ପରେ ପ୍ରିୟ ରଂଜନ ମୋବାଇଲ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ଗୌରୀ ଶଙ୍କରଙ୍କୁ ମାଗିଥିଲେ । ଗୌରୀ ଶଙ୍କର ଟଙ୍କା ଦେବେ ବୋଲି କହି ତାଙ୍କୁ ଡାକିଥିଲେ ।
ହେଲେ ପ୍ରିୟ ରଂଜନ ଉକ୍ତ ସ୍ଥାନରେ ପହଞ୍ଚିବା ପରେ ଟଙ୍କା ଦେବାକୁ ନେଇ ଉଭୟଙ୍କ ମଧ୍ୟରେ ହାତା ହାତି ଓ ପରେ ଛୁରା ମାଡ଼ ହୋଇଥିଲା । ଗୌରୀ ଶଙ୍କରଙ୍କ ଛୁରାମାଡ଼ରେ ପ୍ରିୟ ରଂଜନ ଗୁରୁତର ଆହତ ହୋଇଥିଲେ । ଗୌରୀ ଶଙ୍କରଙ୍କୁ ପ୍ରଥମେ କ୍ୟାପିଟାଲ ହସପିଟାଲ ଓ ପରେ ସେ ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ଚନ୍ଦ୍ରଶେଖର ଥାନା ପୋଲିସ ଗୌରୀ ଶଙ୍କରଙ୍କୁ ଥାନାରେ ଅଟକ ରଖିବା ସହ ଘଟଣାସ୍ଥଳରୁ ଏକ ଛୁରୀ, ଗୋଟିଏ ବାଇକ ଓ ଗୋଟିଏ ସ୍କୁଟି ଜବତ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top