ଧର୍ମଗଡ ୫।୨: ଖବର ସଂଗ୍ରହ କରିବାକୁ ଯାଇ ପ୍ରାଣ ହରାଇଲେ ସାମ୍ବାଦିକ । ମାଓବାଦୀଙ୍କ ପୋଷ୍ଟରର ଫଟୋ ଉଠାଇବାକୁ ଯାଉଥିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟି ସାମ୍ବାଦିକଙ୍କ ଜୀବନ ଯାଇଛି । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରର କର୍ଲାଖୁଣ୍ଟା ନିକଟରେ ମାଓବାଦୀମାନେ ପୋଷ୍ଟର ଲଗାଇଥିଲେ ।ନିର୍ବାଚନ ବର୍ଜନ କରିବା ସହ ଅନେକ ଦାବି ପୋଷ୍ଟରରେ ଉଲ୍ଲେଖ ଥିଲା । ଖବର ସଂଗ୍ରହ କରିବାକୁ ଘଟଣାସ୍ଥଳକୁ ଯାଇଥିଲେ ସାମ୍ବାଦିକ ରୋହିତ ବିଶ୍ବାଳ । କର୍ଲାଖୁଣ୍ଟା ପୋଲ ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ମୃତ ସାମ୍ବାଦିକ ଜଣଙ୍କ ମୋହନଗିରି ଅଞ୍ଚଳର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ଓ ବିଏସ୍ଏଫ ପକ୍ଷରୁ ତଦନ୍ତ ଜାରି ରହିଛି ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...