Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆସନ୍ତାକାଲି ପ୍ରଥମ ପର‌୍ୟ୍ୟାୟ ଭୋଟ

ପହଞ୍ଚିଲେଣି ପୋଲିଂ ପାର୍ଟି
୨୦୦ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୭୨୬ ପ୍ରାର୍ଥୀ
ସକାଳ ୭ରୁ ଗୋଟାଏ ପର‌୍ୟ୍ୟନ୍ତ ଭୋଟ
୧୬୬୯ ପଞ୍ଚାୟତ, ୨୨,୩୭୯ ଆସନରେ ହେବ ମତଦାନ
୬୭ ଲକ୍ଷ ୫୧ ହଜାର ଭୋଟର ଦେବେ ମତ
୨୨୩୭୯ ବୁଥରେ ପଡ଼ିବ ଭୋଟ
ଆଜି ୧୯ ଜିଲ୍ଲାକୁ ଯିବେ ଦଳ
୩୩୫୭ ବୁଥ ଉତ୍ତେଜନା ପ୍ରବଣ
୨୨୫ ପ୍ଲାଟୁନ ଫୋର୍ସ ମୁତୟନ
୧୧ ଜିଲ୍ଲାକୁ ଗତକାଲି ଯାଇଛନ୍ତି ପୋଲିଂ ପାର୍ଟି

ଭୁବନେଶ୍ୱର (ଓଡ଼ିଶା ୱେୟାର): ଆସନ୍ତା କାଲି(ବୁଧବାର) ଠାରୁ ଆରମ୍ଭ ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ପ୍ରଥମ ପର‌୍ୟ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା କାଲି ପଡ଼ିବ ଭୋଟ । ୩୦ ଜିଲ୍ଲାର ୭୧ ବ୍ଲକରେ ୨୦୦ ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ହେବ। ୧୬୬୯ ପଞ୍ଚାୟତର ୨୨ ହଜାର ୩୭୯ ବୁଥରେ ମତାଧିକାର ସାବ୍ୟସ୍ତ କରିବେ ୬୭ ଲକ୍ଷ ୫୧ ହଜାର ଭୋଟର। ଏଥିରେ ୩ହଜାର ୩୫୭ ବୁଥ ଉତ୍ତେଜନା ପ୍ରବଣ ଚିହ୍ନଟ ହୋଇଛି। ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ପାଇଁ ମୋଟ ୩୪ହଜାର ୨୪୫ ଜଣ ପୋଲିସ ନିୟୋଜିତ ହେବେ। ମୋଟ ୨୨୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

ପ୍ରଥମ ପର‌୍ୟ୍ୟାୟରେ ୨ଶହ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୭୨୬ ଜଣ ପ୍ରାର୍ଥୀ ମୈଦାନରେ ରହିଛନ୍ତି। ଏଥିପାଇଁ ରାଜ୍ୟ ନିର୍ବାଚନ କମିସନଙ୍କ ତତ୍ତ୍ୱାବଧାନରେ ସମସ୍ତ ଜିଲ୍ଲାରେ ପ୍ରସ୍ତୁତି ଚୂଡ଼ାନ୍ତ ପର‌୍ୟ୍ୟାୟରେ ପହଞ୍ଚିଛି। କୌଣସି ଭୋଟରଙ୍କ ପାଖରେ ଭୋଟ ପରିଚୟ ପତ୍ର ନଥିଲେ ରାଜ୍ୟ ସରକାରାଙ୍କ ଅନୁମୋଦିତ ୧୩ଟି ଦସ୍ତାବିଜ ମଧ୍ୟରୁ ଯେକୌଣସି ଗୋଟିଏକୁ ଦେଖାଇ ଭୋଟ ଦେଇପାରିବେ। ସକାଳ ୭ଟାରୁ ଦିନ ଗୋଟାଏ ପର‌୍ୟ୍ୟନ୍ତ ହେବ ମତଦାନ।

ଚଳିତଥର ଶେଷ ପର‌୍ୟ୍ୟାୟ ଭୋଟ ଗ୍ରହଣ ପରେ ବ୍ଲକସ୍ତରରରେ ଗଣତି ହେବ । ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ପାଇଁ ବୁଥ୍ ଗୁଡିକରେ ପହଂଚୁଛନ୍ତି ପୋଲିଂ ପାର୍ଟି । ସ୍ଥାନୀୟ ଏସଡିପିଓ, ଏଏସ୍‌ପି ଓ ଆଇଆଇସି ସୁରକ୍ଷା ଯୋଗାଇବେ । ଜିଲ୍ଲାର ସାମଗ୍ରିକ ଭାବେ ନିର୍ବାଚନ ପରିଚାଳନା ଦାୟିତ୍ୱ ଜିଲ୍ଲାପାଳଙ୍କୁ ଦିଆଯାଇଛି। ସେହିପରି ଆଇନଶୃଙ୍ଖଳା ପରିସ୍ଥିତି ଉପରେ କଡା ନଜର ରଖିବେ ଏସପି ।

ନିର୍ବାଚନ ପୂର୍ବରୁ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ, ସ୍ଥଗିତ ରହିଲା ଭୋଟ
ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର‌୍ୟ୍ୟାୟ ମତଦାନ। ହେଲେ ଏହା ପୂର୍ବରୁ ଜଣେ ସରପଞ୍ଚ ପ୍ରାର୍ଥୀଙ୍କର ମୃତ୍ୟୁ ହୋଇଛି। ବରଗଡ଼ ଜିଲ୍ଲାରୁ ଏହି ଦୁଃଖଦ ଖବର ଆସିଛି। ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିବା ଯୋଗୁ ସରପଞ୍ଚ ନିର୍ବାଚନ ସ୍ଥଗିତ ରହିଛି। ଏନେଇ ବରଗଡ଼ ଉପଜିଲ୍ଲାପାଳ ଶୁଭେନ୍ଦ୍ର ସାମଲ ଘୋଷଣା କରିଛନ୍ତି। ମୃତ ସରପଞ୍ଚ ପ୍ରାର୍ଥୀଙ୍କ ନାଁ ପ୍ରାର୍ଥୀ ସରୋଜ୍ ସେଠ୍‌। ସୂଚନା ଅନୁସାରେ, ଗତ ୫ ଦିନ ପୂର୍ବେ ସରୋଜ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କଟକରେ ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ସେ କ୍ୟାନ୍ସରରେ ପୀଡ଼ିତ ଥିଲେ ବୋଲି ଜଣାପଡ଼ିଛି। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଆସନ୍ତାକାଲି ଭଟ୍ଟଲି ବ୍ଲକ୍ ଅନ୍ତର୍ଗତ କେଲେଣ୍ଡାପାଲି ପଞ୍ଚାୟତରେ ମତଦାନ ହୋଇଥାନ୍ତା। ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ମାଛ ଚିହ୍ନରେ ସରୋଜ୍ ସେଠ୍ ନିର୍ବାଚନ ଲଢ଼ୁଥିଲେ। ତେବେ ଦୁଃଖଦ ଘଟଣା, ନିର୍ବାଚନର ଦିନକ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି। ତେଣୁ ସମ୍ପୃକ୍ତ ପଞ୍ଚାୟତରେ ସରପଞ୍ଚ ନିର୍ବାଚନ ସ୍ଥଗିତ ନେଇ ବରଗଡ଼ ଉପଜିଲ୍ଲାପାଳ ଘୋଷଣା କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top